ଏକ ସପ୍ତାହରେ ୫୦% ପର୍ଯ୍ୟନ୍ତ ମହଙ୍ଗା ହେଲା ପିଆଜ

ନୂଆଦିଲ୍ଲୀ,୨୬।୧୦: ଟମାଟୋ ପରେ ଏବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଖୁଜୁରା ବଜାରରେ ପିଆଜ ୫୦ରୁ ୬୦ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି। ଏକ ସପ୍ତାହ ପୂର୍ବରୁ ପିଆଜ ୩୦ରୁ ୪୦ ଟଙ୍କା କିଲୋଗ୍ରାମରେ ମିଳୁଥିଲା। ତେବେ ଗୋଟିଏ ସପ୍ତାହରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପିଆଜ ମହଙ୍ଗା ହୋଇସାରିଛି। ଡିସେମ୍ବରରେ ନୂଆ ଫସଲ ଆସିବା ପୂର୍ବରୁ ମହଙ୍ଗା ପିଆଜରୁ କୌଣସି ଆଶ୍ୱସ୍ତି ମିଳିବା ନେଇ ସମ୍ଭାବନା ନାହିଁ। ପିଆଜ ମୂଲ୍ୟ ବୃଦ୍ଧି ହେବାର ଧାରା ଆଗାମୀ କିଛି ଦିନ ପାଇଁ ଜାରି ରହିପାରେ।

ସରକାର ଏହାର ବଫର ଷ୍ଟକରୁ ଏନ୍‌ସିସିଏପ୍‌ ଏବଂ ଏନ୍‌ଏଏଫ୍‌ଇଡି ମାଧ୍ୟମରେ ପିଆଜ ବିକ୍ରି କରିବାକୁ ଘୋଷଣା କରିଥିଲେ। ପ୍ରାଇସ ଷ୍ଟାବିଲାଇଜେଶନ ପାଣ୍ଠି ମାଧ୍ୟମରେ ସରକାର ପିଆଜର ଏକ ବଫର୍‌ ଷ୍ଟକ ମଧ୍ୟ ସୃଷ୍ଟି କରିଛନ୍ତି ଯାହା ଦ୍ୱାରା ସାଧାରଣ ଗ୍ରାହକଙ୍କୁ ପିଆଜ ମୂଲ୍ୟର ତୀବ୍ର ବୃଦ୍ଧିରୁ ଆରାମ ମିଳିପାରିବ। ପିଆଜ ରପ୍ତାନିକୁ ରୋକିବା ପାଇଁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ଖୁଚୁରା ବଜାରରେ ପିଆଜ ଦର ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଦେଶିକ ରପ୍ତାନିରେ ଅଭିବୃଦ୍ଧି

ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ଜୁନ ୨୦୨୪ ରେ ଭାରତର ବୈଦେଶିକ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତ୍ତି...

ଭୁବନେଶ୍ୱରରେ ବିର୍ଲା ଓପସର ଇଣ୍ଟରାକ୍ଟିଭ ଏକ୍ସପୋ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିର୍ଲା ଗ୍ରୁପର ସହଭାଗୀ କମ୍ପାନୀ ‘ବିର୍ଲା ଓପସ’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଇଣ୍ଟରାକ୍ଟିଭ...

କୋଇଲା ଖଣି ପାଇଁ ଚୁକ୍ତିନାମା

ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ସପ୍ତମ ରାଉଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ ନିଲାମ ହୋଇଥିବା ତିନୋଟି କୋଇଲା ଖଣି ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୬।୭ (ଅଭୟ ଦାଶ): କ୍ରମାଗତ ଭାବେ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ...

କୁଶଳୀ କାରିଗରଙ୍କୁ ଡିଏସ୍‌ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର ବହୁ ପ୍ରତୀକ୍ଷିତ ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’...

ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ...

ବିଏସ୍‌ଏନ୍‌ଏଲ୍‌ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ମାତ୍ର ଏତିକି ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏ ସବୁକିଛି ମାଗଣା…

ନୂଆଦିଲ୍ଲୀ,୧୫।୭: ଘରୋଇ ଟେଲିକମ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନ୍‌ଗୁଡ଼ିକୁ ୫ ପ୍ରତିଶତ ମହଙ୍ଗା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବିଏସ୍‌ଏନ୍‌ଏଲ୍‌କୁ ମନେ ପକାଇଛନ୍ତି।...

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri