ଓପେକ୍‌ ନୀତି ଅପରିବର୍ତ୍ତିତ

ଫ୍ରାଙ୍କଫୋର୍ଟ/ଲଣ୍ଡନ/ଦୁବାଇ,୫ା୧୨: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସୋମବାରଠାରୁ ଲଗାଯିବାକୁ ଥିବା ନୂଆ କଟକଣାର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସମୟରେ ପେଟ୍ରୋଲିୟମ୍‌ ରପ୍ତାନିକାରୀ ରାଷ୍ଟ୍ରସମୂହ ସଙ୍ଗଠନ (ଓପେକ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଜର୍ମାନୀର ଫ୍ରାଙ୍କଫୋର୍ଟରେ ବସିଛି। ୨୩ ରାଷ୍ଟ୍ରକୁ ନେଇ ଗଠିତ ଓପେକ୍‌ ପ୍ଲସ୍‌ (ଅଏଲ୍‌ କାର୍ଟେଲ ଏବଂ ରୁଷିଆ ସମେତ ସହଯୋଗୀ ଉତ୍ପାଦକମାନେ) ବିଶ୍ୱକୁ ତୈଳ ଯୋଗାଣ କ୍ଷେତ୍ରରେ ସେମାନଙ୍କ ପୂର୍ବ ଟାର୍ଗେଟରେ କିଛି ପରିବର୍ତ୍ତନ ଆଣିନାହାନ୍ତି। ଫଳରେ ଆଗକୁ ଅଶୋଧିତ ତୈଳ ଦର ସ୍ଥିର ରହିବା ଅନୁମାନ କରାଯାଉଛି।

୯ ମାସ ହେଲା ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ପାଇଁ ଯୁଦ୍ଧର ଇନ୍ଧନ ପାଲଟିଛି ତୈଳ। କାରଣ ପାଶ୍ଚାତ୍ୟର କଟକଣା ସତ୍ତ୍ୱେ ରୁଷିଆ ରିହାତି ମୂଲ୍ୟରେ ଭାରତ ଓ ଚାଇନା ସମେତ ବିଭିନ୍ନ ରାଷ୍ଟ୍ରକୁ ତୈଳ ଯୋଗାଣ କରି ଅର୍ଥ ଉପାର୍ଜନ କରୁଛି। ଏହାର ଜବାବ ଦେବା ପାଇଁ ୟୁରୋପୀୟ ସଂଘ (ଇୟୁ) ଏବଂ ଜି୭ ରୁଷିଆର ତୈଳକୁ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ଲୋବାଲ ମାର୍କେଟରେ ତୈଳ ଦରକୁ ଏହି କଟକଣା କେତେ ପ୍ରଭାବିତ କରିବ ତାହା ନିଶ୍ଚିତ ହୋଇନାହିଁ। ଏଭଳି ସମୟରେ ଓପେକ୍‌ ପ୍ଲସ୍‌ ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଥିଲା। ଓପେକ୍‌ ପ୍ଲସ୍‌ ଏବଂ ଏହାର ସହଯୋଗୀମାନେ ଗତ ଅକ୍ଟୋବର ୫ରେ ଅଷ୍ଟ୍ରିଆର ଭିଏନାରେ ଅନୁଷ୍ଠିତ ବୈଠକରେ ଦୈନିକ ୨ ନିୟୁତ ବ୍ୟାରେଲ (ବିପିଡି) ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହାକି ନଭେମ୍ବରରୁ କାର୍ଯ୍ୟକାରୀ ହୋଇଛି। ହ୍ବାଇଟ୍‌ ହାଉସ୍‌ ଏହାକୁ ଏକ ଦୂରଦୃଷ୍ଟିହୀନ ତଥା ମସ୍କୋ ପ୍ରାୟୋଜିତ ପଦକ୍ଷେପ ବୋଲି ସମାଲୋଚନା କରିଛି।

ଅନ୍ୟପକ୍ଷେ ଚାଇନାରେ କରେନା ସଂକ୍ରମଣ ବଢ଼ିଚାଲିଥିବାରୁ ଜିରୋ-କୋଭିଡ୍‌ ନୀତି ଅନୁସାରେ ବେଜିଂ ଜାରି କରିଥିବା କଟକଣା ଯୋଗୁ ଇନ୍ଧନ ଚାହିଦା ହ୍ରାସ ପାଇପାରେ। ଆମେରିକା ଓ ୟୁରୋପରେ ମାନ୍ଦାବସ୍ଥା ଆଶଙ୍କା ଦେଖାଦେଇଥିବାରୁ ଗ୍ୟାସୋଲିନ୍‌ ସମେତ କ୍ରୁଡ୍‌ରୁ ପ୍ରସ୍ତୁତ ଅନ୍ୟ ଇନ୍ଧନଗୁଡ଼ିକର ଚାହିଦା ମଧ୍ୟ କମିବା ଅନୁମାନ କରାଯାଉଛି। ଏପରି ଅନିଶ୍ଚିତତା ମଧ୍ୟରେ ଏହି ଭର୍ଚୁଆଲ ବୈଠକରେ ଓପେକ୍‌ ପ୍ଲସ୍‌ ପଛଘୁଞ୍ଚା ଦେଇଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି। ବୈଶ୍ୱିକ ଅର୍ଥନୀତିରେ ଆସିଥିବା ମନ୍ଥରତା ପ୍ରଭାବରେ ତୈଳ ଚାହିଦା କମିବାରେ ଲାଗିଛି। ମାସକ ତଳେ ବ୍ରେଣ୍ଟ୍‌ ବ୍ୟାରେଲ ପିଛା ୯୮ ଡଲାର ଥିବାବେଳେ ଶୁକ୍ରବାର କାରବାର ଶେଷ ବେଳକୁ ଏହା ୮୫.୪୨ ଡଲାରରେ ସୀମିତ ରହିଛି। କିନ୍ତୁ ରୁଷୀୟ ତୈଳକୁ ୬୦ ଡଲାରରେ ସୀମିତ ରଖିବା ପାଇଁ ଚାଲିଥିବା ଉଦ୍ୟମକୁ ମସ୍କୋ ନିନ୍ଦା କରିଛି। ଏତେ କମ୍‌ ମୂଲ୍ୟରେ ତୈଳ ରପ୍ତାନୀ କରିବ ନାହିଁ ବୋଲି କହିଛି। ଏଥିସହ ଏହି କଟକଣାର ଜବାବ କିଭଳି ଭାବେ ଦିଆଯିବ ସେନେଇ ମସ୍କୋ ଚିନ୍ତା କରୁଥିବା କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି।

ଓପେକ୍‌ ପ୍ଲସ୍‌

ଅର୍ଗାନାଇଜେଶନ୍‌ ଅଫ୍‌ ଦି ପେଟ୍ରୋଲିୟମ୍‌ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌ (ଓପିଇସି) ବା ଓପେକ୍‌ ହେଉଛି ୧୩ ରାଷ୍ଟ୍ରକୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ସଙ୍ଗଠନ। ପ୍ରଥମ ୫ ସଦସ୍ୟ ଇରାନ, ଇରାକ, କୁଏଟ୍‌, ସାଉଦି ଆରବ ଓ ଭେନିଜୁଏଲା ଦ୍ୱାରା ୧୯୬୦ ସେପ୍ଟେମ୍ବର ୧୪ରେ ଏହାକୁ ଇରାକ୍‌ ରାଜଧାନୀ ବାଗ୍‌ଦାଦରେ ପ୍ରତିଷ୍ଠା କରାଯାଇଥିଲା। ଅଷ୍ଟ୍ରିଆ ସଦସ୍ୟ ନ ଥାଇ ମଧ୍ୟ ଏହାର ରାଜଧାନୀ ଭିଏନାରେ ଓପେକ୍‌ର ମୁଖ୍ୟାଳୟ ରହିଛି। ପରବର୍ତ୍ତୀ ସମୟରେ ଏଥିରେ ଆଲ୍‌ଜେରିଆ, ଆଙ୍ଗୋଲା, ଇକ୍ୱାଟୋରିଆ ଗିନିଆ, ଗାବ୍ରୋନ୍‌, ଲିବ୍ୟା, ନାଇଜେରିଆ, କଙ୍ଗୋ ସାଧାରଣତନ୍ତ୍ର ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସାମିଲ କରାଯାଇଛି। ବିଶ୍ୱରେ ମୋଟ ଉତ୍ପାଦିତ ତୈଳର ୪୪% ଯୋଗଦାନ ହେଉଛି ଏହି ୧୩ ରାଷ୍ଟ୍ରର। ବିଶ୍ୱ ବଜାରରେ ଅଶୋଧିତ ତୈଳ ଉପରେ ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ୨୦୧୬ରେ ଏଥିରେ ରୁଷିଆ ସମେତ ଆଉ କେତେକ ରାଷ୍ଟ୍ରକୁ ସାମିଲ କରି ଓପେକ୍‌ ପ୍ଲସ୍‌ ସଙ୍ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri