ବିପଦ ସାଜିଛି ମୁକୁଳା ଡ୍ରେନ

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ ଭିତରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ବେ ସେଭଳି ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା ପଶୁନାହିଁ। ଏବେ ମଧ୍ୟ ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ମୁକୁଳା ଅବସ୍ଥାରେ ପଡ଼ିଛି। ବରଗଡ଼ ସହର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଏବଂ ନିର୍ମାଣାଧୀନ ଡ୍ରେନଗୁଡ଼ିକ ମୁକୁଳା ହୋଇ ପଡ଼ିଛି। ଏପରିକି ସମ୍ପୃକ୍ତ ସ୍ଥାନରେ ବାଡ଼ କିମ୍ବା କୌଣସି ସାଙ୍କେତିକ ଚିହ୍ନ ମଧ୍ୟ ଦିଆଯାଇ ନ ଥିବା ପରିଲକ୍ଷିତ ହୋଇଛି। ଫଳରେ ତାହା ଲୋକଙ୍କ ପାଇଁ ବିପଦ ସାଜିଛି। ବର୍ଷା ହେଲେ ଅଘଟଣ ଆଶଙ୍କା ରହିଛି।
ସହରରୁ ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି କ୍ରମରେ ବରଗଡ଼ ସହରର ବିଭିନ୍ନ ଗଳିକନ୍ଦିରେ ଡ୍ରେନ ନିର୍ମାଣ ହୋଇଥିବା ବେଳେ କେତେକ ସ୍ଥାନରେ ଡ୍ରେନ ନିର୍ମାଣାଧୀନ ରହିଛି । ତେବେ ସହର ମଧ୍ୟରେ ରହିଥିବା ବିଭିନ୍ନ ଡ୍ରେନ ମଇଳା ଆବର୍ଜନାରେ ପୂରି ରହିଥିବାରୁ ପାଣି ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ସେହିପରି କେତେକ ଡ୍ରେନରେ ଢ଼ାଙ୍କୁଣି ଦିଆହୋଇ ଥିବାବେଳେ ଅନେକ ଜାଗାରେ ଡ୍ରେନ ମୁକୁଳା ପଡ଼ିଛି। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ସହରର ବିଭିନ୍ନ ଗଳିକନ୍ଦିରେ ଡ୍ରେନ ନିର୍ମାଣାଧୀନ ରହିଛି।
ସେଭଳି ନିର୍ମାଣାଧୀନ ଡ୍ରେନ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଡ୍ରେନ ପାଇଁ ଗାତ ଖୋଳାଯାଇ କେଉଁଠି କାମ ଅଧାରେ ଅଟକି ମୁକୁଳା ହୋଇ ପଡ଼ିଥିବାବେଳେ ଆଉ କେଉଁଠି ଡ୍ରେନ ନିର୍ମାଣ ପାଇଁ ଉଦ୍ଦିଷ୍ଟ ବାଲି, ମେଟାଲ ରାସ୍ତା ଉପରେ ଗଦା ହୋଇଛି । ବରଗଡ଼ କେଶବ ନଗର ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଡ୍ରେନ ସେଭଳି ନିର୍ମାଣାଧୀନ ଥିବାବେଳେ ସହରର ଏକାଧିକ ସ୍ଥାନର ରାସ୍ତା ଉପରେ ବାଲି, ଗେଟି ଗଦା ହୋଇଛି। ଫଳରେ ଯାତାୟାତ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡ଼ୁଛି। ଏପରିକି ସ୍କୁଲକୁ ଯିବା ଆସିବା ସମୟରେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ବରଗଡ଼ର ଜଣେ ନାଗରିକ ଶିବାନନ୍ଦ ମଟାରୀ କହିଛନ୍ତି, ପ୍ରଶାସନର ଅବହେଳା ଯୋଗୁ ସହରର ଡ୍ରେନ ଗୁଡ଼ିକ ମୁକୁଳା ପଡ଼ିଛି। ବର୍ଷା ଆସିବା ପୂର୍ବରୁ ସମସ୍ତ ଡ୍ରେନ ସଫା କରାଯିବା କଥା। ସେହିପରି ଯେଉଁଠାରେ ନୂତନ ଡ୍ରେନ ନିର୍ମାଣ କରାଯାଉଛି, ସେହି କାମ ମଧ୍ୟ ବର୍ଷା ଆଗରୁ ସାରିବା କଥା। କିନ୍ତୁ ସେଭଳି କରାଯାଇ ନ ଥିବା ଯୋଗୁ ଲୋକେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁକୁଳା ଡ୍ରେନରେ ବିଭିନ୍ନ ସମୟରେ ଗାଈ,ଗୋରୁ ପଡ଼ି ଯାଉଥିବାବେଳେ ରାସ୍ତା ଉପରେ ବାଲି, ମେଟାଲ ଗଦା ହୋଇଥିବା ଯୋଗୁ ଅନେକ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଜଣେ ସ୍ଥାନୀୟ ନାଗରିକ ରାଜେନ୍ଦ୍ର ସିକନ୍ଦର କହିଛନ୍ତି, ବର୍ଷା ସମୟରେ ସେଭଳି ଡ୍ରେନ ନିର୍ମାଣର କିଛି ଆବଶ୍ୟକତା ନାହିଁ। ବର୍ଷା ପୂର୍ବରୁ ତାହା କରାଯିବା ଦରକାର। ବର୍ତ୍ତମାନ ଡ୍ରେନ ନିର୍ମାଣ ହେଉଛି। ହେଲେ କୌଣସି ପ୍ରଶାସନିକ ଅଧିକାରୀ ତଦାରଖ କରିବା ଦେଖାଯାଉନାହିଁ। ଏହା ପ୍ରଶାସନର ଦୂରଦୃଷ୍ଟିହୀନତାକୁ ସୂଚାଉଛି ଏବଂ ଏଥିପାଇଁ ସ୍ଥାନୀୟ ଲୋକେ ହଟହଟା ହେଉଛନ୍ତି ବୋଲି ସିକନ୍ଦର କହିଛନ୍ତି। ଏ ସମ୍ପର୍କରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ବର୍ଷା ହେବା ଯୋଗୁ ଡ୍ରେନ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଅଳ୍ପ କିଛିଦିନ ମଧ୍ୟରେ ଯେଭଳି ଡ୍ରେନ ନିର୍ମାଣ କାର୍ଯ୍ୟ ଠିକ୍‌ଭାବେ ଶେଷ ହେବ, ସେଥିପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବିଧାୟକ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri