Posted inଜାତୀୟ

ଅନ୍‌ଲାଇନ ଯୌନ ଉତ୍ପୀଡ଼ନ: ପ୍ରତି ୧୨ରେ ଜଣେ ଶିଶୁ ଶିକାର

ନୂଆଦିଲ୍ଲୀ,୨୩ା୧(ପି.ଟି.): ଅନ୍‌ଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢ଼ିବାରେ ଲାଗିଛି। ୨୦୨୪ରେ ବିଶ୍ୱରେ ପ୍ରତି ୧୨ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍‌ ଜରିଆରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଲାନ୍‌ସେଟ୍‌ ଚିଲ୍ଡରେନ୍‌ ଏବଂ ଆଡୋଲେସେଣ୍ଟ ହେଲ୍‌ଥ ଜର୍ନାଲରେ ପ୍ରକାଶ ପାଇଛି।

ଏଡିନ୍‌ବର୍ଗ ଓ ଚାଇନା ଏଗ୍ରିକଲ୍ଚରାଲ ୟୁନିଭର୍ସିଟି ପକ୍ଷରୁ ୨୦୧୦ରୁ ୨୦୨୩ ମଧ୍ୟରେ ୧୨୩ଟି ଅଧ୍ୟୟନକୁ ସମୀକ୍ଷା କରାଯାଇଥିଲା। ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବିଶ୍ୱର ପ୍ରତି ୮ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍‌ରେ ଫଟୋଭିତ୍ତିକ ଯୌନ ଉତ୍ପୀଡ଼ନର ଶିକାର ହେଉଥିଲେ। ପ୍ରାୟ ସମାନ ସଂଖ୍ୟକ ଶିଶୁ ଅନ୍‌ଲାଇନ୍‌ ଲୋଭରେ ପଡ଼ି ଯୌନ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହେଉଥିଲେ। କିନ୍ତୁ ଗତବର୍ଷ ଏଭଳି ପିଲାଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିଲା ବୋଲି ଗବେଷକମାନେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଦକ୍ଷିଣ ଏସିଆ ସମେତ କେତେକ ଅଞ୍ଚଳରେ ଏହାର ପ୍ରମାଣ ସୀମିତ କିମ୍ବା ଉପଲବ୍ଧ ହେଉ ନ ଥିବାରୁ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ଏହି ଟିମ୍‌ ପକ୍ଷରୁ କୁହାଯାଇଛି।

ପୂର୍ବ ଏସିଆ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆରେ ଶିଶୁଙ୍କ ପ୍ରତି ହେଉଥିବା ଅନ୍‌ଲାଇନ ଯୌନ ଉତ୍ପୀଡ଼ନ ସମ୍ପର୍କିତ ତଥ୍ୟ ମିଳୁନାହିଁ। ଏହି କ୍ଷେତ୍ରଗୁଡ଼ିକରେ ବିଶ୍ୱ ଶିଶୁ ଜନସଂଖ୍ୟାର ଏକ ବଡ଼ ଭାଗ ବସବାସ କରୁଥିବାରୁ ଜାତୀୟ ସ୍ତରରେ ଏନେଇ ଉପଯୁକ୍ତ ଗବେଷଣାର ଆବଶ୍ୟକତା ରହିଥିବା ଟିମ୍‌ ଉଲ୍ଲେଖ କରିଛି। ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ, ଇଣ୍ଟରନେଟ ଜରିଆରେ ଯୌନ ଉତ୍ପୀଡ଼ନରୁ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଆଇନଗତ ପଦକ୍ଷେପ ଏବଂ ପ୍ରାରମ୍ଭିକ ନିରାକରଣ ଉଦ୍ୟମ ଜରୁରୀ। ରିପୋର୍ଟରେ ଅନ୍‌ଲାଇନ ଜରିଆରେ ଯୌନ ଉତ୍ପୀଡ଼ନ ଓ ଶୋଷଣକୁ ୪ ପ୍ରକାରରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଅନ୍‌ଲାଇନ ଯୌନ ଶୋଷଣ (ବିଶ୍ୱରେ ଯୌନ ଶୋଷଣର ୪.୭%), ସେକ୍ସୁଆଲ ଏକ୍ସଟର୍ସନ (୩.୫%), ଫଟୋଭିତ୍ତିକ ଯୌନ ଉତ୍ପୀଡ଼ନ ଓ ଯୌନ କ୍ରିୟା ପ୍ରତି ଲୋଭ। ପୂର୍ବରୁ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଶିକାର ହୋଇଥିବାବେଳେ ଗତବର୍ଷ ପ୍ରାୟ ସମାନ ପରିମାଣର ଝିଅ ଓ ପୁଅ ଏହାର ଶିକାର ହୋଇଥିବା ଉକ୍ତ ରିପୋର୍ଟ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri