ଖୁବଶୀଘ୍ର ରାଜ୍ୟରେ ସ୍ଥାପନ ହେବ ଏକହଜାର ଶୀତଳଭଣ୍ଡାର, ହିତାଧିକାରୀଙ୍କୁ ମିଳିବ ୭୦ପ୍ରତିଶତ ରିହାତି

ଭୁବନେଶ୍ୱର,୩୧।୧୨: ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମଞ୍ଜୁର ହୋଇଥିବା ଏକହଜାରଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ ଉପରେ କୃଷି ଓ କୃଷକ ସଶସ୍ତ୍ରକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି, ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ କ୍ଷତି ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରିବ ।

ଏଥିସହିତ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନ୍‌ରୁ ଆରମ୍ଭ କରି ୩୦ ମେଟ୍ରିକ୍‌ ଟନ କ୍ଷମତା ବିଶିଷ୍ଟ ଶୀତଳ ଗୃହ ସ୍ଥାପନ ପାଇଁ ବ୍ୟୟ ଅଟକଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଛନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ା ସହାୟତାରେ ଏହି ଶୀତଳ ଗୃହ ସ୍ଥାପନ କରାଯିବ। ଶନିବାର ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା ପନିପରିବା ଆଦି ସାଇତି ରଖିବା ପାଇଁ ସୌରଚାଳିତ ଶୀତଳ ଗୃହ ସ୍ଥାପନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି, ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରାଯାଇପାରିବ।

ଏହାଦ୍ୱାରା ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ। ଫଳ ଓ ପନିପରିବାର ଉପଯୁକ୍ତ ସଂରକ୍ଷଣ ଦ୍ୱାରା ବିକ୍ରିରୁ ଅଧିକ ଆୟ ମିଳିପାରିବ। ସେହିପରି ହିତାଧିକାରୀଙ୍କୁ ବିଦ୍ୟୁତ ଶୁଳ୍କରୁ ରକ୍ଷା ମିଳିବା ସହ ସୌରଚାଳିତ ବିଦ୍ୟୁତର ଅଧିକ ଉପଯୋଗ ହୋଇପାରିବ। ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଶୀତଳ ଗୃହ ସ୍ଥାପନ ପାଇଁ ଶତକଡ଼ା ୭୦ ପ୍ରତିଶତ ସରକାରୀ ରିହାତି ଯୋଗାଇ ଦିଆଯିବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଲେ, ଚାଷୀ ବିନା ବ୍ୟାଙ୍କ ଋଣ ସହାୟତାରେ ନିଜସ୍ବ ଖର୍ଚ୍ଚରେ ମଧ୍ୟ ଏହି ଶୀତଳ ଗୃହ ସ୍ଥାପନ କରିପାରିବେ ଓ ସରକାରୀ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ସମବାୟ ସମିତି ସମୂହର ନିବନ୍ଧକ, ଓରେଡ଼ା କର୍ତ୍ତୃପକ୍ଷ, ଓଡ଼ିଆ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌, କୃଷି ଇଞ୍ଜିନିୟର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri