ଗୋଟିଏ ବୃକ୍ଷ ଗୋଟିଏ ଜୀବନ

ଭାରତର ଜଳବାୟୁକୁ ପାଣିପାଗ ବିଭାଗ ଦ୍ୱାରା ଚାରୋଟି ଭାଗରେ ବିଭକ୍ତ କରାହୋଇଛି ଯଥା: ଜାନୁୟାରୀ ଏବଂ ଫେବୃୟାରୀ- ଶୀତ କାଳ, ମାର୍ଚ୍ଚ, ଏପ୍ରିଲ, ମେ’-ଗ୍ରୀଷ୍ମ କାଳ; ଜୁନ୍‌, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର- ବର୍ଷା କାଳ; ଶେଷରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର- ବର୍ଷା ପରବର୍ତ୍ତୀ କାଳ ବୋଲି ଧରାଯାଏ, ଯଦିଓ ଆମେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରୁ ଥଣ୍ଡା ଅନୁଭବ କରିଥାଉ। ଭାରତର ଉତ୍ତର ଦିଗ ଥଣ୍ଡା ରହୁଥିବା ବେଳେ ମଧ୍ୟଭାଗ ଗରମ ତଥା ଦକ୍ଷିଣ ଭାଗ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଦୃଷ୍ଟିଗୋଚର ହୁଏ।
ତେବେ ଭୌଗୋଳିକ ପରିବେଶକୁ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି ଆଉ ଜୀବନଯାତ୍ରା କଷ୍ଟଦାୟକ ହେଉଛି v ଆମେ ଯଦି ସମସ୍ତେ ଚେଷ୍ଟା କରିବା ତେବେ କେତେକାଂଶରେ ଏହି ତାପମାତ୍ରାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବା ।
ପରିବେଶକୁ ଥଣ୍ଡା ରଖିବାକୁ ହେଲେ ଅନେକ ବିଷୟରେ ଧ୍ୟାନ ଦେବାକୁ ହେବ। ଗାଡ଼ି ମୋଟରରୁ ନିର୍ଗତ କାର୍ବନ ମନୋକସାଇଡ, କଳ କାରଖାନାରୁ ନିର୍ଗତ ଦୂଷିତ ଧୂଆଁ, ଜଙ୍ଗଲ ନିଆଁ, ନିର୍ମାଣ ଜନିତ ପ୍ରଦୂଷଣ , ଭୂଗର୍ଭ ସ୍ଥିତ ତୈଳର ଜ୍ବଳନ, ଅତ୍ୟଧିକ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହାର , ନଦୀ, ପୁଷ୍କରିଣୀ ତଥା ଜଳାଶୟଗୁଡ଼ିକୁ ପୋତିଦେବା, ଭୂଗର୍ଭରୁ ଅଧିକରୁ ଅଧିକ ଖଣିଜ ଉତ୍ତୋଳନ ତଥା ଭୂଜଳକୁ ଆବଶ୍ୟକତାଠାରୁ ଅଧିକ ଉତ୍ତୋଳନ କରି ନଷ୍ଟ କରିବା ଦ୍ୱାରା ପରିବେଶର ଉତ୍ତାପ ବଢ଼ି ବଢ଼ି ଚାଲିଛି I ଏହାକୁ ରୋକିବାକୁ ହେଲେ ବୃକ୍ଷ ଲତାର ସଂରକ୍ଷଣ, ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଜରୁରୀ I ମେରୁ ଅଞ୍ଚଳର ତାପମାତ୍ରା ବଢୁଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଲେଣିି। ବରଫ ତରଳି ସମୁଦ୍ରର ଜଳ ସ୍ତର ବଢ଼ିଯିବା ଫଳରେ ସମୁଦ୍ର କୂଳରେ ଥିବା ସହର ତଥା ଜନବସତି ସମୁଦ୍ର ଜଳରେ ବୁଡ଼ିବ । ଆମେ କ’ଣ ସେଇ ଦିନକୁ ଅପେକ୍ଷା କରିବା ନା ତା’ ଆଗରୁ କିଛି କରିବା, ଯାହାଦ୍ୱାରା ଏହି ବିପଦକୁ ଏଡାଇଯାଇ ହେବ I ପୃଥିବୀବାସୀ ଆଜି ଅନେକ ସମସ୍ୟା ଦେଇ ଗତି କରୁଥିବା ସମୟରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ତା’ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଚାଲିଛି। ପ୍ରଦୂଷଣ ଓ ବିଶ୍ୱ ତାପନ ବୃଦ୍ଧି ଜଳବାୟୁ ପରିବର୍ତ୍ତନକୁ ତୀବ୍ର କରୁଛି। ମିଳିତ ଜାତିସଂଘ ମଧ୍ୟ ଏଥିପାଇଁ ଅନେକ ଚିନ୍ତିତ। ପୃଥିବୀକୁ ଆମେମାନେ କୌଣସି ନା କୌଣସି ଉପାୟରେ ତିଳ ତିଳ କରି ଶୋଷଣ କରିଚାଲିଛୁ। କାଳିଦାସଙ୍କ ପରି ସେ ଯେଉଁ ଡାଳରେ ବସିଥିଲେ ସେହି ଡାଳକୁ କାଟୁଥିଲେ, ଆମେ ମାନେ ଆଜି ଲୋଭର ବଶବର୍ତ୍ତୀ ହୋଇ ପୃଥିବୀକୁ ଜଳ, ସ୍ଥଳ, ଆକାଶ ମାର୍ଗରେ ଶୋଷଣ କରିଚାଲିଛୁ , ପରିବେଶର ସନ୍ତୁଳନ ଦେଖିବାକୁ ବେଳ କାହିଁ ? ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ରର ପରୀକ୍ଷା ନିରୀକ୍ଷା କେତେବେଳେ ସମୁଦ୍ର ଗର୍ଭରେ ତ କେତେବେଳେ ଆକାଶ ମାର୍ଗରେ ଆଉ କେତେବେଳେ ଭୂମିତଳେ ହେଉଛି, ଏହା କ’ଣ ଆମ ପରିବେଶ ଖରାପ କରୁନାହିଁ? ଦେଶ ଦେଶ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି କିଏ କେତେ ଯୁଦ୍ଧାସ୍ତ୍ରର ଅଧିକାରୀ। ଏହି ମାନସିକତା ଦିନେ ଆମର ସତ୍ତା ଲୋପ କରିଦେଇପାରେ। ଆଜିକାଲି ଆଉ ଶାନ୍ତି ନାହିଁ ”ଶାନ୍ତିର କପୋତ ଉଡି ଯାଇଛି “।
ଏବେ ସବୁଠି ପ୍ରତିଯୋଗିତା ଆଉ ଅଶାନ୍ତିର ବାତାବରଣ ଦୃଶ୍ୟମାନ। ଆମାଜନ ଜଙ୍ଗଲରେ ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ସମସ୍ତେ ଚିନ୍ତିତ ଥିଲେ, କାରଣ ଆମାଜନ ଜଙ୍ଗଲ ପୃଥିବୀକୁ ସବୁଠାରୁ ବେଶି ଅମ୍ଳଜାନ ଦେଇଥାଏ। କେବଳ ଆମାଜନ ନୁହେଁ, ପୃଥିବୀର ସବୁ ଜଙ୍ଗଲ ବର୍ତ୍ତମାନ ଆମର ଏକମାତ୍ର ସମ୍ବଳ। ଏହା ସାହାଯ୍ୟରେ ଆମେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିହତ କରିପାରିବା। ତେଣୁ ପରିବେଶ ସୁରକ୍ଷା ପାଇଁ କିଛି ନ ହେଲେ ବି ଆମେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିପାରିବା। ଦୁଇଟି ସୁସ୍ଥ ସବଳ ବଡ଼ ଗଛରୁ ନିର୍ଗତ ହେଉଥିବା ଅମ୍ଳଜାନ ଚାରୋଟି ପରିବାରର ଅମ୍ଳଜାନ ଚାହିଦା ମେଣ୍ଟାଇ ପାରୁଛି ବୋଲି ବୈଜ୍ଞାନିକମାନଙ୍କ ମତ। ଏଣୁ ଏବେ ଆମେ ରୋପଣ କରୁଥିବା ଗୋଟିଏ ଗଛ ଅତି କମ୍‌ରେ ଗୋଟିଏ ଜୀବନ ବଞ୍ଚାଇବାକୁ ସକ୍ଷମ ହେବ। ନୂତନ ଜଙ୍ଗଲ ସୃଷ୍ଟି ଦ୍ୱାରା ଅନେକ ପରିମାଣରେ ଉତ୍ତାପକୁ କମାଇଦେଇ ପାରିବା। ତେବେ ଗଛ ନ କାଟି ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ ପ୍ରଦୂଷଣ କମ୍‌ କରିବାକୁ ପଦକ୍ଷେପ ନେବା ଆବଶ୍ୟକ।

  • ବିଷ୍ଣୁ ପ୍ରସାଦ ଦାସ
    ଝାଞ୍ଜିରୀମଙ୍ଗଳା, କଟକ
    ମୋ : ୯୯୩୭୧୭୪୦୯୭

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri