ଓପେକ୍‌ ନୀତି ଅପରିବର୍ତ୍ତିତ

ଫ୍ରାଙ୍କଫୋର୍ଟ/ଲଣ୍ଡନ/ଦୁବାଇ,୫ା୧୨: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସୋମବାରଠାରୁ ଲଗାଯିବାକୁ ଥିବା ନୂଆ କଟକଣାର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସମୟରେ ପେଟ୍ରୋଲିୟମ୍‌ ରପ୍ତାନିକାରୀ ରାଷ୍ଟ୍ରସମୂହ ସଙ୍ଗଠନ (ଓପେକ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଜର୍ମାନୀର ଫ୍ରାଙ୍କଫୋର୍ଟରେ ବସିଛି। ୨୩ ରାଷ୍ଟ୍ରକୁ ନେଇ ଗଠିତ ଓପେକ୍‌ ପ୍ଲସ୍‌ (ଅଏଲ୍‌ କାର୍ଟେଲ ଏବଂ ରୁଷିଆ ସମେତ ସହଯୋଗୀ ଉତ୍ପାଦକମାନେ) ବିଶ୍ୱକୁ ତୈଳ ଯୋଗାଣ କ୍ଷେତ୍ରରେ ସେମାନଙ୍କ ପୂର୍ବ ଟାର୍ଗେଟରେ କିଛି ପରିବର୍ତ୍ତନ ଆଣିନାହାନ୍ତି। ଫଳରେ ଆଗକୁ ଅଶୋଧିତ ତୈଳ ଦର ସ୍ଥିର ରହିବା ଅନୁମାନ କରାଯାଉଛି।

୯ ମାସ ହେଲା ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ପାଇଁ ଯୁଦ୍ଧର ଇନ୍ଧନ ପାଲଟିଛି ତୈଳ। କାରଣ ପାଶ୍ଚାତ୍ୟର କଟକଣା ସତ୍ତ୍ୱେ ରୁଷିଆ ରିହାତି ମୂଲ୍ୟରେ ଭାରତ ଓ ଚାଇନା ସମେତ ବିଭିନ୍ନ ରାଷ୍ଟ୍ରକୁ ତୈଳ ଯୋଗାଣ କରି ଅର୍ଥ ଉପାର୍ଜନ କରୁଛି। ଏହାର ଜବାବ ଦେବା ପାଇଁ ୟୁରୋପୀୟ ସଂଘ (ଇୟୁ) ଏବଂ ଜି୭ ରୁଷିଆର ତୈଳକୁ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ଲୋବାଲ ମାର୍କେଟରେ ତୈଳ ଦରକୁ ଏହି କଟକଣା କେତେ ପ୍ରଭାବିତ କରିବ ତାହା ନିଶ୍ଚିତ ହୋଇନାହିଁ। ଏଭଳି ସମୟରେ ଓପେକ୍‌ ପ୍ଲସ୍‌ ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଥିଲା। ଓପେକ୍‌ ପ୍ଲସ୍‌ ଏବଂ ଏହାର ସହଯୋଗୀମାନେ ଗତ ଅକ୍ଟୋବର ୫ରେ ଅଷ୍ଟ୍ରିଆର ଭିଏନାରେ ଅନୁଷ୍ଠିତ ବୈଠକରେ ଦୈନିକ ୨ ନିୟୁତ ବ୍ୟାରେଲ (ବିପିଡି) ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହାକି ନଭେମ୍ବରରୁ କାର୍ଯ୍ୟକାରୀ ହୋଇଛି। ହ୍ବାଇଟ୍‌ ହାଉସ୍‌ ଏହାକୁ ଏକ ଦୂରଦୃଷ୍ଟିହୀନ ତଥା ମସ୍କୋ ପ୍ରାୟୋଜିତ ପଦକ୍ଷେପ ବୋଲି ସମାଲୋଚନା କରିଛି।

ଅନ୍ୟପକ୍ଷେ ଚାଇନାରେ କରେନା ସଂକ୍ରମଣ ବଢ଼ିଚାଲିଥିବାରୁ ଜିରୋ-କୋଭିଡ୍‌ ନୀତି ଅନୁସାରେ ବେଜିଂ ଜାରି କରିଥିବା କଟକଣା ଯୋଗୁ ଇନ୍ଧନ ଚାହିଦା ହ୍ରାସ ପାଇପାରେ। ଆମେରିକା ଓ ୟୁରୋପରେ ମାନ୍ଦାବସ୍ଥା ଆଶଙ୍କା ଦେଖାଦେଇଥିବାରୁ ଗ୍ୟାସୋଲିନ୍‌ ସମେତ କ୍ରୁଡ୍‌ରୁ ପ୍ରସ୍ତୁତ ଅନ୍ୟ ଇନ୍ଧନଗୁଡ଼ିକର ଚାହିଦା ମଧ୍ୟ କମିବା ଅନୁମାନ କରାଯାଉଛି। ଏପରି ଅନିଶ୍ଚିତତା ମଧ୍ୟରେ ଏହି ଭର୍ଚୁଆଲ ବୈଠକରେ ଓପେକ୍‌ ପ୍ଲସ୍‌ ପଛଘୁଞ୍ଚା ଦେଇଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି। ବୈଶ୍ୱିକ ଅର୍ଥନୀତିରେ ଆସିଥିବା ମନ୍ଥରତା ପ୍ରଭାବରେ ତୈଳ ଚାହିଦା କମିବାରେ ଲାଗିଛି। ମାସକ ତଳେ ବ୍ରେଣ୍ଟ୍‌ ବ୍ୟାରେଲ ପିଛା ୯୮ ଡଲାର ଥିବାବେଳେ ଶୁକ୍ରବାର କାରବାର ଶେଷ ବେଳକୁ ଏହା ୮୫.୪୨ ଡଲାରରେ ସୀମିତ ରହିଛି। କିନ୍ତୁ ରୁଷୀୟ ତୈଳକୁ ୬୦ ଡଲାରରେ ସୀମିତ ରଖିବା ପାଇଁ ଚାଲିଥିବା ଉଦ୍ୟମକୁ ମସ୍କୋ ନିନ୍ଦା କରିଛି। ଏତେ କମ୍‌ ମୂଲ୍ୟରେ ତୈଳ ରପ୍ତାନୀ କରିବ ନାହିଁ ବୋଲି କହିଛି। ଏଥିସହ ଏହି କଟକଣାର ଜବାବ କିଭଳି ଭାବେ ଦିଆଯିବ ସେନେଇ ମସ୍କୋ ଚିନ୍ତା କରୁଥିବା କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି।

ଓପେକ୍‌ ପ୍ଲସ୍‌

ଅର୍ଗାନାଇଜେଶନ୍‌ ଅଫ୍‌ ଦି ପେଟ୍ରୋଲିୟମ୍‌ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌ (ଓପିଇସି) ବା ଓପେକ୍‌ ହେଉଛି ୧୩ ରାଷ୍ଟ୍ରକୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ସଙ୍ଗଠନ। ପ୍ରଥମ ୫ ସଦସ୍ୟ ଇରାନ, ଇରାକ, କୁଏଟ୍‌, ସାଉଦି ଆରବ ଓ ଭେନିଜୁଏଲା ଦ୍ୱାରା ୧୯୬୦ ସେପ୍ଟେମ୍ବର ୧୪ରେ ଏହାକୁ ଇରାକ୍‌ ରାଜଧାନୀ ବାଗ୍‌ଦାଦରେ ପ୍ରତିଷ୍ଠା କରାଯାଇଥିଲା। ଅଷ୍ଟ୍ରିଆ ସଦସ୍ୟ ନ ଥାଇ ମଧ୍ୟ ଏହାର ରାଜଧାନୀ ଭିଏନାରେ ଓପେକ୍‌ର ମୁଖ୍ୟାଳୟ ରହିଛି। ପରବର୍ତ୍ତୀ ସମୟରେ ଏଥିରେ ଆଲ୍‌ଜେରିଆ, ଆଙ୍ଗୋଲା, ଇକ୍ୱାଟୋରିଆ ଗିନିଆ, ଗାବ୍ରୋନ୍‌, ଲିବ୍ୟା, ନାଇଜେରିଆ, କଙ୍ଗୋ ସାଧାରଣତନ୍ତ୍ର ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସାମିଲ କରାଯାଇଛି। ବିଶ୍ୱରେ ମୋଟ ଉତ୍ପାଦିତ ତୈଳର ୪୪% ଯୋଗଦାନ ହେଉଛି ଏହି ୧୩ ରାଷ୍ଟ୍ରର। ବିଶ୍ୱ ବଜାରରେ ଅଶୋଧିତ ତୈଳ ଉପରେ ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ୨୦୧୬ରେ ଏଥିରେ ରୁଷିଆ ସମେତ ଆଉ କେତେକ ରାଷ୍ଟ୍ରକୁ ସାମିଲ କରି ଓପେକ୍‌ ପ୍ଲସ୍‌ ସଙ୍ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡା-ଛେଳି ବିକ୍ରି ହେବ ବନ୍ଦ !

ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ।...

ନୋବେଲ ଶାନ୍ତି ପୁରସ୍କାର-୨୦୨୩ ଦୌଡ଼ରେ ଚାଇନାର ଉଇଗରଙ୍କ ସମସ୍ୟା ଉପସ୍ଥାପନ କରୁଥିବା ସଂସ୍ଥା…

ବେଜିଂ,୯।୩ : ୨୦୨୩ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଉଇଗର ମୁସଲମାନମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବିଶ୍ୱ ଉଇଗର୍‌ କଂଗ୍ରେସ ସାମିଲ ହୋଇଛି। ସଂସ୍ଥାର...

ଫାଇଜରକୁ ଆମେରିକା, ମେକ୍ସିକୋର ମଞ୍ଜୁରୀ

ଓ୍ବାଶିଂଟନ/ମେକ୍ସିକୋ ସିଟି, ୧୩।୧୨:ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ଆମେରିକା ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛି। କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଏହି ଦେଶରେ ଖୁବ୍‌ଶୀଘ୍ର...

ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ...

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ...

ପାସ୍‌ପୋର୍ଟ ଚିରିଦେବାରୁ ଆମେରିକାରେ ଫସିଛନ୍ତି ୪୨ ଛାତ୍ରୀଛାତ୍ର

ଓ୍ବାଶିଂଟନ୍‌, ୧।୩: ହୋଟେଲ କର୍ତ୍ତୃପକ୍ଷ ଭୁଲବଶତଃ ଛାତ୍ରୀଛାତ୍ରଙ୍କ ପାସ୍‌ପୋର୍ଟ ଚିରିଦେବା ଯୋଗୁ ବ୍ରିଟେନର ୪୨ଜଣ ଆମେରିକାରେ ଫସି ରହିଛନ୍ତି। ବ୍ରିଟେନ୍‌ର ଓ୍ବାଲସାଲସ୍ଥିତ ବାର୍‌ବିକୋନ୍‌ ସ୍କୁଲର ୪୨...

ଇତିହାସ ରଚିଲା ଆମେରିକା: ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍‌ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ...

ବର୍ଷକ ପରେ ଖୋଲିଲା ସିନେମାଘର

କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ...

Advertisement
Archives

Model This Week