ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ବହୁ ବାଦବିବାଦ, ଧାରଣା ଏବଂ ଆଲୋଚନା ପରେ ଶେଷରେ ଗୁରୁବାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ୧୮ଦିନ ପରେ ବିଧିବଦ୍ଧ ଭାବେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ ସଭାପତି ପ୍ରଦ୍ୟୁମ୍ନ ଜେନା ଏକ ଖବରଦାତା ସମ୍ମଳନୀରେ ସୂଚନା ଦେଇଛନ୍ତି। ବିଏମ୍‌ସି ଓ ଆସୋସିଏଶନ୍‌ ମଧ୍ୟରେ ପୂର୍ବରୁ ହୋଇଥିବା ରାଜିନାମାକୁ ଆଉ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ଉଠାଦୋକାନୀମାନେ ସେଠାରେ ବସି ପାରିବେ ନାହିଁ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେବା ପରେ ଏବେ ମାର୍କେଟ ଖୋଲାଯାଇଛି। ରାଜିନାମା ଅନୁଯାୟୀ, ଏଣିକି ମାର୍କେଟ ବିଲ୍ଡିଂ ଉଠାଦୋକାନୀଙ୍କ କବଳରୁ ଜବରଦଖଲମୁକ୍ତ ରହିବ। ମାର୍କେଟ ଗେଟ୍‌ ସମ୍ମୁଖରେ ମଧ୍ୟ କୌଣସି ଉଠାଦୋକାନୀ ବସି ପାରିବେ ନାହିଁ। ଏହାର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଆସୋସିଏଶନ୍‌ ନେଇଥିବାବେଳେ ପରିମଳ ବ୍ୟବସ୍ଥା ଦୁଇପକ୍ଷଙ୍କ ଦାୟିତ୍ୱ ରହିବ। ଏଥିସହ ମାର୍କେଟ ପୂର୍ବ ଏବଂ ପଶ୍ଚିମ ଗେଟ୍‌ରେ ପର୍ଯ୍ୟାପ୍ତ ସିକ୍ୟୁରିଟି ରହିବେ। ଯଦି କେହି ଜବରଦଖଲ କରିବାକୁ ଚେଷ୍ଟା କରିବେ ତେବେ ସ୍ଥାନୀୟ ପୋଲିସ ସହାୟତାରେ ସଙ୍ଗେସଙ୍ଗେ ସେମାନଙ୍କୁ ଉଠାଯିବ ଏବଂ ସେମାନଙ୍କ ନାମରେ ଏତଲା ଦିଆଯିବ। ସେହିପରି ମାର୍କେଟ ମଧ୍ୟକୁ ଯେଭଳି ଦମକଳ ଗାଡ଼ି ସହଜରେ ଯାଇ ପାରିବ ସେ ନେଇ ଖୋଲା ସ୍ଥାନ ରଖାଯିବ। ବିଏମ୍‌ସିର ଅନୁମତି ନ ନେଇ ଆସୋସିଏଶନ୍‌ ମାର୍କେଟ ମଧ୍ୟରେ କୌଣସି ବିଜ୍ଞାପନ ବୋର୍ଡ ଲଗାଇ ପାରିବ ନାହିଁ ବୋଲି ରାଜିନାମାରେ ଉଲ୍ଲେଖ ରହିଛି। ଏହାବାଦ୍‌ ଆସୋସିଏଶନ୍‌ ନିଜର ଏକ କୋର୍‌ କମିଟି ଗଠନ କରିବ ଏବଂ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣକୁ ଆହୁରି ଉନ୍ନତ କରାଯିବ। ୧୮ଦିନ ଧରି ମାର୍କେଟ ବନ୍ଦ ରହିଥିବାରୁ ଇତି ମଧ୍ୟରେ ପ୍ରାୟ ୧୦୦କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରଦ୍ୟୁମ୍ନ କହିଛନ୍ତି। ତେବେ ମାର୍କେଟ ଖୋଲିଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ଖୁସି ଦେଖା ଦେଇଥିଲା। ଗୋଟେପଟେ ଆସୋସିଏଶନ୍‌ର ଦାବି ପୂରଣ ହୋଇଥିବା ବେଳେ ଉଠାଦୋକାନୀଙ୍କ ମଧ୍ୟରେ ଏହାକୁ ନେଇ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି। ମାର୍କେଟ ଖୋଲିବା ମାତ୍ରେ ଉଠାଦୋକାନୀମାନେ ଭିତରେ ବ୍ୟବସାୟ କରିବେ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି। ଦୀର୍ଘବର୍ଷ ଧରି ସେମାନେ ସେଠାରେ ବ୍ୟବସାୟ କରି ଆସୁଛନ୍ତି। ଉଚ୍ଚନ୍ୟାୟାଳୟରୁ ସେମାନେ ଷ୍ଟେ ଅର୍ଡର ମଧ୍ୟ ଆଣିଛନ୍ତି। ବିଏମ୍‌ସିଏ ଯାଏ ସେମାନଙ୍କ ସହ ଆଲୋଚନା କରି ନଥିବାବେଳେ କୌଣସି ଥଇଥାନ ନ କରି କିଭଳି ସେମାନଙ୍କୁ ଉଠାଇବା ପାଇଁ ନିର୍ଦ୍ଦେଶ ଦେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି। ପ୍ରଥମେ ଜାଗା ଚିହ୍ନଟ କରି ଥଇଥାନ କରୁ ତା’ ପରେ ମାର୍କେଟ ଭିତରକୁ ପ୍ରବେଶ ପାଇଁ ବାରଣ କରାଗଲେ ଯୁକ୍ତିଯୁକ୍ତ ହେବ ବୋଲି ପ୍ରତାପ କହିଛନ୍ତି।
ସୂଚନାଯୋଗ୍ୟ, ଉଠାଦୋକାନୀଙ୍କୁ ମାର୍କେଟରୁ ସ୍ଥାୟୀ ଭାବେ ଉଠାଇବା ପାଇଁ ଦାବି କରି ଜୁଲାଇ ୧୭ରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଥିଲା। ମାର୍କେଟର ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଯାଇଥିଲା। ଏହାକୁ ବିରୋଧ କରି ପରେ ଉଠାଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଗେଟ୍‌ ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୂର୍ବରୁ ମଧ୍ୟ ୨ଥର ମାର୍କେଟ ଆସୋସିଏସନ୍‌ ସମାନ ଦାବି ନେଇ ମାର୍କେଟ ବନ୍ଦ କରିଥିଲା। କେବେ ୨ଦିନ ତ କେବେ ୪ଦିନ ମଧ୍ୟରେ ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇ ସୁଝାଇ ପୁଣି ମାର୍କେଟ ଖୋଲିବାରେ ସଫଳ ହୋଇଥିଲେ। ମାତ୍ର ବାରମ୍ବାର ଉଠାଦୋକାନୀମାନେ ମାର୍କେଟକୁ କବ୍‌ଜା କରୁଥିବାବେଳେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି। ସେହିପରି ବିଏମ୍‌ସି କେବଳ ପ୍ରତିଶ୍ରୁତି ଦେଇ ଦେଖଣାହାରୀ ସାଜୁଛି। ତେଣୁ ଏଥର ଆସୋସିଏସନ୍‌ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯାଇ ୧୮ଦିନ ଧରି ମାର୍କେଟକୁ ବନ୍ଦ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri