Categories: ଜାତୀୟ

ଉଦ୍ଧବଙ୍କ ବୈଠକରେ ମାତ୍ର ୨୦ ବିଧାୟକ, ୩୫ ଜଣଙ୍କ ଅନୁପସ୍ଥିତି ଯୋଗୁ ବଢ଼ିଲା ଚିନ୍ତା…

ମୁମ୍ବାଇ, ୨୧।୬ : ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୈଠକରେ ବହୁ ବିଧାୟକଙ୍କ ଅନୁପସ୍ଥିତି ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକ୍‌ରେ ମଙ୍ଗଳବାର ଅପରାହ୍ନରେ ଡକାଇଥିବା ବୈଠକରେ ମାତ୍ର ୨୦ ଜଣ ବିଧାୟକ  ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢ଼ିଚାଲିଛି। ଶିବସେନାରେ ସମୁଦାୟ ୫୫ ଜଣ ବିଧାୟକ ଅଛନ୍ତି । ଯଦି ଦଳରୁ ୨୭ ଜଣ ଦୂରେଇ ଯାଆନ୍ତି, ତେବେ ସେମାନଙ୍କ ପ୍ରତି ବିରୋଧୀ ଆଇନ ଲାଗୁ ହେବ ନାହିଁ। ଏଭଳି ପରିସ୍ଥିତିରେ, ୩୫ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ବୈଠକଠାରୁ ଦୂରରେ ରହି ଏକ ବଡ଼ ସୂଚନା ଦେଉଛନ୍ତି।

ତେବେ ଶିବସେନା ବର୍ତ୍ତମାନ ଏକନାଥ ସିନ୍ଦେଙ୍କୁ ବିଧାନସଭା ଦଳର ନେତା ପଦରୁ ହଟାଇ ଅଜୟ ଚୌଧରୀଙ୍କୁ ତାଙ୍କ ପଦରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏଥିସହିତ କିଛି ସମୟ ମଧ୍ୟରେ ଶକ୍ତି ପ୍ରଦର୍ଶନର ଯୋଜନା ପ୍ରସ୍ତୁତ କରାଯାଇଛି।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଆମ ପାଖରେ ଥିବା ଖବର ଅନୁଯାୟୀ ଏକନାଥ ସିନ୍ଦେ ୩୫ ଜଣ ବିଧାୟକଙ୍କ ସହ ଅଛନ୍ତି। ଏହାର ଅର୍ଥ ହେଉଛି େଉଦ୍ଧବ ଠାକ୍‌ରେ ସରକାର ଏକ ସଂଖ୍ୟାଲଘୁକୁ ସ୍ଥିତିକୁ ଆସିଛନ୍ତି।

Share