ଗୋଟିଏ ବୃକ୍ଷ ଗୋଟିଏ ଜୀବନ

ଭାରତର ଜଳବାୟୁକୁ ପାଣିପାଗ ବିଭାଗ ଦ୍ୱାରା ଚାରୋଟି ଭାଗରେ ବିଭକ୍ତ କରାହୋଇଛି ଯଥା: ଜାନୁୟାରୀ ଏବଂ ଫେବୃୟାରୀ- ଶୀତ କାଳ, ମାର୍ଚ୍ଚ, ଏପ୍ରିଲ, ମେ’-ଗ୍ରୀଷ୍ମ କାଳ; ଜୁନ୍‌, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର- ବର୍ଷା କାଳ; ଶେଷରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର- ବର୍ଷା ପରବର୍ତ୍ତୀ କାଳ ବୋଲି ଧରାଯାଏ, ଯଦିଓ ଆମେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରୁ ଥଣ୍ଡା ଅନୁଭବ କରିଥାଉ। ଭାରତର ଉତ୍ତର ଦିଗ ଥଣ୍ଡା ରହୁଥିବା ବେଳେ ମଧ୍ୟଭାଗ ଗରମ ତଥା ଦକ୍ଷିଣ ଭାଗ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଦୃଷ୍ଟିଗୋଚର ହୁଏ।
ତେବେ ଭୌଗୋଳିକ ପରିବେଶକୁ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି ଆଉ ଜୀବନଯାତ୍ରା କଷ୍ଟଦାୟକ ହେଉଛି v ଆମେ ଯଦି ସମସ୍ତେ ଚେଷ୍ଟା କରିବା ତେବେ କେତେକାଂଶରେ ଏହି ତାପମାତ୍ରାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବା ।
ପରିବେଶକୁ ଥଣ୍ଡା ରଖିବାକୁ ହେଲେ ଅନେକ ବିଷୟରେ ଧ୍ୟାନ ଦେବାକୁ ହେବ। ଗାଡ଼ି ମୋଟରରୁ ନିର୍ଗତ କାର୍ବନ ମନୋକସାଇଡ, କଳ କାରଖାନାରୁ ନିର୍ଗତ ଦୂଷିତ ଧୂଆଁ, ଜଙ୍ଗଲ ନିଆଁ, ନିର୍ମାଣ ଜନିତ ପ୍ରଦୂଷଣ , ଭୂଗର୍ଭ ସ୍ଥିତ ତୈଳର ଜ୍ବଳନ, ଅତ୍ୟଧିକ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହାର , ନଦୀ, ପୁଷ୍କରିଣୀ ତଥା ଜଳାଶୟଗୁଡ଼ିକୁ ପୋତିଦେବା, ଭୂଗର୍ଭରୁ ଅଧିକରୁ ଅଧିକ ଖଣିଜ ଉତ୍ତୋଳନ ତଥା ଭୂଜଳକୁ ଆବଶ୍ୟକତାଠାରୁ ଅଧିକ ଉତ୍ତୋଳନ କରି ନଷ୍ଟ କରିବା ଦ୍ୱାରା ପରିବେଶର ଉତ୍ତାପ ବଢ଼ି ବଢ଼ି ଚାଲିଛି I ଏହାକୁ ରୋକିବାକୁ ହେଲେ ବୃକ୍ଷ ଲତାର ସଂରକ୍ଷଣ, ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଜରୁରୀ I ମେରୁ ଅଞ୍ଚଳର ତାପମାତ୍ରା ବଢୁଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଲେଣିି। ବରଫ ତରଳି ସମୁଦ୍ରର ଜଳ ସ୍ତର ବଢ଼ିଯିବା ଫଳରେ ସମୁଦ୍ର କୂଳରେ ଥିବା ସହର ତଥା ଜନବସତି ସମୁଦ୍ର ଜଳରେ ବୁଡ଼ିବ । ଆମେ କ’ଣ ସେଇ ଦିନକୁ ଅପେକ୍ଷା କରିବା ନା ତା’ ଆଗରୁ କିଛି କରିବା, ଯାହାଦ୍ୱାରା ଏହି ବିପଦକୁ ଏଡାଇଯାଇ ହେବ I ପୃଥିବୀବାସୀ ଆଜି ଅନେକ ସମସ୍ୟା ଦେଇ ଗତି କରୁଥିବା ସମୟରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ତା’ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଚାଲିଛି। ପ୍ରଦୂଷଣ ଓ ବିଶ୍ୱ ତାପନ ବୃଦ୍ଧି ଜଳବାୟୁ ପରିବର୍ତ୍ତନକୁ ତୀବ୍ର କରୁଛି। ମିଳିତ ଜାତିସଂଘ ମଧ୍ୟ ଏଥିପାଇଁ ଅନେକ ଚିନ୍ତିତ। ପୃଥିବୀକୁ ଆମେମାନେ କୌଣସି ନା କୌଣସି ଉପାୟରେ ତିଳ ତିଳ କରି ଶୋଷଣ କରିଚାଲିଛୁ। କାଳିଦାସଙ୍କ ପରି ସେ ଯେଉଁ ଡାଳରେ ବସିଥିଲେ ସେହି ଡାଳକୁ କାଟୁଥିଲେ, ଆମେ ମାନେ ଆଜି ଲୋଭର ବଶବର୍ତ୍ତୀ ହୋଇ ପୃଥିବୀକୁ ଜଳ, ସ୍ଥଳ, ଆକାଶ ମାର୍ଗରେ ଶୋଷଣ କରିଚାଲିଛୁ , ପରିବେଶର ସନ୍ତୁଳନ ଦେଖିବାକୁ ବେଳ କାହିଁ ? ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ରର ପରୀକ୍ଷା ନିରୀକ୍ଷା କେତେବେଳେ ସମୁଦ୍ର ଗର୍ଭରେ ତ କେତେବେଳେ ଆକାଶ ମାର୍ଗରେ ଆଉ କେତେବେଳେ ଭୂମିତଳେ ହେଉଛି, ଏହା କ’ଣ ଆମ ପରିବେଶ ଖରାପ କରୁନାହିଁ? ଦେଶ ଦେଶ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି କିଏ କେତେ ଯୁଦ୍ଧାସ୍ତ୍ରର ଅଧିକାରୀ। ଏହି ମାନସିକତା ଦିନେ ଆମର ସତ୍ତା ଲୋପ କରିଦେଇପାରେ। ଆଜିକାଲି ଆଉ ଶାନ୍ତି ନାହିଁ ”ଶାନ୍ତିର କପୋତ ଉଡି ଯାଇଛି “।
ଏବେ ସବୁଠି ପ୍ରତିଯୋଗିତା ଆଉ ଅଶାନ୍ତିର ବାତାବରଣ ଦୃଶ୍ୟମାନ। ଆମାଜନ ଜଙ୍ଗଲରେ ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ସମସ୍ତେ ଚିନ୍ତିତ ଥିଲେ, କାରଣ ଆମାଜନ ଜଙ୍ଗଲ ପୃଥିବୀକୁ ସବୁଠାରୁ ବେଶି ଅମ୍ଳଜାନ ଦେଇଥାଏ। କେବଳ ଆମାଜନ ନୁହେଁ, ପୃଥିବୀର ସବୁ ଜଙ୍ଗଲ ବର୍ତ୍ତମାନ ଆମର ଏକମାତ୍ର ସମ୍ବଳ। ଏହା ସାହାଯ୍ୟରେ ଆମେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିହତ କରିପାରିବା। ତେଣୁ ପରିବେଶ ସୁରକ୍ଷା ପାଇଁ କିଛି ନ ହେଲେ ବି ଆମେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିପାରିବା। ଦୁଇଟି ସୁସ୍ଥ ସବଳ ବଡ଼ ଗଛରୁ ନିର୍ଗତ ହେଉଥିବା ଅମ୍ଳଜାନ ଚାରୋଟି ପରିବାରର ଅମ୍ଳଜାନ ଚାହିଦା ମେଣ୍ଟାଇ ପାରୁଛି ବୋଲି ବୈଜ୍ଞାନିକମାନଙ୍କ ମତ। ଏଣୁ ଏବେ ଆମେ ରୋପଣ କରୁଥିବା ଗୋଟିଏ ଗଛ ଅତି କମ୍‌ରେ ଗୋଟିଏ ଜୀବନ ବଞ୍ଚାଇବାକୁ ସକ୍ଷମ ହେବ। ନୂତନ ଜଙ୍ଗଲ ସୃଷ୍ଟି ଦ୍ୱାରା ଅନେକ ପରିମାଣରେ ଉତ୍ତାପକୁ କମାଇଦେଇ ପାରିବା। ତେବେ ଗଛ ନ କାଟି ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ ପ୍ରଦୂଷଣ କମ୍‌ କରିବାକୁ ପଦକ୍ଷେପ ନେବା ଆବଶ୍ୟକ।

  • ବିଷ୍ଣୁ ପ୍ରସାଦ ଦାସ
    ଝାଞ୍ଜିରୀମଙ୍ଗଳା, କଟକ
    ମୋ : ୯୯୩୭୧୭୪୦୯୭

Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri