ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୮୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ତେବେ ବିଦ୍ୟାଳୟର ପ୍ରସ୍ଥାନରେ ଏକ ମୂକୁଳା କୂଅ ରହିଛି । ଛାତ୍ରୀଛାତ୍ରମାନେ ସ୍କୁଲ ଛୁଟି ହେଲେ ବାହାରକୁ ବାହାରିଥାନ୍ତି। ହେଲେ ଏହି ମୂକୁଳା କୂଅରେ ଅଘଟଣ ଆଶଙ୍କା ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଏହି କୂଅର ଢାଙ୍କୁଣୀ ଲଗାଇବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଆର . ମହାକୁଡ଼ଙ୍କୁ ପଚାରିବାରୁ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।