Categories: ଫୁରସତ

ଗୋଟିଏ ଗଛରେ ଫଳିଛି ୧୪ ପ୍ରକାରର ଆମ୍ବ

ଆମ୍ବ ଚାଷୀଙ୍କ ସ୍ବତନ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଧାରି ତାଲୁକର ଜଣେ କୃଷକ ଗୋଟିଏ ଗଛରେ ୧୪ଟି ପ୍ରକାରର ଆମ୍ବ ଫଳାଇଛନ୍ତି। କେବଳ ଏତିକି ନୁହେଁ, ଏହି ଗଛ ହୋଲିରୁ ଦିଓ୍ବାଲୀ ପର୍ଯ୍ୟନ୍ତ ଫଳ ଦେଇଥାଏ। ଗଛରେ ଥିବା ଆମ୍ବ ଦେଖିଲେ ଲାଗୁଛି ଯେପରି ଚାଷୀ ଆମ୍ବ ଆଲବମ ତିଆରି କରିଛନ୍ତି।

ଧାରୀ ତାଲୁକର ଦିତଲା ଗାଁର କୃଷକ ଉକାଭାଇ ଭଟ୍ଟି ଚମତ୍କାର କରିଛନ୍ତି। ପ୍ରାୟ ୭୦ ବର୍ଷ ବୟସର ଭଟ୍ଟି କହିଛନ୍ତି, ଗ୍ରାଫ୍ଟ ପଦ୍ଧତି ଦ୍ୱାରା ସେ ଏହି ଚମତ୍କାର କରିଛନ୍ତି। ଏହି ପଦ୍ଧତି ଦ୍ୱାରା ଗୋଟିଏ ଗଛରେ ଅନେକ ଫଳ ଚାଷ କରାଯାଇପାରେ। ଭଟ୍ଟି ବର୍ତ୍ତମାନ ଏହି ଆମ୍ବ ଗଛରେ ଅଧିକ ପ୍ରକାରର ଆମ୍ବ ଫଳାଇବାକୁ ଚାହୁଁଛନ୍ତି।

ସେ କହିଛନ୍ତି, ‘ମୁଁ ଏକ ବହି ପଢ଼ିଥିଲି। ଯେଉଁଥିରେ ମୁଁ ଆମ୍ବର ଦେଶୀ କିସମର ନାମ ପାଇଲି, ଯାହା ବର୍ତ୍ତମାନ ବିଲୁପ୍ତ ହୋଇଯାଇଛି। ମୁଁ ସେହି କିସମ ପାଇଁ ଦେଶର ଅନେକ ସ୍ଥାନରେ ଖୋଜିଲି। ମହାରାଷ୍ଟ୍ରର କୃଷି ମହାବିଦ୍ୟାଳୟ, ରାଜସ୍ଥାନ ଏବଂ ଡାଙ୍ଗର ଜଙ୍ଗଲ କ୍ଷେତ୍ର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲି। କେତେକ କିସମ ମିଳିଲା ଏବଂ କେତେକଙ୍କ ନାଁ ଜଣା ପଡିଲା ନାହିଁ। ଏହି କାରଣରୁ ଭଟ୍ଟି କେତେକ କିସମର ନା ନିଜେ ମଧ୍ୟ ଦେଇଛନ୍ତି।

ଯିଏ ଟିକେ ଟାଣୁଆ, ତାହାର ନାମ ହେଉଛି ’କ୍ୟାପଟେନ’, ଯାହାର ଉପର କଳା, ଭଟ୍ଟି ତାକୁ ‘କାଲା ଜମାଦର’ ବୋଲି କହୁଛନ୍ତି। ତାଙ୍କ କହିବାନୁସାରେ, ଏହି ବୃକ୍ଷର ବିଶେଷତ୍ୱ ହେଉଛି ପ୍ରତ୍ୟେକ ପ୍ରକାରର ଆମ୍ବ ବିଭିନ୍ନ ସମୟରେ ଲଗାଯାଏ। ସେ କୁହନ୍ତି, ଏହି ଗଛରେ ଆମ୍ରପଲି, ନୀଲମ, ଦଶହେରୀ, ବେଗମ, ନୀଲଶନ, ନୀଲ୍‌ ଫାଗୁନ, ସୁନ୍ଦରୀ, ବନାରସୀ, ଲାଙ୍ଗଡା, କେସର, ଡାଡ୍‌ମିୟୋ, ଗୁଲାବିୟୋ, କାନୋଜିଓ, ଦୁଧ୍‌ପେଡୋ ଏବଂ ଖୋଡ଼ି ନାମକ ଆମ୍ବ ରହିଛି।

Share