ଯିଏ ପ୍ରେମର ବାସ୍ତବ ଅର୍ଥ ବୁଝିଛି, ସେ ଭଗବାନଙ୍କୁ ପାଇ ସାରିଛି: ଜାଣନ୍ତୁ ମନୁଷ୍ୟକୁ କେଉଁ ମୂଲ୍ୟବୋଧ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। କାରଣ ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ସହ କୁଶଳ ଅର୍ଥଶାସ୍ତ୍ରୀ ଏବଂ ପରାମର୍ଶଦାତା ଥିଲେ। ସେଭଳି ନିଜର ନୀତିରେ ଚାଣକ୍ୟ ପ୍ରେମ ବିଷୟରେ ସୁନ୍ଦର କଥା କହିଛନ୍ତି। ଆସନ୍ତୁ ଜାଣିବା..

ଚାଣକ୍ୟଙ୍କ ମତରେ ଯିଏ ପ୍ରେମ କ’ଣ ଜାଣିନେଇଛି, ଧରିନିଅ ସେ ଈଶ୍ୱରଙ୍କୁ ବୁଝି ସାରିଛି। ପ୍ରେମ କରୁଥିବା ବ୍ୟକ୍ତି କାହାରିକୁ ଘୃଣା କରନ୍ତି ନାହିଁ। ଏଭଳି ଲୋକ ହିଂସା ବିଷୟରେ ଭାବନ୍ତି ନାହିଁ। ପ୍ରକୃତ ପ୍ରେମ ବ୍ୟକ୍ତିକୁ ମହାନ କରିଥାଏ। ପ୍ରେମ କାହାକୁ ବି ହୋଇପାରେ। ଏହା ଏଭଳି ଏକ ଅନୁଭୂତି ଯାହା ସଜୀବ ଏବଂ ନିର୍ଜୀବ କାହାସହ ହୋଇପାରେ। ଏହାକୁ ଅନୁଭବ କରିହେବ। ଯେଉଁଭଳି ବାୟୁକୁ ଦେଖିହୁଏ ନାହିଁ କେବଳ ଅନୁଭବ କରିହୁଏ, ସେହିଭଳି ପ୍ରେମକୁ କେବଳ ଅନୁଭବ କରିହୁଏ। ଯେତେବେଳେ ବ୍ୟକ୍ତିକୁ ବାସ୍ତବରେ ପ୍ରେମ ହୋଇଯାଏ ତେବେ ସେ ଭଗବାନଙ୍କ ନିକଟତର ହୋଇଥାଏ। ପ୍ରେମ କରୁଥିବା ବ୍ୟକ୍ତି ସର୍ବଦା ସକରାତ୍ମକ ଉର୍ଜା ସମ୍ପନ୍ନ ହୋଇଥାଏ। ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା କାମକୁ ଭଲ ଭାବେ ସମ୍ପାଦନ କରିଥାନ୍ତି। ଏମାନଙ୍କୁ ସର୍ବଦା ସମ୍ମାନ ମିଳିଥାଏ।

ଚାଣକ୍ୟ କୁହନ୍ତି, ଯେତେବେଳେ ପୃଥିବୀରେ ହିଂସା ବୃଦ୍ଧି ପାଏ, ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଉତ୍ପନ୍ନ ହୁଏ ଏବଂ ବ୍ୟକ୍ତି ନିଜେ କୌଣସି ନିଷ୍କର୍ସରେ ପହଞ୍ଚିପାରେ ନାହିଁ, ଠିକ୍‌ ସେତିକିବେଳେ ପ୍ରେମ ହିଁ ସେହି ଶକ୍ତି ଯିଏ ବ୍ୟକ୍ତିକୁ ସଠିକ୍‌ ମାର୍ଗଦର୍ଶନ କରାଏ। ପ୍ରେମ କରୁଥିବା ବ୍ୟକ୍ତି ସୃଷ୍ଟିକୁ ସୁନନ୍ଦର କରିବାରେ ନିଜର ଯୋଗଦାନ ଦିଅନ୍ତି। ଏହାଦ୍ୱାରା ଭେଦଭାବ ଦୂର ହୁଏ। ପ୍ରେମ ଭାବ ମନରେ ଆସିବା ଦ୍ୱାରା ସେ ଅପରାଧମୁକ୍ତ ହୋଇଥାଏ। ସେ ସଜାଗ ହୋଇଉଠେ। ରାଜ୍ୟର ବିକାଶ ପାଇଁ ଲୋକମାନଙ୍କୁ ସଜାଗ ହେବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।