‘ମହାଦ୍ରୁମରୁ କେବଳ ପତ୍ର ଝଡ଼ିଛି’

ଖଇରା, ୪ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରାଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଧାକାନ୍ତ ପାତ୍ର ଓ ଗଡପୋଖରୀ ପଞ୍ଚାୟତର ଭାଜପା ନେତା ରଞ୍ଜନ ଦଳେଇ କିଛି ଦିନର ନୀରବତା ପରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାଛଡା ଗଡପୋଖରୀ ପଞ୍ଚାୟତରେ ନବନିର୍ବାଚିତ ୱାର୍ଡସଭ୍ୟା ଗାୟତ୍ରୀ ପାତ୍ର, ସଭ୍ୟ ଜୟନ୍ତ ସେଠୀ, ମହେଶ୍ୱର ପାତ୍ର, ଟୁନା ସାହୁ, ପୂର୍ବତନ କଂଗ୍ରେସ ସଭାପତି ଗଣନାଥ ସିଂ, ସାରୁଗାଁ ପଞ୍ଚାୟତରୁ ହେମନ୍ତ ଲେଙ୍କା ପ୍ରମୁଖ ବିଜେଡିର ଉତ୍ତରୀୟ ପିନ୍ଧିବା ସଦସ୍ୟ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ବିରୋଧୀଙ୍କୁ ଭାଷଣ ଆଳରେ ଶାଣିତ ପ୍ରହାର କରିଛନ୍ତି।
ସିମୁଳିଆ ନିର୍ବାଚନମଣ୍ଡଳୀରେ ନାଗରିକମାନେ ୧୫ବର୍ଷ ଧରି ଶାନ୍ତି ପ୍ରଗତି ଭିତରେ ଜୀବନ ବିତାଉଥିଲେ। ହେଲେ ଏବେ କିଛି ବାହ୍ୟଶକ୍ତି ଗାଁ ଗାଁରେ ପଶି ଅଶାନ୍ତି ସୃଷ୍ଟି କରୁଛନ୍ତି। କିଛି ପଦବୀ ହାତରୁ ଚାଲିଯିବାକୁ ଇଙ୍ଗିତ କରି ସିମୁଳିଆରେ ବିଜେଡି ଏବେ ମହାଦ୍ରୁମ। ହୁଏତ କିଛି ପତ୍ର ଝଡିଛି। ଅନ୍ୟ ନିର୍ବାଚନମଣ୍ଡଳୀରେ ଭୋଟ ହାର୍‌ ଦେଖିଲେ ବିଜେଡି ଏଠାରେ ଯଥେଷ୍ଟ ଅଧିକ ଭୋଟ ପାଇଛି। ଏହି ମିଶ୍ରଣ ଆଗାମୀ ଦିନରେ ବିଜେଡିର ବିଜୟକୁ ଅଧିକ ସହଜ କରିବ ବୋଲି ପ୍ରକାଶ କରିଥିଲେ। ରାଧାକାନ୍ତ ପାତ୍ର ତାଙ୍କ ବକ୍ତବ୍ୟରେ କିଛି କୁଚକ୍ରୀଙ୍କ ପାଇଁ ବର୍ତ୍ତମାନ ମନ୍ତ୍ରୀଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଥିଲା। ଏବେଠାରୁ ଦଳ ଅଧିକ ସଙ୍ଗଠିତ ହେବ ବୋଲି କହିଥିଲେ। ଅନ୍ୟତମ ଯୁବନେତା ରଞ୍ଜନ ଦଳେଇ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି। ଆଗାମୀ ନିର୍ବାଚନରେ ଭାଜପା ଗଡପୋଖରୀ ପଞ୍ଚାୟତରେ ଅସ୍ଥିତ୍ୱ ହରାଇବ ବୋଲି କହିଥିଲେ। ଉକ୍ତ ସଭାରେ ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ଜିଲା ପରିଷଦ ସଭ୍ୟ ମାନସ ଦାଶ, ସଭ୍ୟା ରଶ୍ମିତା ମହାପାତ୍ର ଓ ସୁଷମା ମହାପାତ୍ର ,ଏମ୍‌ପି ପ୍ରତିନିଧି ଜୟନ୍ତ କୁମାର ରାଉତ ଓ ବିଧାୟକ ପ୍ରତିନିଧି କରୁଣାକର ଜେନା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri