ନାଁକୁ କେବଳ ତଦନ୍ତ, ପଦକ୍ଷେପ ଶୂନ

ଜଗତ୍‌ସିଂହପୁର, ୨୧ା୮(ପ୍ରମୋଦ କୁମାର ନାୟକ):ମନୁଷ୍ୟମାନଙ୍କ ପାଇଁ ସରକାର ଅନେକ ମାଗଣା ଚିକିତ୍ସା ସୁବିଧା କରିଥିବାବେଳେ ପ୍ରାଣୀମାନେ ଉପେକ୍ଷିତ ହେଉଛନ୍ତି। ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷମାନେ ଜୀବିକା ସହ ଅନେକ ସୁବିଧା ସୁଯୋଗ ପାଉଛନ୍ତି। କିନ୍ତୁ ସେମାନଙ୍କୁ ଅଣଦେଖା କରାଯାଉଛି। ଏହାଦ୍ୱାରା ଅନେକ ଗରିବ ଲୋକେ ଖର୍ଚ୍ଚାନ୍ତ ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଶୋଷଣର ଶିକାର ମଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ, ଜିଲାରେ ପାଖାପାଖି ୫ଟି ଡାକ୍ତର, ୨୦ ପ୍ରାଣୀଧନ ନିରୀକ୍ଷକ ଓ ୫୦ରୁ ଅଧିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଛି। ଲୋକେ ଆବଶ୍ୟକ ସେବା ପାଇ ପାରୁନାହାନ୍ତି। ଏ ସମ୍ପର୍କରେ ଅତୀତରେ ଅନେକ ଅଭିଯୋଗ ହୋଇଥିଲା। ଜୁନ ୨୯ ଓ ୩୦ ରେ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜଗତ୍‌ସିଂହପୁର ଜିଲା ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠିଥିଲା। ସ୍ଥାନୀୟ ଅଞ୍ଚଳର ବିଜୟ କୁମାର ରାଉତ ଏହା ଉପରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଡା. ଶଶାଙ୍କ ଶେଖର ନାୟକ (ଏସ୍‌ଡିଭିଓ) ଓ ଯଦୁନାଥ ପରିଡ଼ା (ଏଡିଭିଓ ଏଲ୍‌ପି) ବିଜୟଙ୍କୁ ସାକ୍ଷାତ କରି ତାଙ୍କର ଅଭିଯୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳ ମିଳିଲା ନାହିଁ। କେବଳ ବିଜୟ ନୁହେଁ, ଜିଲାର ଅନେକ ଲୋକ ପ୍ରାଣୀମାନଙ୍କ ଚିକିତ୍ସା ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟାନୁଷ୍ଠାନ କି ପ୍ରତିକାର ହେଉ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଅନେକ ସମୟରେ ବହୁ ପ୍ରସଙ୍ଗରେ ତଦନ୍ତ କରାଯାଏ। କିନ୍ତୁ ତାହା କେବଳ ଔପଚାରିକତା ପୂରଣ ପାଇଁ ହୋଇଥାଏ। ୫-ଟି ସଚିବଙ୍କ ନିର୍ଦ୍ଦେଶରେ ତଦନ୍ତ ପରେ କିଛି ନିର୍ଯାସ ବାହାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକାର ନ ହେବାରୁ ଧୀରେ ଧୀରେ ଲୋକଙ୍କ ଭିତରେ ନିରାଶାଭାବ ସୃଷ୍ଟି ହେଲାଣି।
୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଲୋକେ ଅନେକ ଲିଖିତ ଆପତ୍ତି, ଅଭିଯୋଗ ଓ ପ୍ରସ୍ତାବ ଦେଇଥିଲେ। ସେତେବେଳେ ପାଣ୍ଡିଆନ କହିଥିଲେ, ସମସ୍ତ ଅଭିଯୋଗ ଓ ପ୍ରସ୍ତାବକୁ ଗମ୍ଭୀରତାର ସହ ବିଚାରକୁ ନିଆଯାଇ ୭ ଦିନ ମଧ୍ୟରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ସେଥିମଧ୍ୟରୁ ବିଜୟଙ୍କ ଉପରୋକ୍ତ ୨ଟି ପ୍ରସଙ୍ଗରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ପଦାକୁ ଆସିଛି। ବିଜୟ ଦର୍ଶାଇଥିଲେ, ବିଭିନ୍ନ ପ୍ରାଣୀ ଚିକିତ୍ସା ନେଇ ଲୋକେ ୧ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ସରକାରୀ ଦେୟ ଦେଉଛନ୍ତି। ମଣିଷମାନଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଉଥିବାବେଳେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଆଖି ବୁଜି ଦେଉଛନ୍ତି। ଏଥିଯୋଗୁ ଛେଳି, ମେଣ୍ଢା, ଗୋପାଳନ ଆଦି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଅନେକ ଗରିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ପ୍ରାଣୀଙ୍କ ଚିକିତ୍ସା ସାଙ୍ଗକୁ ବିଭିନ୍ନ ପରୀକ୍ଷା ବାବଦରେ ଦେୟ ଛାଡ଼ କଲେ ଗୋପାଳକ ଉପକୃତ ହୁଅନ୍ତେ। ଅନ୍ୟପକ୍ଷେ ସେବା ଦେୟ ନଁାରେ ଅନେକ ସମୟରେ ଅସାଧୁ କର୍ମଚାରୀମାନେ ଗୋପାଳକଙ୍କୁ ଶୋଷୁଛନ୍ତି। ଛେଳି ଚିକିତ୍ସା ପାଇଁ ୧ ବଦଳରେ ୫ ଟଙ୍କା, ଗାଈ ଗୋବର ପରୀକ୍ଷା ବାବଦରେ ୫ରୁ ୧୦ ଟଙ୍କା, ଡାକ୍ତରଖାନା ଓ ଘରେ କୃତ୍ରିମ ପ୍ରଜନନ ପାଇଁ ୪୦ ବଦଳରେ ୨୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ନେବାକୁ ପଛାଉନାହାନ୍ତି। ଜିଲାର ଅଧିକାଂଶ ପ୍ରାଣୀ ସେବା କେନ୍ଦ୍ରରେ ଦେୟ ସଂକ୍ରାନ୍ତୀୟ ସୂଚନା ଫଳକ ନାହିଁ, ତେଣୁ ଲୋକେ ଦେୟ ସଂକ୍ରାନ୍ତରେ ଅନ୍ଧାରରେ ରହୁଛନ୍ତି। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେଉଁ ସମୟରେ ସେବା ମିଳିବ ସେ ସଂକ୍ରାନ୍ତରେ ମଧ୍ୟ ସମୟ ନିର୍ଘଣ୍ଟ ସୂଚନା ଚିକିତ୍ସାଳୟଗୁଡିକରେ ରହୁ ନାହିଁ। ଏଥିଯୋଗୁ ଲୋକେ ସମୟ ଅପଚୟ କରି ଆସି ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି କୌଣସି ଚିଠାରେ କେସ୍‌ର କ୍ରମିକ ନମ୍ବର ଓ ପ୍ରାଣୀ ଚିକିତ୍ସକଙ୍କ ଦସ୍ତଖତ ଦେଖିବାକୁ ମିଳୁନାହିଁ। ଚାଷୀ ଅର୍ଥ ଦେଉଥିଲେ ସୁଦ୍ଧା ରସିଦ ପାଉନାହାନ୍ତି। ଅନେକ ସମୟରେ ଅସାଧୁ କର୍ମଚାରୀ କେସ ଖାତାରେ ଦେୟ ପରିମାଣ ନ ଲେଖି ପକେଟରେ ପୂରାଇ ଦେଉଥିବା ଅଭିଯୋଗ ହେଉଛି। ଗୋପାଳକମାନଙ୍କ ପାଇଁ ଅନେକ ସମୟରେ ମାଗଣା ଔଷଧ ଆସୁଛି। ହେଲେ ତାହା କୁଆଡେ ଯାଉଛି ତା’ର କିଛି ଖବର ମିଳୁନାହିଁ। କେଉଁ ଔଷଧ ଗଚ୍ଛିତ ଅଛି ତା’ର ବିବରଣୀ ସୂଚନା ଫଳକରେ ଦେଖିବାକୁ ମିଳୁନାହିଁ। ଏହାବାଦ୍‌ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକ ପ୍ରାଣୀ ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ପ୍ରାଣୀ ଚିକିତ୍ସାରେ ଅନ୍ତରାୟ ସୃଷ୍ଟି କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କୈଳାସ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପଠାଯାଇଛି। ଏହାପରେ ଜିଲାପାଳ ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri