Posted inଜାତୀୟ

ପାରିବାରିକ ସମ୍ପତ୍ତି ଭାଗବଣ୍ଟାରେ ଏବେ ମାତ୍ର ୫ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି…

ଲକ୍ଷ୍ନୌ, ୧୫।୬ : ପରିବାର ସଦସ୍ୟଙ୍କ ମଧ୍ୟରେ ଅସ୍ଥାବର ସମ୍ପତ୍ତି ବଣ୍ଟନ ବର୍ତ୍ତମାନ ସହଜ ହେବ। ଏଥିପାଇଁ ଦାନ ସୂତ୍ର କାରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି। ସମ୍ପତ୍ତି ଯେତେ ମୂଲ୍ୟବାନ ହୋଇପାରେ ନା କାହିଁକି, ପାରିବାରିକ ଭାଗବଣ୍ଟା ଉପରେ କେବଳ ପାଞ୍ଚ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି ସ୍ଥିର କରାଯାଇଛି। ଏହା ସହିତ ପ୍ରୋସେସିଂ ଫି ଏକ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଫଳରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାରେ ମାତ୍ର ୬ ହଜାର ଟଙ୍କା ଖର୍ଚ୍ଚ ହେବ।

ଷ୍ଟାମ୍ପ ଏବଂ ପଞ୍ଜିକରଣ ମନ୍ତ୍ରୀ ରବିନ୍ଦ୍ର ଜୈସୱାଲ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପ୍ରକ୍ରିୟାକୁ ସରଳ ଏବଂ ନିର୍ବିବାଦ କରିବା ପାଇଁ ଏହି ପ୍ରସ୍ତାବକୁ କ୍ୟାବିନେଟରେ ଅଣାଯାଇଛି। ଷ୍ଟାମ୍ପ ଡ୍ୟୁଟି ଅଧିକ ଯୋଗୁ ଲୋକେ ବାଧ୍ୟ ହୋଇ ସମ୍ପତ୍ତିର ମାଲିକ ପରିବାର ସଦସ୍ୟଙ୍କ ନାମରେ ଏକ ଇଚ୍ଛାପତ୍ର ଲେଖୁଥିଲେ। ପରବର୍ତ୍ତୀ ସମୟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଅଧିକାଂଶ ଇଚ୍ଛାପତ୍ର ମାମଲା ବିବାଦୀୟ ହେଉଥିଲା। ମାତ୍ର ମନ୍ତ୍ରୀଙ୍କ କହିବାନୁସାରେ, ବର୍ତ୍ତମାନ ଏଭଳି ମାମଲା ହ୍ରାସ ପାଇବ। ଏହା ସହିତ ରାଜସ୍ବରେ ବୃଦ୍ଧି ଘଟିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସହରର ସର୍କଲ ହାରର ୫ ପ୍ରତିଶତ ପଷ୍ଟାମ୍ପ ଡ୍ୟୁଟି, ସମ୍ପତ୍ତି ସ୍ଥାନାନ୍ତର ଉପରେ ୨ ପ୍ରତିଶତ ବିକାଶ ଶୁଳ୍କ ଏବଂ ୧ ପ୍ରତିଶତ ପଞ୍ଜିକରଣ ଶୁଳ୍କ ଆଦାୟ କରାଯାଉଥିଲା। ମହିଳାମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପତ୍ତି ସ୍ଥାନାନ୍ତର ଉପରେ ଏକ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଉଥିଲା। ଗ୍ରାମାଞ୍ଚଳରେ ଏହି ଷ୍ଟାମ୍ପ ଡ୍ୟୁଟି ୫ ପ୍ରତିଶତ ଥିବାବେଳେ ବିକାଶ ଡ୍ୟୁଟି ଆଦାୟ କରାଯାଉ ନଥିଲା।

ଏହା ବ୍ୟତୀତ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିର କାରବାର ହେଉଛି, ଯେଉଁଥିରେ ଟଙ୍କାର ଦେଣନେଣ ହୋଇ ନଥାଏ କିନ୍ତୁ ନିୟମ ଅନୁଯାୟୀ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିଥାଏ। ପରିବାରର ଜଣେ ସଦସ୍ୟ ଅନ୍ୟ ଜଣକୁ ଦେଇଥିବା ସମ୍ପତ୍ତିର ଏକ ଦାନ ବା ଉପହାରରେ ଷ୍ଟାମ୍ପ ଡ୍ୟୁଟି ଲଗାଯିବା ଉଚିତ ନୁହେଁ ।

ଏହାକୁ ଦୃଷ୍ଟିରେ ରଖି ପରିବାରର ଅସ୍ଥାବର ସମ୍ପତ୍ତି ବଣ୍ଟନ ଦାନ କାରବାର ଉପରେ ଷ୍ଟାମ୍ପ ଡ୍ୟୁଟି ଛାଡ ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri