Posted inଗଜପତି

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଆରମ୍ଭ ହୋଇଥିବା ସତ୍ତ୍ୱେ ସମାପ୍ତ ହୋଇପାରୁନାହିଁ। ଫରେଷ୍ଟ ଗେଟ୍‌ଠାରୁ ପୁରୁଣା କୋର୍ଟ ଏବଂ ପୁରୁଣା କୋର୍ଟଠାରୁ ମୁଖ୍ୟ ଚିକିତ୍ସାଳୟ ଛକ ପ୍ରାୟ ୭ କିମି ରାସ୍ତା ମଧ୍ୟରୁ ଫରେଷ୍ଟ ଗେଟ୍‌ଠାରୁ ଫାୟାର ଷ୍ଟେଶନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ନଭେମ୍ବର ୨୦୨୦ରେ ଫାୟାର ଷ୍ଟେଶନଠାରୁ କଲେଜ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ଏହା ପରେ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ।
ବର୍ଷ ବର୍ଷ ଧରି ଅଧାପନ୍ତରିଆରେ ସହରର ରାସ୍ତା ନିର୍ମାଣ କାର୍ଯ୍ୟ ପଡ଼ି ରହିଛି । ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି ଭାଙ୍ଗି ଭୁଶୁଡି ଯାଉଛି ତ କେଉଁଠି ଆବର୍ଜନାରେ ପୋତି ହେଲାଣି ଉଭୟ ପାଶର୍‌ବରେ ନିର୍ମାଣାଧୀନ ଡ୍ରେନ୍‌। ଅନେକ ସ୍ଥାନରେ ଯାତ୍ରୀଙ୍କ ଲାଗି ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌। ଖୋଦ ଜିଲା ପ୍ରଶାସନର ନାକ ତଳେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରତି କାହାରି ନିଘା ନାହିଁ। ସହରର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ଆର୍ଥିକ ବର୍ଷରେ ସହରର ଦୁଇ ପ୍ରମୁଖ ରାସ୍ତା, ଫରେଷ୍ଟ ଛକଠାରୁ ଗୁମାଗଡ଼ା ପର୍ଯ୍ୟନ୍ତ ୪,୭୫ କିମି ଓ ମେଡିକାଲ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ୩.୭୫ କିମି ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନ୍‌ ନିର୍ମାଣ ପାଇଁ ୧୪ କୋଟି ୬୫ ଲକ୍ଷ ଓ ୧୧ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରାସ୍ତା ଅସନ୍ତୁଳିତ ଥିବା ବେଳେ ହୋଇପାରିନାହିଁ ପ୍ରଶସ୍ତୀକରଣ। ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଉପର ସ୍ଲାବ୍‌ ଭାଙ୍ଗି ପୋତି ହୋଇଯିବା ସହ ମୁକୁଳା ଡ୍ରେନ୍‌ ଯାତାୟାତରେ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନେଜ ବ୍ୟବସ୍ଥା ପାରଳାଖେମୁଣ୍ଡି ସହରର ବିକାଶ ତଥା ସୌନ୍ଦର୍ଯ୍ୟକରଣରେ ଅତ୍ୟାବଶ୍ୟକ ରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅବହେଳା ଯୋଗୁ ବର୍ଷ ବର୍ଷ ଧରି ସରିପାରୁନାହିଁ ନିର୍ମାଣ କାର୍ଯ୍ୟ। ଏହା ସାଙ୍ଗକୁ ନିମ୍ନମାନର କାମ ଯୋଗୁ ଯୋଜନାର ଲକ୍ଷ୍ୟ ଭ୍ରଷ୍ଟ ହେବା ସହ ବିକାଶରେ ବାଧାପ୍ରାପ୍ତ ହେଉଛି। କ୍ଷତି ହେଉଛି ରାଜସ୍ବ। କିଛି ସ୍ଥାନରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ମାର୍ଚ୍ଚ ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ତେବେ ମୁଖ୍ୟ କାରଣ ହେଲା ପୁରୁଣା ବିଦ୍ୟୁତ୍‌ ଖୁଣ୍ଟକୁ ସ୍ଥାନାନ୍ତର କରାଯାଇ ନ ଥିବା ଏବଂ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ନୂତନ ପାଇପ ଲାଇନ ସଂଯୋଗୀକରଣ କାର୍ଯ୍ୟ ସମାପ୍ତ ହୋଇ ନ ଥିବା ଯୋଗୁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ବର୍ଷା ହେଲେ ନାଳ ମଧ୍ୟରେ ପ୍ରଚୁର ପାଣି ପ୍ରବାହିତ ହୋଇ ପୂର୍ବରୁ ପଡିରହିଥିବା ଜରି, ପ୍ଲାଷ୍ଟିକ ବୋତଲ ଆଦି ସମସ୍ତ ମଇଳା ବର୍ଷାଜଳ ସହରର ମୁଖ୍ୟ ସଡ଼କ ଏବଂ ସାହି, ଗଳିରେ ପାଣି ପଶିବା ସହ କୁଢ କୁଢ ଅଳିଆ ଜମା ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ପାରଳାବାସୀ ହନ୍ତସନ୍ତ ହେବା ସହ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ରାସ୍ତା ନିର୍ମାଣ ଆଳରେ ଅନେକ ଜନସାଧାରଣଙ୍କ ଘରକୁ ପ୍ରଶାସନ ପକ୍ଷରୁ ଗତ ଦୁଇବର୍ଷ ହେଲା ଭାଙ୍ଗିଦିଆଯାଇଛି। ଡ୍ରେନ୍‌ ନିର୍ମାଣ, ବିଦ୍ୟୁତ୍‌ ତାର ସଂଯୋଗ ହୋଇ ନ ଥିବା ଏବଂ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଭଙ୍ଗାଯାଇଥିବା ଘରର ମାଲିକମାନେ ନିଜ ନିଜ ଘରକୁ ଦୀର୍ଘ ବର୍ଷ ହେବ ସଜାଡିବାରେ ଅସୁବିଧା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri