ପ୍ରତିଶ୍ରୁତି ଦେଇ ପ୍ରଶାସନ ପାର୍‌

ଅନୁଗୋଳ ଅଫିସ, ୪ା୧୦: ଅନୁଗୋଳରେ ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଜାଗା ଖଣ୍ଡେ ପାଉନି ଜିଲା ପ୍ରଶାସନ। ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହରେ ବସିବା ପୂର୍ବରୁ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ନିକଟରେ ପହଞ୍ଚି ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶନିବାର ଅପରାହ୍ନ ୪ଟା ସୁଦ୍ଧା ଏକ ଜାଗା ଯୋଗାଇ ଦିଆଯିବ ବୋଲି କହିଥିଲେ। ହେଲେ ସତ୍ୟାଗ୍ରହକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇଯାଇଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ଜାଗା ମିଳୁନି କି ସେମାନଙ୍କ ପାଦ ପଡ଼ିନି ଅମଲାପଡ଼ାସ୍ଥିତ ସତ୍ୟାଗ୍ରହସ୍ଥଳୀରେ। ଏ ଦିଗରେ ପ୍ରଶାସନ ଅଧିକ ବିଳମ୍ବ କଲେ ଉପବାସ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ସର୍ବୋଦୟ ନେତ୍ରୀଙ୍କ ସହ ସତ୍ୟାଗ୍ରହରେ ବସିଥିବା ଗାନ୍ଧୀପ୍ରେମୀମାନେ ଚେତାବନୀ ଦେଇଛନ୍ତି।
୧୯୩୪ରେ ଅନୁଗୋଳରେ ପଡ଼ିଥିଲା ଗାନ୍ଧୀଙ୍କ ପାଦ। ମେ ୬ ଓ ୭ ତାରିଖରେ ଅନୁଗୋଳରେ ରାତି କାଟିଥିଲେ ମହାତ୍ମା। ତେଣୁ ତାଙ୍କ ସ୍ମୃତି ରକ୍ଷା ପାଇଁ ଗାନ୍ଧୀ ଭବନଟିଏ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦେବାକୁ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ବହୁ ପୂର୍ବରୁ ପ୍ରଶାସନକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଅମଲାପଡ଼ାଠାରେ ଏକ ଜାଗା ଯୋଗାଇ ଦିଆଯାଇଥିଲା। ଗାନ୍ଧୀ ଭବନ ସ୍ଥାନ ବୋଲି ସେଠାରେ ଫଳକ ଲଗାଯାଇଥିଲା। ଗତ ଜାନୁୟାରୀ ୮ ତାରିଖରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ସର୍ବୋଦୟ ନେତ୍ରୀ ମହାନ୍ତି ଜିଲାପାଳଙ୍କୁ ଚିଠି (ନଂ. ୩୯) କରିଥିଲେ। ସେହିପରି ଅଗଷ୍ଟ ୫ ତାରିଖରେ ଆଉ ଏକ ଚିଠି (ନଂ. ୦୬) ମାଧ୍ୟମରେ ଅନୁରୋଧ ଦୋହରାଇଥିଲେ। ଗାନ୍ଧୀ ଭବନ ମଧ୍ୟରେ ଏକ ପ୍ରଦର୍ଶନୀ, ସଭାଘର ତଥା ଗ୍ରାମ ସ୍ବରାଜ କେନ୍ଦ୍ର ରହିବା ଆବଶ୍ୟକ ବୋଲି ଜିଲା ପ୍ରଶାସନକୁ ଜଣାଇଥିଲେ। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେତେବେଳେ ଜିଲାପାଳ ମୌଖିକ ଭାବେ କହିଥିଲେ। କିନ୍ତୁ ଉକ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯାଉଥିବା ଜାଣିବା ପରେ ସର୍ବୋଦୟ ନେତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧୀ ଜୟନ୍ତୀରୁ ସତ୍ୟାଗ୍ରହରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଏହା ଜାଣିବା ପରେ ଶନିବାର ସକାଳୁ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର ବଇତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା ପ୍ରମୁଖ ବାଜି ରାଉତ ଛାତ୍ରାବାସରେ ପହଞ୍ଚି ସର୍ବୋଦୟ ନେତ୍ରୀ ମହାନ୍ତିଙ୍କ ସହ ଆଲୋଚନା କରି ଅପରାହ୍ନ ୪ଟା ସୁଦ୍ଧା ଜାଗା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରା ନ ଯିବାରୁ ସର୍ବୋଦୟ ନେତ୍ରୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ତେବେ ଜାଗା ଯୋଗାଇ ଦେବା ପରିବର୍ତ୍ତେ ପ୍ରଶାସନ ସ୍ପଷ୍ଟୀକରଣ ମାଧ୍ୟମରେ କହିଛି, ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ। ଉକ୍ତ ସଂସ୍ଥା ବିଧିବଦ୍ଧ ଭାବେ ତହସିଲରେ ଆବେଦନ କରିନାହିଁ। ଆବେଦନ କରାଗଲେ ତାହା ସରକାରଙ୍କ ନିୟମାନୁଯାୟୀ ବିଚାର କରାଯିବ। ଏହାଛଡ଼ା ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ଭବନ ନିର୍ମାଣ ଯୋଜନା ରହିଛି। କିନ୍ତୁ କୌଣସି ବ୍ୟକ୍ତିବିଶେଷ କିମ୍ବା ଟ୍ରଷ୍ଟକୁ ଜମି ଓ ଗାନ୍ଧୀ ଭବନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି। ଏହି ସତ୍ୟାଗ୍ରହରେ କୃଷ୍ଣା ମହାନ୍ତି, ଇନ୍ଦିରା ଦାଶ, ଦିଲୀପ କୁମାର ଦାଶ, ଶାନ୍ତନୁ କୁମାର ସର, ରାଧାକାନ୍ତ ମହାନ୍ତି, ବିଶ୍ୱ ରଞ୍ଜନ ପ୍ରଧାନ, ରାକେଶ ମିଶ୍ର, ଗୋପାଳ ଚନ୍ଦ୍ର ନାଥ, ଭାବଗ୍ରାହୀ ନାୟକ, ସ୍ବପ୍ନା ଷଡଙ୍ଗୀ, କାଶୀନାଥ ସ୍ବାଇଁ, ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟାଶ୍ଳୋକ ମିଶ୍ର, ଛୋଟରାୟ ମାଝି, ଛବୀନ୍ଦ୍ର ନାୟକ, ଆଦିତ୍ୟ ମିଶ୍ର, ରଶ୍ମୀ ରଞ୍ଜନ ସାହୁ, ମାମାଲି ଗଡନାୟକ, ରଞ୍ଜିତ ଦେହୁରୀ, ସାଗର ଦାସ କଟକରୁ ଆସିଥିବା କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ବିଶ୍ୱଜିତ ପ୍ରମୁଖ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri