ଏଥର କେବଳ ସେବାୟତ ଟାଣିବେ ରଥ

ପୁରୀ ଅଫିସ,୪।୭: ଚଳିତବର୍ଷ ରଥଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ। ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ କର୍ମଚାରୀମାନେ ରଥଟଣାରେ ନିୟୋଜିତ ହେବେ ନାହିଁ। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ବ୍ୟକ୍ତିମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ। ଏଥିପାଇଁ ପାଖାପାଖି ୬ ହଜାର ଲିଟର ସାନିଟାଇଜର ବଣ୍ଟନ ହେବ। ମାସ୍କ ଓ ଗାମୁଛାର ମଧ୍ୟ ବ୍ୟବସ୍ଥା ହେଉଛି। ରଥଯାତ୍ରା ପାଇଁ ଛତିଶା ନିଯୋଗର ଚୂଡ଼ାନ୍ତ ଭର୍ଚୁଆଲ୍‌ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷ୍ଣନ୍‌ କୁମାର। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିବେ ବୋଲି ଅତିରିକ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଜିତେନ୍ଦ୍ର କୁମାର ଜେନା କହିଛନ୍ତି।
ବୈଠକରେ କୁହାଯାଇଛି ଯେ, ଖରାର ପ୍ରକୋପ ବଢୁଥିବା ହେତୁ ରଥଯାତ୍ରାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ବସିବା ପାଇଁ ସିଂହଦ୍ୱାର ପଛପାର୍ଶ୍ୱରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ଅସ୍ଥାୟୀ ବିଶ୍ରାମ ଗୃହ ରହିବ। ପାଖାପାଖି ୫ଶହରୁ ଊର୍ଦ୍ଧ୍ୱ ଲୋକ ବସିବା ଭଳି ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ୨ଟି ଲେଖାଏ ଛୋଟ ବିଶ୍ରାମସ୍ଥଳୀ ପ୍ରସ୍ତୁତ ହେବ। ଜରୁରିକାଳୀନ ପରିସ୍ଥିତି ପାଇଁ ଡାକ୍ତରୀ ସୁବିଧା, ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧା, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ରଥ ପହଞ୍ଚିବା ପରେ ସେବାୟତମାନଙ୍କୁ ଘରେ ଛାଡ଼ିବା ପାଇଁ ୧୫ଟି ବଡ଼ ଗାଡ଼ି ଓ ୧୦ଟି ଛୋଟ ଗାଡ଼ିର ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡରେ ଭକ୍ତମାନଙ୍କ ପ୍ରବେଶ ନିଷେଧ ରହିଛି। ପୁରୀ ସହରବାସୀଙ୍କୁ ସହଯୋଗ ପାଇଁ ଅପିଲ କରାଯାଉଛି। ସେବାୟତମାନେ ସାଙ୍ଗରେ ମୋବାଇଲ କ୍ୟାମେରା ନେଇ ଯାଇପାରିବେ ନାହିଁ। ଫଟୋ ଉଠା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ବିନା କ୍ୟାମେରା ଥିବା ଫୋନ୍‌କୁ ନେଇ ବିଚାରବିମର୍ଶ ଚାଲିଛି। ସର୍ବନିମ୍ନ ସେବାୟତ ରଥ ଉପରେ ବସିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ବିଗ୍ରହ ସାମ୍ନାରେ ସେବାୟତମାନେ ନ ବସିବା ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଘରେ ରହି ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନଙ୍କର କୌଣସି ଅସୁବିଧା ହେବ ନାହିଁ। ତେବେ କେତେ ସଂଖ୍ୟକ ସେବାୟତ ରଥଯାତ୍ରାରେ ନିୟୋଜିତ ହେବେ ସେନେଇ ସଂଖ୍ୟା କେତେ ହେବ ତାହା କହିହେବ ନାହିଁ, ମାତ୍ର ସର୍ବନିମ୍ନ ସଂଖ୍ୟାରେ କୋଭିଡ୍‌ କଟକଣା ମଧ୍ୟରେ  ରଥଯାତ୍ରା ପରିଚାଳନା ହେବ।
ଅନ୍ୟପକ୍ଷରେ ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, ପୂର୍ବ ବର୍ଷ ଯେଉଁଭଳି ଭାବେ ରଥଯାତ୍ରା ପରିଚାଳନା ହୋଇଥିଲା ଚଳିତବର୍ଷ ମଧ୍ୟ ସମାନ ଭାବେ କାର୍ଯ୍ୟକାରୀ ହେବ। କର୍ଫ୍ୟୁ ସମୟରେ କେବଳ ଜରୁରିକାଳୀନ ସେବା ଚାଲୁ ରହିବ। ସେହିଭଳି ଯେଉଁ ଗଣମାଧ୍ୟମ ପ୍ରତିନିଧିମାନେ ରଥଯାତ୍ରାରେ ଉପସ୍ଥିତ ରହିବେ, ସମସ୍ତଙ୍କର କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ଅନ୍ୟପଟେ ରାଜ୍ୟ ବାହାରୁ ଆସିବାକୁ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜ ସାଙ୍ଗରେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ। ଏ ନେଇ ସେବାୟତ ଗୌରହରି ଦାସ କହିଛନ୍ତି, ରଥଯାତ୍ରା ପରିଚାଳନା ପାଇଁ ସେବାୟତମାନେ ସବୁ ପ୍ରକାର ସହଯୋଗ କରିବେ। ରଥ ଉପରେ କେତେ ସେବାୟତ ରହିବେ ତାହା ନିଷ୍ପତ୍ତି ହୋଇନାହିଁ ମାତ୍ର ସର୍ବନିମ୍ନ ସେବାୟତଙ୍କୁ ବିଚାରକୁ ନିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri