୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ ସମସ୍ୟା ସମାଧାନ ହେଉ ନ ଥିବା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ କକଡ଼ାକାନାଡ଼ି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ୨୫ ପରିବାରକୁ ଗୋଟିଏ ମାତ୍ର ନଳକୂପ। ବର୍ଷା ଓ ଶୀତ ଦିନରେ ସାମାନ୍ୟ ସମସ୍ୟା ହେଉଥିବା ବେଳେ ଖରା ଦିନରେ ତାହା ବଢ଼ିଯାଉଛି। ପାଣି କମିଗଲେ ଗ୍ରାମବାସୀ ଗାଁଠାରୁ ୭ଶହ ମିଟର ଦୂରରେ ଥିବା ଅନ୍ୟ ଏକ ଗ୍ରାମର ନଳକୂପ ଉପରେ ଭରସା କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
କକଡ଼ାକୋନାଡ଼ି ଗ୍ରାମରେ ୨୫ ପରିବାର ବସବାସ କରନ୍ତି। ଗାଁରେ ପୂର୍ବରୁ ପାନୀୟ ଜଳ ସମସ୍ୟା ଥିବାରୁ ଗ୍ରାମବାସୀଙ୍କ ଦାବି ପରେ ୧୨ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଏକ ନୂତନ ନଳକୂପ ଖନନ କରାଯାଇଥିଲା। କିଛିବର୍ଷ ଠିକ୍‌ଠାକ୍‌ ପାଣି ବାହରିଥିବାବେଳେ ୪ବର୍ଷ ହେବ ଖରା ଦିନରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଖରା ଦିନ ନଳକୂପରୁ ଯଥେଷ୍ଟ ପାଣି ବାହାରୁ ନାହିଁ। ଫଳରେ ପାନୀୟ ଜଳ ସମସ୍ୟା ହେଉଛି ବୋଲି ସେମାନେ କହିଛନ୍ତି। ସେହିପରି ସକାଳୁ ସକାଳୁ ଗ୍ରାମର ମହିଳାମାନେ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ବେଳେବେଳେ ମହିଳା ମାନଙ୍କ ମଧ୍ୟରେ ପାଣି ଟୋପାଏ ପାଇଁ ଝଗଡା ମଧ୍ୟ ହେଉଛି। ସେହିପରି ଖରା ଦିନ କୌଣସି କାରଣ ଯୋଗୁଁ ନଳକୂପ ଖରାପ ହେଲେ ମରାମତି ହେବା ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ହେଉଛି। ବିଶେଷ କରି ନଳକୂପ ଅଚଳ ହେଲେ କିମ୍ବା ନଳକୂପରୁ ଯଥେଷ୍ଟ ପାଣି ନବାହାରିଲେ ଗ୍ରାମବାସୀ ୭ ଶହ ମିଟର ଦୂରରେ ଥିବା ପୋଳୁଗୁଡା ଗ୍ରାମରୁ ପାଣି ଆଣୁଥିବା କହିଛନ୍ତି।
ସହିପରି ଗ୍ରାମରେ ପୋଖରୀ ନ ଥିବା ବେଳେ ପୋଖରୀଟିଏ ଖୋଳିବାକୁ ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହାଫଳରେ ସମ୍ପୂର୍ଣ ଗ୍ରାମବାସୀ ଗୋଟାଏ ନଳକୂପରୁ ପିଇବା ଓ ନିତ୍ୟକର୍ମ ପାଇଁ ପାଣି ନେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଗୋଟିଏ ନୂତନ ପୋଖରୀ ଓ ଆଉ ଗୋଟିଏ ନୂତନ ନଳକୂପ ଖନନ କରିବା ପାଇଁ ଗ୍ରାମର ସନାଏ ଭତରା, ସୁବାଏ ଭତରା, ବେଲମତି ଭତରା, ପଦ ଭତରା, ପୁନାଏ ଗୌଡ଼, ଅମ୍ବିକା ଗୌଡ଼, ବୁଧବାରୀ ଗୌଡ଼, ଗୋମତୀ ଗୌଡ଼, ଦଶରୀ ଗୌଡ଼, ମନକି ଗୌଡ଼,ସେବତୀ ଗୌଡ଼ ପ୍ରମୁଖ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ବିଡିଓ ପ୍ରୀତା କୁମାରଙ୍କ ସହ ଯୋଗାଯୋଗ କରିବାରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri