Posted inଜାତୀୟ

ଅନ୍‌ଲାଇନରେ ନିଲାମ ବିଜ୍ଞାପନ

ପ୍ରଥମେ ସୁଲ୍ଲି ଡିଲ୍ସ ଏବେ ବୁଲ୍ଲି ବାଈ ଆପ୍‌। ଗତ ବର୍ଷ ସୁଲ୍ଲି ଡିଲ୍ସ ଆପ୍‌ ନିଷିଦ୍ଧ ହେବା ପରେ ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ସଦ୍ୟ ବିବାଦ ମୁଣ୍ଡ ଟେକିଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ମହିଳାଙ୍କୁ ନିଲାମ କରାଯିବା ସମ୍ପର୍କିତ ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଆପ୍‌ରେ କଶ୍ମୀରର ଖବରଦାତା କ୍ୱାରାତୁଲେନ୍‌ ରେହବର୍‌, ଜଣାଶୁଣା ଅଭିନେତ୍ରୀ ଶବାନା ଆଜ୍‌ମୀ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ସ୍ତ୍ରୀ, ପୂର୍ବତନ ଖବରଦାତା ହିବା ବେଗ୍‌, ନୂଆଦିଲ୍ଲୀର ଜର୍ନାଲିଷ୍ଟ ଇସ୍‌ମତ୍‌ ଅରା, ମୁମ୍ବାଇର ଆଇନଜୀବୀ ଫତିମା ଜୋହ୍‌ରା ଖାନ୍‌, କଳାକାର ସମେୟାଙ୍କ ଫଟୋ ନିଲାମ ପାଇଁ ଅପ୍‌ଲୋଡ୍‌ କରାଯାଇଥିଲା। ଦୁର୍ବୃତ୍ତମାନେ ନୋବେଲ ଶାନ୍ତି ନୋବେଲ ପୁରସ୍କାର ବିଜୟିନୀ ପାକିସ୍ତାନର ମାଲାଲା ୟୁସଫଜାଇଙ୍କ ଫଟୋ ମଧ୍ୟ ଏଥିରେ ଶେୟାର କରିଥିଲେ। ଏ ବାବଦରେ ଜଣେ ଖବରଦାତାଙ୍କ ସମେତ କେତେଜଣ ମୁସଲମାନ ମହିଳା ଅଭିଯୋଗ ଆଣିବା ପରେ ଘଟଣା ସାମ୍‌ନାକୁ ଆସିଛି। ଏଥିରେ ପୋଲିସ ଜଣେ ୧୮ ବର୍ଷୀୟା ଯୁବତୀ ଏବଂ ୨ ଛାତ୍ରଙ୍କୁ ଗିରଫ କରିଛି। ମାମଲାରେ ଜଡ଼ିତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

ଆପ୍‌ରେ କ’ଣ ଅଛି
ଓପନ ସୋର୍ସ ଡେଭେଲପର କମ୍ୟୁନିଟି ପ୍ଲାଟଫର୍ମ ଗିଟ୍‌ହବ୍‌ରେ ‘ବୁଲ୍ଲି ବାଈ’ ନାମରେ ଏକ ଆପ୍ଲିକେଶନ ଲଞ୍ଚ କରାଯାଇଥିଲା। ଗତ ଡିସେମ୍ବର ୩୧ରେ ଏହି ଆପ୍ଲିକେଶନକୁ ସେଟ୍‌ଅପ୍‌ କରାଯାଇଥିବା ଜଣାଯାଇଛି। ଏକ ଅଜଣା ଗୋଷ୍ଠୀ ଗିଟ୍‌ହବ୍‌ ପ୍ଲାଟଫର୍ମରେ ଏହାର କୋଡ୍‌ ହୋଷ୍ଟ କରିଥିଲେ। ଏହି ଆପ୍‌ ଗତ ବର୍ଷ ବିବାଦକୁ ଆସିଥିବା ‘ସୁଲ୍ଲି ଡିଲ୍ସ’ ଆପ୍ଲିକେଶନ ଭଳି। ଏଥିରେ ୟୁଜର୍ସମାନଙ୍କୁୁ ଜଣେ ‘ସୁଲ୍ଲି’ (ମହିଳାଙ୍କ ପ୍ରତି ଉଚ୍ଚାରଣ କରାଯାଉଥିବା ଏକ ଅପମାନଜନକ ଶବ୍ଦ) ଅଫର କରାଯାଉଥିଲା। ବୁଲ୍ଲି ବାଈ ଆପ୍‌ ଖୋଲିବା ପରେ ସମାନ ଢଙ୍ଗରେ ଏହାର ବ୍ୟବହାରକାରୀଙ୍କୁ ଜଣେ ଜଣାଶୁଣା ତଥା କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମୁସଲମାନ ମହିଳାଙ୍କ ଫଟୋ ଦେଖାଯାଏ। ସେଥିରେ ଉକ୍ତ ମହିଳାଙ୍କୁ ବୁଲ୍ଲି ବାଈ ବୋଲି ଦର୍ଶାଯାଇଥାଏ। ସେହି ଫଟୋଗୁଡ଼ିକ ଫେସ୍‌ବୁକ୍‌, ଟୁଇଟର, ଇନ୍‌ଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ରୁ ବେଆଇନ ଭାବେ ସଂଗ୍ରହ କରାଯାଏ। ପରେ ବୁଲ୍ଲି ବାଈ ଆପ୍‌ରେ ସେଗୁଡ଼ିକୁ ସମ୍ପୃକ୍ତ ମହିଳାଙ୍କ ବିନା ଅନୁମତିରେ ଅପ୍‌ଲୋଡ୍‌ କରାଯାଇ ନିଲାମ ପାଇଁ ବିଜ୍ଞାପନ ଦିଆଯାଏ। ୟୁଜର୍ସମାନେ ମନୋରଞ୍ଜନ ପାଇଁ ସେହି ମହିଳାଙ୍କ ଉପରେ ଅଶ୍ଳୀଳ କମେଣ୍ଟ ଦେଇଥିବା ଜଣାପଡ଼ିଛି। ଏଥିରେ ଜଣାଶୁଣା ମହିଳା ଖବରଦାତା, ଆକ୍ଟିଭିଷ୍ଟ, ଅଭିନେତ୍ରୀ ଓ ଆର୍ଟିଷ୍ଟଙ୍କୁ ବିଶେଷ କରି ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। @ବୁଲ୍ଲିବାଈ ନାମରେ ଏକ ଟୁଇଟର ହ୍ୟାଣ୍ଡେଲ କରାଯାଇ ସେଥିରେ ଜଣେ ‘ଖଲିସ୍ତାନୀ ସମର୍ଥକ’ ଲେଖାଥିବା ଡିସ୍‌ପ୍ଲେ ପିକ୍ଚର ଲଗାଯାଇଛି। ଏହି ଆପ୍‌ ଜରିଆରେ ମହିଳାମାନଙ୍କୁ ବୁକ୍‌ କରିପାରିବେ ବୋଲି ମଧ୍ୟ ଲେଖାଯାଇଛି।

କାର୍ଯ୍ୟାନୁଷ୍ଠାନ, ଗିରଫଦାରି

‘ବୁଲ୍ଲି ବାଈ’ ବିବାଦ ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ଏବଂ ମୁମ୍ବାଇ ପୋଲିସ ସହଯୋଗରେ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି। ଏ ନେଇ ଦିଲ୍ଲୀ ସାଇବର ପୋଲିସ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଘଟଣାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ସିଂ, ମୟଙ୍କ ରାଓ୍ବଲ, ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର ଝାଙ୍କୁ ଗିରଫ କରାଯାଇଛି। ଉତ୍ତରାଖଣ୍ଡରୁ ଗିରଫ ହୋଇଥିବା ଶ୍ୱେତା ସିଂ ଏହା ପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ବୁଲ୍ଲି ବାଈ ସମେତ ଆଉ ୩ ଆପ୍‌କୁ ନିୟନ୍ତ୍ରଣ କରୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। କୋଭିଡ୍‌ରେ ତାଙ୍କ ବାପା ଏବଂ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଛି। ଟଙ୍କା ପାଇଁ ସେ ଏପରି କରୁଥିଲେ ବୋଲି ଉତ୍ତରାଖଣ୍ଡ ପୋଲିସ କହିଛି।

ଗିଟ୍‌ହବ୍‌ ପ୍ଲାଟ୍‌ଫର୍ମ

ଗିଟ୍‌ହବ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ। ସଫ୍ଟଓ୍ବେର ଡେଭେଲପର୍ସ ଏବଂ କୋଡିଂ କରୁଥିବା ଲୋକଙ୍କ ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଡେଭେଲପର୍‌ମାନେ ଏହି ପ୍ଲାଟଫର୍ମରେ ସେମାନଙ୍କ ସଫ୍ଟୱେର୍‌ ଏବଂ କୋଡ୍‌ ସେଭ୍‌ କରି ପରେ ତାହାକୁ ବ୍ୟବହାର କରିପାରିବେ। ଏଠାରେ ସୋର୍ସ କୋଡ୍‌ ଭାବେ ଜିଆଇଟି ବା ଗିଟ୍‌ ବ୍ୟବହାର କରାଯାଇ ଅପ୍‌ଲୋଡ୍‌ କରାଯାଇଥାଏ। ପରେ ସୁବିଧା ଅନୁସାରେ ସଫ୍ଟଓ୍ବେରକୁ ଷ୍ଟୋର କିମ୍ବା ବ୍ୟବହାର କରାଯାଏ। ଅନ୍ୟ ଡେଭେଲପରମାନେ ମଧ୍ୟ ତାହାକୁ ଅଧିକ ବିକାଶ କିମ୍ବା ସେଥିରେ ଥିବା ତ୍ରୁଟି ସୁଧାରି ପାରିବେ। ଭର୍ସନ କଣ୍ଟ୍ରୋଲ ମାଧ୍ୟମରେ ସଫ୍ଟଓ୍ବେର ବାବଦରେ ଟ୍ରାକ୍‌ ମଧ୍ୟ କରାଯାଇପାରିବ। ଏବେ ଗିଟ୍‌ହବ୍‌ର ମାଲିକାନା ମାଇକ୍ରୋସଫ୍ଟ ପାଖରେ ରହିଛି। ୨୦୦୮ ଫେବୃୟାରୀରେ ଏହାକୁ ଲଞ୍ଚ୍‌ କରାଯାଇଥିଲା। ଡିଜିଟାଲ୍‌ ପ୍ଲାଟଫର୍ମର ବ୍ୟବହାର ବଢ଼ିବା ସହିତ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ୟୁଜର୍ସମାନେ ସେମାନଙ୍କ ପ୍ରୋଜେକ୍ଟ ସୋର୍ସ ହୋଷ୍ଟ କରିବା ପରେ ଅନ୍ୟ ପ୍ରୋଗ୍ରାମରମାନେ ସଫ୍ଟଓ୍ବେରକୁ ବିକାଶ କରିବାରେ ମଧ୍ୟ ସାମିଲ ହୋଇଥାନ୍ତି। ଗିଟ୍‌ହବ୍‌ରେ ଯେ କେହି ମାଗଣାରେ ଆକାଉଣ୍ଟ ଖୋଲିପାରିବେ। ତେବେ ପୂର୍ବରୁ ସୁଲ୍ଲି ଡିଲ୍ସ ଏବଂ ଏବେ ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ଗିଟ୍‌ହବ୍‌ ପ୍ଲାଟଫର୍ମ ବିବାଦ ଘେରକୁ ଆସିଛି।

ଗିଟ୍‌ହବ୍‌ର ସଫେଇ

ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗିଟ୍‌ହବ୍‌ ନିଜ ପ୍ଲାଟଫର୍ମରୁ ଏହି ଆପ୍‌କୁ ହଟାଇ ଦେଇଛି। ତେବେ ଏଥିପାଇଁ କିଏ ଦାୟୀ ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହିଁ। ନିର୍ଯାତନା, ଭେଦଭାବ, ହିଂସା, ବେଆଇନ ଆଚରଣ ବାବଦରେ କୌଣସି ବିଷୟବସ୍ତୁ ବିରୋଧରେ ଗିଟ୍‌ହବ୍‌ର ସ୍ବତନ୍ତ୍ର ନୀତି ରହିଛି। ବୁଲ୍ଲି ବାଈ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଥିବା ଗିଟ୍‌ହବ୍‌ ପକ୍ଷରୁ ଏକ ଏକ ବିବୃତିରେ କୁହାଯାଇଛି।

ଟେଲିଗ୍ରାମ୍‌ରେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ

ବୁଲି ବାଈ ବିବାଦ ନ ଥମୁଣୁ ଫେସ୍‌ବୁକ୍‌, ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ଲିକେଶନରେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରାଯାଇଛି। ଏ ନେଇ ବୁଧବାର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟିକୁ ଅଣାଯାଇଛି। ହିନ୍ଦୁ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଆସିଥିବା ନେଇ ଟେଲିଗ୍ରାମର ଏକ ଚ୍ୟାନେଲକୁ ବ୍ଲକ୍‌ କରାଯାଇଥିବା ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଜଣେ ଭେରିଫାଏଡ୍‌ ୟୁଜର ଏହି ନିର୍ଦ୍ଦିଷ୍ଟ ଟେଲିଗ୍ରାମ ଚ୍ୟାନେଲ ବିରେଧରେ ଅଭିଯୋଗ କରିଥିଲେ। ଏଥିରେ ବିଶେଷ କରି ହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରାଯିବା ସହ ଆପତ୍ତିଜନକ ତଥା ଘୃଣା ସୃଷ୍ଟି ମନ୍ତବ୍ୟ ଦିଆଯାଇଥିଲା। ଜୁନ୍‌ ୨୦୨୧ ରେ ଏହି ଚ୍ୟାନେଲ ସୃଷ୍ଟି କରାଯାଇଥିବା ଜଣାପଡ଼ିଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri