ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା

ନିରାକାରପୁର,୧୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଶ୍ରୀନାଥ ସାହି(୫୨)।

ସୂଚନାନୁଯାୟୀ, ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବରପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସରକାରୀ ମେଡିକାଲକୁ ପଠାଇବା ସହିତ ଛାନ୍‌ଭିନ୍‌ କରିବା ପରେ ମୃତ ବ୍ୟକ୍ତିଙ୍କ ସନ୍ଧାନ ପାଇ ୩୬୩/୨୩ରେ ଏକ ମାମଲା ରୁଜୁ କରି ପରିବାରକୁ ହସ୍ତାନ୍ତର କରିବା ସହିତ ମୃତ ବ୍ୟକ୍ତି ଜଣଙ୍କ ରାୟପୁର ଛତିଶଗଡ଼ରେ ଥିବା ଏକ ସିମେଣ୍ଟ କାରଖାନାରେ ଓ୍ବାର୍କର ଭାବରେ କାର୍ଯ୍ୟ କରୁଥିଲେ। ଗୁରୁବାର ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରିଣୀ ପ୍ର୍ରଜ୍ଞା ଋତୁମ୍ଭରା କର ସୂଚନା ଦେଇଛନ୍ତି।