କଂଗ୍ରେସରେ ପୁଣି ଖୋଲା ବିଦ୍ରୋହ

ଭୁବନେଶ୍ବର, ୯ା୫(ବ୍ୟୁରୋ): କଂଗ୍ରେସରେ ପୁଣିଥରେ ନେତୃତ୍ୱକୁ ନେଇ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଯାଇଛି। ବରିଷ୍ଠ ନେତାମାନେ ଖୋଲାଖୋଲି ଦଳର ରାଜ୍ୟ ନେତୃତ୍ୱକୁ କଟାକ୍ଷ କରିଛନ୍ତି। ଏଥିଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଏଭଳି କରାଯାଇଛି। ଦୀର୍ଘଦିନ ହେବ କଂଗ୍ରେସର ବିଭିନ୍ନ ସାଙ୍ଗଠନିକ ହେଉ ବା ରାଜନୈତିକ କାର୍ଯ୍ୟକ୍ରମରେ ଦେଖା ଦେଉ ନ ଥିବା ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଖୋଲାଖୋଲି ଦଳର ନେତୃତ୍ୱଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ନିକଟରେ ଘୋଷଣା କରାଯାଇଥିବା ପିସିସି କମିଟିର ତାଲିକା ପ୍ରକାଶ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ୱାରା ଆୟୋଜିତ ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ରରେ ଯୋଗଦେଇ ଚିରଞ୍ଜୀବ କହିଛନ୍ତି, ଓଡ଼ିଶା ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଥିବାବେଳେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୮୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ କଂଗ୍ରେସ ନେତାମାନେ ଦଳ ପାଇଁ ଲଢ଼େଇ କରିଛନ୍ତି, ସେମାନଙ୍କୁ ଏକଜୁଟ୍‌ କରିବାର ସମୟ ଆସିଛି। ୧୯୭୭ରେ ଜରୁରିକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା। ସେହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀରେ ବୁଲି ଅନେକ ଯୁବକଙ୍କୁ ରାଜନୀତିକୁ ଆଣିଥିଲେ, ଯାହାଫଳରେ ୧୯୮୦ରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ଓ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଆସିଥିଲା। ବହୁ ଯୁବକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୮୦ରେ ‘ହଜାରେ ଦିନରେ ହଜାରେ ଶିଳ୍ପ’ ନାରା ଜାନକୀ ବାବୁ ଦେଇଥିଲେ। ଫଳରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଜଗତପୁର ଶିଳ୍ପାଞ୍ଚଳ, ଗୋଳାବାରୁଦ ଫ୍ୟାକ୍ଟ୍ରି ଓ ନାଲ୍‌କୋ ପରି ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ବହୁ ବୃହତ୍‌ ଜଳସେଚନ ପ୍ରକଳ୍ପ, ଓଭରବ୍ରିଜ୍‌ ଓ ରିଙ୍ଗ ରୋଡ୍‌ ନିର୍ମାଣ କରାଯାଇଥିଲା। ୨୦୦୦ରୁ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ଯେଉଁ ପିଲାମାନେ ୨୦୦୦ରେ ଜନ୍ମଗ୍ରହଣ କରିଥିଲେ, ସେମାନଙ୍କୁ ଏବେ ୨୩ ବର୍ଷ ହେଲାଣି। ସେମାନେ ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କିଛି ଶୁଣୁ ନାହାନ୍ତି। ୧୯୭୭ରେ କଂଗ୍ରେସ ଯେଉଁଭଳି ପରିସ୍ଥିତିରେ ଥିଲା, ତା’ଠାରୁ ଆହୁରି ଖରାପ ପରିସ୍ଥିତିରେ ଏବେ ରହିଛି। କଂଗ୍ରେସର ବିଧାୟକଙ୍କ ସଂଖ୍ୟା କମିଯାଉଛି। ୧୯୯୦ରେ ୧୦ ଜଣ ବିଧାୟକ ଆସିଥିଲେ। ହେଲେ ଜାନକୀବାବୁ, ବସନ୍ତବାବୁ, ନିରଞ୍ଜନ ବାବୁ ଓ ଅନ୍ୟ ପୁରୁଖା ନେତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ୧୯୯୫ରେ କଂଗ୍ରେସ ପୁଣିଥରେ ସରକାରକୁ ଆସିଥିଲା ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ୯ ଜଣ ବିଧାୟକ ଅଛନ୍ତି। ଆଗାମୀ ଦିନରେ କେତେ ରହିବେ, ତାହା କହିହେବ ନାହିଁ। ୯ରୁ ୯୦ ହେଉଛି ନା ୯୧ ହେଉଛି ଦେଖିବା। ଦିନକୁ ଦିନ ନମ୍ବର ବଢ଼ି ଚାଲିଛି। କଂଗ୍ରେସର ଆଉ ଲଢ଼ିବା ମନୋବୃତ୍ତି ନାହିଁ। ତେଣୁ ଯୁବଗୋଷ୍ଠୀ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇ ଆସୁନାହାନ୍ତି। ଯୁବକମାନଙ୍କୁ ଆକୃଷ୍ଟ କରିବାର ସମୟ ଆସିଛି। ଯେଉଁ ଯୁବକମାନେ କଂଗ୍ରେସରେ ଆକ୍ଟିଭ ହୋଇ ଅଛନ୍ତି, ସେମାନଙ୍କୁ ଠିକ୍‌ ଭାବେ ସୁଯୋଗ ଦିଆଯିବା ଆବଶ୍ୟକ। ମୋତେ ଏବେ ସନ୍ଦେହ ହେଉଛି, ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଠିକ୍‌ ପ୍ରାର୍ଥୀ ମିଳିବେ କି ନାହିଁ। କଂଗ୍ରେସ ହାରିବ ବୋଲି ମୂଳରୁ ପ୍ରସ୍ତୁତ ହୋଇ ରହିଛି। ଆମ ଦଳର ଗୋଟିଏ ପୁରୁଣା ରୋଗ ଅଛି, ଯିଏ ପିସିସି ସଭାପତି ହେବ, ସିଏ କାହାକୁ ପଚାରିବ ନାହିଁ। ପିସିସି ସଭାପତି ନ ହେବା ପର୍ଯ୍ୟନ୍ତ ସବୁ ଠିକ୍‌, ହୋଇଗଲା ପରେ ବଦଳି ଯାଆନ୍ତି ବୋଲି ଚିରଞ୍ଜୀବ କହିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦଳରେ ଠିକ୍‌ ଲୋକକୁ ଠିକ୍‌ ସୁଯୋଗ ମିଳୁନାହିଁ। ମୋକିମ୍‌ କହିଛନ୍ତି, ଦଳରେ ଯେତେବେଳେ କାନ କୁହା କଥା ଶୁଣିବା ବନ୍ଦ କରିଦେବେ ଦଳ ସଙ୍ଗଠିତ ହେବ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ତାଙ୍କ ଘରର କଥା। ସେଇଟା ଏକାଠି ବସି ଆଲୋଚନା କରାଯିବ। ଏବେ ଉପନିର୍ବାଚନ ସମୟ ଚାଲିଛି। ଏବେ ଝାରସୁଗୁଡା ଉପରେ ସମସ୍ତେ ଧ୍ୟାନ ଦେଇଛନ୍ତି। ଏହା ସରିଯିବା ପରେ କ’ଣ ହୋଇଛି ବୁଝିବୁ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri