ଚାଲିଛି ମାନସମନ୍ଥନ

ବ୍ରଜରାଜନଗର,୫।୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ବ୍ରଜରାଜନଗର ପୌରାଞ୍ଚଳରେ ବେଶୀ କ୍ଷତି ସହିଥିବା ଭାଜପା ଓ କଂଗ୍ରେସ ଦଳର ପୁରୁଖା କର୍ମୀମାନଙ୍କୁ ନେଇ ଆତ୍ମସମୀକ୍ଷା କରିଛନ୍ତି।
ଭାଜପା ଗତ ପୌର ନିର୍ବାଚନରେ ପୌରାଞ୍ଚଳରେ ୧୩ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ହେଲେ ଏକମାସ ବ୍ୟବଧାନରେ ବ୍ରଜରାଜନଗରବାସୀ ଭାଜପାଠାରୁ ଦୂରେଇଗଲେ। ଚଳିତ ଉପନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସି ପୌରାଞ୍ଚଳରୁ ୬୨୧୮ଖଣ୍ଡ ଭୋଟ ପାଇଛି। ଏହାକୁ ପ୍ରାର୍ଥତ୍ନୀ ରାଧାରାଣୀ ପଣ୍ଡା ହଜମ କରି ନ ପାରି ଇଭିଏମ୍‌ରେ ତ୍ରୁଟି ସହିତ ସରକାରୀ କଳର ଅପବ୍ୟବହାର ବୋଲି ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆଙ୍କୁ ପଚାରିବାରୁ ସେ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ସ୍ବୀକାର କରିଛନ୍ତି। ସେହିପରି ଗତ ପୌର ନିର୍ବାଚନରେ କଂଗ୍ରେସ ପୌରାଞ୍ଚଳରୁ ମାତ୍ର ୧୨୫୬ ଭୋଟ ପାଇଥିଲା। ହେଲେ ଚଳିତ ଉପନିର୍ବାଚନରେ ଦଳ ୬୮୫୧ ଭୋଟ ପାଇଛି। ପୌର ନିର୍ବାଚନରେ କଂଗ୍ରେସ କିଶୋର ପଟେଲଙ୍କ ନେତୃତ୍ୱରେ ଲଢ଼ିଥିଲେ ମଧ୍ୟ ସେ ସମୟରେ ଦଳ ସେତେଟା ଆଗ୍ରହ ପ୍ରକାଶ କରି ନ ଥିଲା। ଏବେ କିଶୋର ପଟେଲ ନିଜେ ଲଢ଼ି ରାଜ୍ୟସ୍ତରୀୟ ନେତୃମଣ୍ଡଳୀଙ୍କୁ ଆଣି ସମସ୍ତ ପ୍ରକାର କୌଶଳ ପ୍ରୟୋଗ କରିଥିଲେ। କିଶୋରଙ୍କ କହିବା କଥା, ୨୦୧୪ରେ ଯେଉଁ କର୍ମୀମାନଙ୍କୁ ନେଇ ସେ ଲଢ଼ିଥିଲେ ଚଳିତ ଥର ମଧ୍ୟ ସେମାନଙ୍କ ଉପରେ ଭରସା କଲେ। ଫଳରେ ତାଙ୍କ ବାର୍ତ୍ତା ଭୋଟରଙ୍କ ପାଖରେ ପହଞ୍ଚତ୍ପାରିଲା ନାହିଁ ବୋଲି ପ୍ରକାଶ କରିଛନ୍ତି। ଯୁବକଂଗ୍ରେସ ସଭାପତି ଦେବେଶ ପଣ୍ଡା ଆଗାମୀ ୨୦୨୪ ପାଇଁ ଯୁବକମାନଙ୍କୁ ନେଇ ଦଳ ନିିର୍ବାଚନ ଲଢିବ ବୋଲି ପ୍ରକାଶ କରିଛନ୍ତି। ଦଳ ଦୁଇ ନମ୍ବରରୁ କିପରି ଏକ ନମ୍ବର ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ବୋଲି କିଶୋର କହିିଛନ୍ତି। ଅନୁରୂପ ଭାବେ ଗତ ପୌର ନିର୍ବାଚନରେ ବିଜେଡି ପୌରାଞ୍ଚଳରୁ ୨୨,୨୪୦ ଭୋଟ ପାଇଥିବାବେଳେ ଉପନିର୍ବାଚନରେ ୨୦,୭୫୭ ଭୋଟ ପାଇଛି। ବିଜେଡି ନଗର ସଭାପତି ରାଧାକାନ୍ତ ପ୍ରଧାନ କହନ୍ତି, ବ୍ରଜରାଜନଗରବାସୀ ବିଜୁ ଜନତା ଦଳ ପ୍ରତି ଆଶୀର୍ବାଦ ପ୍ରଦାନ କରିବା ସହିତ ବିକାଶ ଧାରା ଓ଼ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅଧୁରା କାମ ପୁରା କରିବା ଦାୟିତ୍ୱ ଦେଇଛନ୍ତି। ବ୍ରଜରଜନଗରବାସୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଧାରା ଉପରେ ବିଶ୍ୱାସ ରଖି ଆଶାଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇଛନ୍ତି। ନିିର୍ବାଚନ ପରିଚାଳନାରେ ଯାହାକିଛି ଭୁଲ ତ୍ରୁଟି ରହିଛି କର୍ମୀମାନଙ୍କୁ ନେଇ ସେସବୁ ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri