୩୧ ମେ’ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ…

ଭୋପାଳ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ପ୍ରଥମରୁ ଆରମ୍ଭ କରି ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିଛି। ତେବେ ମହାମାରୀ ସଙ୍କଟ ସମୟରେ ଛାତ୍ରୀଛାତ୍ର ଏବଂ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କ ଉପରେ ମାନସିକ ଚାପ ନ ପକାଇବା ଲାଗି ଏବେ ଅନ୍‌ଲାଇନ୍‌ କ୍ଲାସ୍‌କୁ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି। ମେ’୧ରୁ ଖରାଦିନ ଛୁଟି ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଫ୍‌ ଲାଇନ୍‌ କ୍ଲାସ୍‌ ବନ୍ଦ ଥିବାବେଳେ ଏବେ ଅନ୍‌ଲାଇନ୍‌ କ୍ଲାସ୍‌ ଉପରେ କରୋନା ପହରା ଆରମ୍ଭ ହୋଇଛି। ଏହି ନିର୍ଦ୍ଦେଶ ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଉପରେ ଲାଗୁ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Share