ଅନ୍‌ଲାଇନ୍‌ ଟିକସ ପୈଠ ପାଇଁ ସଚେତନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜଧାନୀରେ ରାଜସ୍ବ ଆଦାୟ କ୍ଷେତ୍ରରେ ପଛରେ ପଡ଼ିଯାଇଛି ବିଏମ୍‌ସି। ହୋଲ୍ଡିଂ ଟିକସ ଏବଂ ଅନ୍ୟାନ୍ୟ କର ଆଦାୟ କରିବାରେ ୱାର୍ଡ ଅଧିକାରୀମାନେ ଆଖିଦୃଶିଆ କାର୍ଯ୍ୟ କରିପାରୁ ନାହାନ୍ତି। ତେଣୁ ଆଗକୁ କିଭଳି ଠିକ୍‌ ଭାବେ ଏବଂ ଅଧିକ ରାଜସ୍ବ ଆଦାୟ କରିହେବ ସେନେଇ ବିଏମ୍‌ସି ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଟିକସ ଆଦାୟ ସମ୍ପର୍କିତ ଏକ ସମୀକ୍ଷା ବୈଠକ ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରେଡ୍‌ ଲାଇସେନ୍ସ ଓ ହୋଲ୍ଡିଂ ଟିକସ ଆଦାୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ‘ଭୁବନେଶ୍ୱର ଡଟ୍‌ ମି’ ଆପ୍‌ ମାଧ୍ୟମରେ ଟିକସ ପୈଠ କରିବାକୁ ସହରବାସୀଙ୍କୁ କିପରି ସଚେତନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଫ୍‌ଲାଇନ୍‌ ପରିବର୍ତ୍ତେ ଅନ୍‌ଲାଇନ୍‌ ଯୋଗେ ନାଗରିକମାନେ କିପରି ସହଜରେ ଟିକସ ପୈଠ କରିପାରିବେ, ସେନେଇ ୱାର୍ଡ ଅଫିସର କାର୍ଯ୍ୟ କରିବେ। ଯେଉଁମାନେ ଟିକସ ଦେଉ ନାହାନ୍ତି, ସେମାନଙ୍କଠାରୁ ଟିକସ ଆଦାୟ ପାଇଁ ପଦକ୍ଷେପ ନିଆଯିବ। ଏଥିସହ ବେଆଇନ ବିଜ୍ଞାପନ, ହୋର୍ଡିଂ, ପାର୍କିଂ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଅପରପକ୍ଷେ ମହାନଗର ନିଗମ ଅଞ୍ଚଳରେ ପାର୍କିଂ ଏବଂ ନୋ ପାର୍କିଂ ଅଞ୍ଚଳକୁ ନେଇ ଅନେକ ସମସ୍ୟା ରହିଛି। କେତେକ ସ୍ଥାନରେ ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ତେଣୁ ତାହା ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନିଆଯିବ। ନିଜ ୱାର୍ଡରେ ଥିବା ପାର୍କିଂ ସମସ୍ୟା ସମ୍ପର୍କରେ ଆସନ୍ତା ୭ଦିନ ମଧ୍ୟରେ ଜଣାଇବା ପାଇଁ ୱାର୍ଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଏନେଇ ଆସନ୍ତା କର୍ପୋରେସନ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କମିଶନର କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ଟିକସ ଖିଲାପକାରୀଙ୍କଠାରୁ ଟିକସ ଆଦାୟ କରି କିପରି ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ଆୟ ବୃଦ୍ଧି କରିବା ସହ ଜନହିତକର କାର୍ଯ୍ୟରେ ବିନିଯୋଗ ହୋଇପାରିବ, ସେ ଦିଗରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟରେ ବିଏମ୍‌ସି ମାଇଲଖୁଣ୍ଟ ସ୍ଥାପନ କରିଥିଲା। ଏହି ବର୍ଷ ମୋଟ ପ୍ରାୟ ୧୫୦କୋଟି ୫୧ଲକ୍ଷ ୮୫ହଜାର ୫୩ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ଯାହାକି ବିଏମ୍‌ସିର ରାଜସ୍ବ ଆଦାୟ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ରେକର୍ଡ। ତେଣୁ ଚଳିତ ଆର୍ଥତ୍କ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ଏହି ରେକର୍ଡକୁ ବଜାୟ ରଖିବା ସହ ଆହୁରି ଅଧିକ ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri