ନୂଆବର୍ଷରେ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ୪୦ ଟଙ୍କା ପର୍ଯ୍ୟନ୍ତ ଖସିବ ପିଆଜ ଦର

ନୂଆଦିଲ୍ଲୀ,୧୧।୧୨: ପିଆଜର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ସରକାର ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେତେବେଳକୁ ପିଆଜର ମୂଲ୍ୟ ୮୦ କିଲୋଗ୍ରାମରେ ପହଞ୍ଚିଥିଲା। ରପ୍ତାନି ବନ୍ଦ ହେବା ପରେ ପିଆଜ ହାର ୬୦ଟଙ୍କା ପାଖାପାଖି ପହଞ୍ଚିବା ପରେ ଆଶ୍ୱସ୍ତି ମିଳିଥିଲା। ବର୍ତ୍ତମାନ ଆଶା କରାଯାଉଛି ଯେ, ଆସନ୍ତା ବର୍ଷ ଜାନୁୟାରୀରେ ପିଆଜ କିଲୋଗ୍ରାମରେ ପ୍ରାୟ ୪୦ ଟଙ୍କାରୁ ବିକ୍ରି ଆରମ୍ଭ କରିବ।

ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ଆଶା ପ୍ରକଟ କରିଛନ୍ତି ଯେ, ରପ୍ତାନି ପ୍ରତିବନ୍ଧକରୁ କ୍ରେତାମାନେ ଆରାମ ପାଇଛନ୍ତି। ସେ କହିଛନ୍ତି , ଜାନୁୟାରୀ ୨୦୨୪ରୁ ପିଆଜ କିଲୋଗ୍ରାମ ପିଛା ପ୍ରାୟ ୪୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ। ବର୍ତ୍ତମାନ ଏହାର ହାରାହାରି ମୂଲ୍ୟ କିଲୋଗ୍ରାମ ୫୭ ଟଙ୍କା। ସେ କହିଛନ୍ତି ଖୁବ୍‌ଶୀଘ୍ର ପିଆଜ ଦର ଆହୁରି ହ୍ରାସ ପାଇବ। ଲୋକମାନେ କହୁଥିଲେ ଯେ ପିଆଜ ୧୦୦ ଟଙ୍କା ଛୁଇଁବ। କିନ୍ତୁ, ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରପ୍ତାନି ନିଷେଧ ସହିତ ଅନେକ ନିଷ୍ପତ୍ତି ନେଇଛୁ, ଯାହାର ପ୍ରଭାବ ବର୍ତ୍ତମାନ ଦୃଶ୍ୟମାନ ହେଉଛି।

ରପ୍ତାନି ନିଷେଧ ଚାଷୀଙ୍କ ପାଇଁ ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି। ପିଆଜ ମୂଲ୍ୟ ବୃଦ୍ଧି ହେବାର ଲାଭ କେବଳ ଅଳ୍ପ କିଛି ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲା, ଯେଉଁମାନେ ଭାରତ ଏବଂ ବାଂଲାଦେଶ ବଜାରରେ ମୂଲ୍ୟର ପାର୍ଥକ୍ୟର ଲାଭ ଉଠାଇବାକୁ ଚେଷ୍ଟା କରୁଥିଲେ। ତଥାପି, ଗ୍ରାହକମାନେ ଏଥିରୁ ବହୁତ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦ ବୈଠକ ପୂର୍ବରୁ ତେହରାନକୁ ବଡ଼ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ, ଭୟରେ ଥରହର ଇରାନ

ତେହରାନ୍‌,୧୦।୪: ହର୍ମୁଜ ପ୍ରଣାଳୀ ଉପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ତେଲ…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ଭୁବନେଶ୍ୱର,୧୦।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି-୨୦୨୬)ଅନଲାଇନ୍‌ ଆବେଦନ ସମୟସୀମା ମେ’ ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର…

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri