Categories: ଜାତୀୟ

ସମାଜବାଦୀ ପାର୍ଟିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ଏମ୍‌ପି ଅନୁ ଟଣ୍ଡନ

ଲକ୍ଷ୍ନୌ,୨।୧୧-କଂଗ୍ରେସର ପୂର୍ବତନ ସାଂସଦ ଅନୁ ଟଣ୍ଡନ ସୋମବାର ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେ ଯୋଗଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଅନୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

Share