୮ରୁ ଅନ୍‌ଲାଇନ୍‌ ପଞ୍ଜୀକରଣ

ଅନୁଗୋଳ ଅଫିସ୍‌, ୩।୯: ଅନୁଗୋଳରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ରାଜ୍ୟର ୩୦ଟି ଜିଲାରୁ ଆଶାୟୀଙ୍କୁ ନେଇ ଆସନ୍ତା ୨୩ ତାରିଖରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ପୋଲିସ ଟ୍ରେନିଂ କଲେଜ(ପିଟିସି) ପଡିଆରେ ଏହି ରାଲି କରାଯିବ। ଏ ନେଇ ଜିଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଆରମ୍ଭ ହେବ। ୨୩ ତାରିଖରୁ ଅକ୍ଟୋବର ୪ ମଧ୍ୟରେ ୩ଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ୨୩ ତାରିଖ ସକାଳ ସାଢ଼େ ୫ଟାରୁ ପିଟିସି ଫାଟକରେ ଶାରୀରିକ ପରୀକ୍ଷା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ। ସେପ୍ଟେମ୍ବର ୨୩ରୁ ୨୬ ପ୍ରଥମ ପର୍ଯ୍ୟାୟ, ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ରାଲି ଅକ୍ଟୋବର ୩ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପିଟିସିରେ ପରୀକ୍ଷା ହେବା ସହ ଉକ୍ତ ଉଚ୍ଚ ବିଦ୍ୟାଳୟରେ ରହିବା ପାଇଁ ସ୍ଥିର କରାଯାଇଛି। ଭୁବନେଶ୍ୱର ସ୍ଥିତ ୯ ଏୟାର ସିଲେକ୍ସନ ସେଣ୍ଟର ୱିଙ୍ଗ କମାଣ୍ଡର ଆର.ଏସ୍‌.ରାୱତ ରାଲି ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ସୁପରିଚାଳନା ପାଇଁ ସିଲେକ୍ସନ ସେଣ୍ଟରର ୪୫ କର୍ମକର୍ତ୍ତା ଯୋଗ ଦେବେ। ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଜିଲା ନିୟୋଜନ ଅଧିକାରୀ ମାନସ ରଞ୍ଜନ ମହାନ୍ତିଙ୍କ ସହ ବିଭିନ୍ନ ବିଭାଗର ଜିଲାସ୍ତରୀୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।