ଯୁବପିଢ଼ି ହିଁ ବଡ଼ଧରଣର ସମାଧାନ କରିପାରିବେ

କେନ୍ଦ୍ରାପଡ଼ା/ଡେରାବିଶ, ୧୮ା୮(ଜଗନ୍ନାଥ ଧଳ/ବେବର୍ତ୍ତା ଅଜୟ ଦାସ): ଆମମାନଙ୍କ ମଧ୍ୟରେ ପ୍ରଶ୍ନ ପଚାରିବାର ମାନସିକତା ପିଲାବେଳେ ଦେଖାଦେଇଥାଏ। ପିଲାମାନେ ପଚାରି ପଚାରି ସବୁକଥା ଜାଣିବାକୁ ପାଇଥାନ୍ତି। ପରବର୍ତ୍ତୀ ସମୟରେ ଆମେ ଯେତେବେଳେ ସମାଜ ଭିତରକୁ ପ୍ରବେଶ କରୁ, ଶିକ୍ଷାନୁଷ୍ଠାନ ଯାଉ ଏବଂ ବୟସ୍କ ଲୋକଙ୍କ ସହ ଭେଟୁ ସେତେବେଳେ ଆମ ପ୍ରଶ୍ନ ପଚାରିବାର ଶକ୍ତିକୁ କଳେବଳେ କୌଶଳେ ମାରି ଦିଆଯାଏ। ତାହା ସମାଜ କରୁ କି ସରକାର କରୁ କିମ୍ବା ଅଧ୍ୟାପିକା, ଅଧ୍ୟାପକ କରନ୍ତୁ, କ୍ରମଶଃ ଆମର ସେହି ପ୍ରଶ୍ନ କରିବାର ଶକ୍ତିକୁ ହ୍ରାସ କରି ଦିଆଯାଏ। ଯାହାଫଳରେ ଯାହା ଆମ ଆଖିଆଗକୁ ଆସିଲା, ତାହାକୁ ‘କାନ୍ଦୁଥିବେ, ଯାହା ପାଉଥିବେ ବାନ୍ଧୁଥିବେ’ ଚରିତ୍ରରେ ଗ୍ରହଣ କରି ଆମେ ସମସ୍ତେ ପ୍ରାୟ ବଢ଼ିବାକୁ ପସନ୍ଦ କରିଥାଉ। ଓଡ଼ିଶାରେ ପିଲାମାନଙ୍କର ପ୍ରଶ୍ନ କରିବାର ଇଚ୍ଛା ଅଛି, କିନ୍ତୁ ତାହା ଦବି ଯାଉଛି। ତାହାକୁ ଜାଗ୍ରତ କରିବାକୁ ହେଲେ ବୌଦ୍ଧିକ ବିକାଶ ଜରୁରୀ ଏବଂ କଥା କହିବାର କୌଶଳ ଶିଖିବାକୁ ହେବ। ସବୁ କିଛି ଯେ ଶାସନ ବ୍ୟବସ୍ଥା, ସରକାର, ରାଜନୈତିକ ନେତା କରିଦେବେ ତାହାନୁହେଁ, ଏହିସବୁ ମାଧ୍ୟମ ଆଂଶିକ ସମାଧାନ ଦେଇପାରିବ। କିନ୍ତୁ ଯୁବପିଢ଼ି ହିଁ ବଡ଼ଧରଣର ସମାଧାନ କରିପାରିବେ। ଯେତେବେଳେ ଆମ ଯୁବପିଢ଼ି ସଚେତନ ହେବେ, ପ୍ରଶ୍ନ ପଚାରିବେ ଏବଂ ଯେତେବେଳେ ବୁଝିବେ ସମାଜରେ କ’ଣ ହେଉଛି, ତା’ର ସମାଧାନ ସେମାନେ ହିଁ ବାହାର କରିପାରିବେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ଧରିତ୍ରୀର ୫୦ ବର୍ଷ ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ମହାବିଦ୍ୟାଳୟ ସଭାକକ୍ଷ ପରିସରରେ ଗୁରୁବାର ଅନୁଷ୍ଠିତ ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ସମ୍ପାଦକ ସତପଥୀ ଉପରୋକ୍ତ ଉଦ୍‌ବୋଧନ ଦେଇ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଛନ୍ତି। ସୁସ୍ଥ ଗଣତନ୍ତ୍ର ସ୍ଥାପନ ପାଇଁ ଯୁବପିଢ଼ି ପ୍ରଶ୍ନ କରିବାର ସମୟ ଆସିଛି। ଧରିତ୍ରୀ ଏଥିପାଇଁ ସଚେତନତା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
ମୁଖ୍ୟ ଅତିଥି ଭାବେ ଡେରାବିଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ଯୋଗଦେଇ ଧରିତ୍ରୀର ଏହି ପଦକ୍ଷେପକୁ ସାଧୁବାଦ ଜଣାଇବା ସହ ବକ୍ତୃତା ପ୍ରତିଯୋଗିତାର ବିଷୟ ସମୟ ଉପଯୋଗୀ ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ କୁମାର କର ଯୋଗଦେଇ କହିଛନ୍ତି, ଧରିତ୍ରୀର ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ସଚେତନତା ସୃଷ୍ଟି କରୁଛି। ଏହାଦ୍ୱାରା ଛାତ୍ରୀଛାତ୍ର ଦେଶରେ ଚାଲିଥିବା ଗଣତନ୍ତ୍ରକୁ ବିଶ୍ଳେଷଣ କରୁଛନ୍ତି। ଗଣତନ୍ତ୍ର ଯେତେ ସୁଦୃଢ଼ ହେବ, ସେହି ପରିମାଣରେ ଦେଶ ସଶକ୍ତ ହେବ ବୋଲି ସଭାପତି କର କହିଛନ୍ତି। ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପିକା ପ୍ରଜ୍ଞା ପଟ୍ଟନାୟକ, ଶିକ୍ଷାବିତ୍‌ ଈଶ୍ୱର ଚନ୍ଦ୍ର ପୃଷ୍ଟି, ଶିକ୍ଷାବିତ୍‌ ଗୋଲେଖ ଚନ୍ଦ୍ର ମହାଭୋଇ ଯୋଗଦେଇ କହିଥିଲେ ଯେ, ସାମାଜିକ ଗଣମାଧ୍ୟମରେ ଆସୁଥିବା ବହୁ ଖବର ସାମାଜିକ ବ୍ୟବସ୍ଥାକୁ କ୍ଷୁଣ୍ଣ କରୁଛି। ଏଥିପାଇଁ ଦେଶରେ ଅଶାନ୍ତି ସୃଷ୍ଟି ହେଉଛି। ଖବରକୁ ପରଖିବା ବ୍ୟବସ୍ଥା ନାହିଁ। ଅପରପକ୍ଷରେ ଧରିତ୍ରୀ ପରି ଗଣମାଧ୍ୟମ ଯୁବବର୍ଗଙ୍କୁ ପ୍ରତ୍ୟେକ ଖବର ପ୍ରତି ଯତ୍ନଶୀଳ ହେବାକୁ ଗତ ୪୯ ବର୍ଷ ଧରି ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ସେମାନେ ମତ ଦେଇଛନ୍ତି। ବକ୍ତୃତା ପ୍ରତିଯୋଗିତାରେ ମହାବିଦ୍ୟାଳୟର ୧୬ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ଯୁକ୍ତ୩ ଛାତ୍ରୀ ଚିନ୍ମୟୀ ଶୁଭଦର୍ଶନୀ ପ୍ରଧାନ ଓ ଯୁକ୍ତ୨ ଛାତ୍ରୀ ସ୍ମୃତି ସାଗରିକା ପରିଡ଼ା ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଯୁକ୍ତ ୨ ଛାତ୍ରୀ ସୁଶ୍ରୀ ଶ୍ରାବଣୀ ଦାସ ଦ୍ୱିତୀୟ ବିଜେତା ଏବଂ ଯୁକ୍ତ୩ ଛାତ୍ରୀ ବନ୍ଦିତା ପଣ୍ଡା ତୃତୀୟ ବିଜେତା ହୋଇଛନ୍ତି। ପ୍ରାରମ୍ଭରେ ଇନ୍ଦୁପୁରସ୍ଥିତ ପାୟଲ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ବୃନ୍ଦାବନ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଧରିତ୍ରୀର କେନ୍ଦ୍ରାପଡ଼ା ଜିଲା ପ୍ରତିନିଧି ଜଗନ୍ନାଥ ଧଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଡେରାବିଶ ପ୍ରତିନିଧି ବେବର୍ତ୍ତା ଅଜୟ ଦାସ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଶାଘାଇ ପ୍ରତିନିଧି ଶୁଭେନ୍ଦୁ ପ୍ରସାଦ ଚୌଧୁରୀ, ମହାକାଳପଡ଼ା ପ୍ରତିନିଧି ପ୍ରତାପ କୁମାର ସ୍ବାଇଁ, ପଟ୍ଟାମୁଣ୍ଡାଇ ପ୍ରତିନିଧି କଳ୍ପତରୁ ନାୟକ ଓ ରାଜକନିକା ପ୍ରତିନିଧି ସଞ୍ଜୟ କୁମାର ଦାଶ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ବିଶ୍ୱରେ ଖେଳିଗଲା…

ନୂଆଦିଲ୍ଲୀ,୧୯।୧୨: ଭାରତ ଚାଇନା ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାଇନାରୁ ଆମଦାନୀ ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ପାଞ୍ଚ ବର୍ଷର ଆଣ୍ଟି-ଡମ୍ପିଂ ଶୁଳ୍କ...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri