ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛି ମଦ ବେପାର

ପୁରୁଷୋତ୍ତମପୁର,୩୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରରେ ମଦଦୋକାନ ବନ୍ଦ କରିବାକୁ ନେଇ ବୁଧବାର ରାତିରେ ମଦବେପାରୀ ଓ ପୋଲିସ ମଧ୍ୟରେ  ଲୁଚକାଳି ଚାଲିଛି। ମଦଦୋକାନୀ ଜଣକ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ମଦ ବିକିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହିଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜଣେ ମଦଦୋକାନୀ ପୋଲିସ ପ୍ରତି ଏପରି ବ୍ୟବହାର କରୁଥିବା ବେଳେ ପୋଲିସ ଚୁପ୍‌ ରହିବା ଘଟଣା ପୋଲିସ ବିଭାଗ ପ୍ରତି ଏକ ଅପମାନ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଜିଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ରାତି ସାଢ଼େ ୮ଟା ପରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଥିବା ଚା’ ଦୋକାନ ଓ ଢାବାହୋଟେଲଗୁଡ଼ିକୁ ବନ୍ଦ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ପୁରୁଷୋତ୍ତମପୁର ପୋଲିସ ଠିକ୍‌ ରାତି ସାଢ଼େ ଦୋକାନ ବନ୍ଦ କରୁଛନ୍ତି। ମାତ୍ର ଯେଉଁ ମଦ ପିଇବା କାରଣରୁ ହିଂସା ଘଟୁଛି ତାହାକୁ ବନ୍ଦ କରାଯାଉନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି ଚାଲୁଛି। ପୋଲିସ ରାତିରେ ଧର୍ମକୁ ଆଖିଠାର ଭଳି ବିଦେଶୀ ମଦଦୋକାନକୁ ବନ୍ଦ କରିବାକୁ ଯାଇଥିଲା। ହେଲେ ଦୋକାନୀ ପୋଲିସକୁ ଖାତିର ନ କରି ଓଲଟା ପୋଲିସ ସହ ଲୁଚକାଳି ଖେଳି ଚ୍ୟାଲେଞ୍ଜର ସହ ରାତି ସାଢ଼େ ୧୦ଟା ଯାଏ ମଦ ବିକ୍ରି କରିବାରେ ଲାଗିଥିଲେ। ମଦଦୋକାନଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri