୪ଶହ ପିଲାଙ୍କୁ ଜଣେ ଅଧ୍ୟାପକ

ନବରଙ୍ଗପୁର,୧୦।୬(ବି.ପ୍ର.): ଭିତ୍ତିଭୂମି ଅଭାବରୁ ନବରଙ୍ଗପୁରରେ ଭୁଶୁଡ଼ି ପଡ଼ିଛି ଉଚ୍ଚଶିକ୍ଷାର ମୂଳଦୁଆ। ଆବଶ୍ୟକ ଅଧ୍ୟାପକ ଅଭାବରୁ ଦୋହଲିଯାଇଛି ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ଗ୍ରହଣ ଆଗ୍ରହ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ସମସ୍ତ କଲେଜରେ ଦେଖାଦେଇଛି ଅଧ୍ୟାପକ ଅଭାବ। ଛାତ୍ରୀଛାତ୍ରଙ୍କ ତୁଳନାରେ ବହୁ କମ୍‌ ରହିଛନ୍ତି ଅଧ୍ୟାପକ। ଫଳରେ ଉନ୍ନତ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି ଛାତ୍ରୀଛାତ୍ର। ବର୍ତ୍ତମାନ ସରକାରଙ୍କ ପକ୍ଷରୁ କଲେଜ, କଲେଜରେ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଉଛି। ଏହା ତୁଳନାରେ ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଦାବି ହେଉଛି।
ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ତୁଳନାରେ କମ୍‌ ରହିଛି ଯୁକ୍ତ ୨ ସିଟ୍‌ ସଂଖ୍ୟା। ପିଲା ଯେମିତି ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପାଇଁ ସରକାର ଯୁକ୍ତ୨ ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ସିଟ୍‌ ସଂଖ୍ୟା ବୃଦ୍ଧିକଲେ ସୁଦ୍ଧା ନବରଙ୍ଗପୁର ଜିଲାରେ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି ଶିକ୍ଷାବିତ୍‌ କହିଛନ୍ତି। କାରଣ ଜିଲାରେ ଉଚ୍ଚଶିକ୍ଷା ନିମନ୍ତେ ଭିତ୍ତିଭୂମିର ଅଭାବ ରହିଛି। ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି। ସ୍ଥିତି ଏମିତି ଯେ ପ୍ରତି ୩୦୦ ରୁ ୪୦୦ ପିଲାଙ୍କ ପାଇଁ ଜଣେ ମାତ୍ର ଅଧ୍ୟାପକ ରହିଛନ୍ତି। ଯଦି ବି ପିଲା ନାମ ଲେଖାଇବେ ତେବେ ପଢ଼ିବେ କେଉଁଠି ଏବଂ କିଏ ପାଠ ପଢ଼ାଇବେ ବୋଲି ଶିକ୍ଷାବିତ୍‌, ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ନବରଙ୍ଗପୁର ଜିଲା ସଦର, ଚନ୍ଦାହାଣ୍ଡି, ରାଇଘର, ଝରିଗାଁ, କୋଡିଙ୍ଗା, ମଇଦଲପୁର, ଖାତିଗୁଡା ଓ ଉମରକୋଟରେ ଅନୁଦାନପ୍ରାପ୍ତ ବ୍ଲକ୍‌ ଗ୍ରାଣ୍ଟ କଲେଜ ରହିଛି। ନବରଙ୍ଗପୁର, ଡାବୁଗାଁ ଓ ଉମରକୋଟରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଯୁକ୍ତ୨ କଲେଜ ଅଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନ ନିଯୁକ୍ତି ଦେଉଛି। କିନ୍ତୁ ଡାବୁଗାଁ କଲେଜରେ ଏପର୍ଯ୍ୟନ୍ତ ଆବଶ୍ୟକ ଅଧ୍ୟାପକ ପଦବୀ ପୂରଣ ହୋଇପାରିଲା ନାହିଁ। ସେହିପରି ସରକାରୀ ଅନୁଦାନପ୍ରାପ୍ତ ବ୍ଲକ୍‌ ଗ୍ରାଣ୍ଟ କଲେଜରେ ସରକାର ନୂଆ ଅଧ୍ୟାପକ ନିଯୁକ୍ତି ଦେଉନାହାନ୍ତି। କଲେଜଗୁଡ଼ିକ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁ ଅଧ୍ୟାପକ ନିଯୁକ୍ତିରେ ବିଶେଷ ଆଗ୍ରହ ଦେଖାଉନାହାନ୍ତି।
ଯଦି ପାଠ୍ୟକ୍ରମ କଥା ବିଚାରକୁ ନିଆଯିବ ତେବେ ଜିଲାରେ ବିଜ୍ଞାନ ପଢ଼ିବା ପାଇଁ ଅଧିକାଂଶ ଛାତ୍ରୀଛାତ୍ର ପ୍ରତିବର୍ଷ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ସେହି ତୁଳନାରେ ସିଟ୍‌ ଓ ଅଧ୍ୟାପକ ଜିଲାରେ ନାହାନ୍ତି। ଚନ୍ଦାହାଣ୍ଡି ଯୁକ୍ତ ୨ କଲେଜରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ସର୍ବମୋଟ ସିଟ୍‌ ସଂଖ୍ୟା ରହିଛି ୯୬୦, କିନ୍ତୁ ଅଧ୍ୟାପକ ଅଛନ୍ତି ମାତ୍ର ୪ ଜଣ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯୁକ୍ତ ୨ ବିଜ୍ଞାନ ପାଇଁ ଏଠାରେ ଗୋଟିଏ ମଧ୍ୟ ସରକାରୀପ୍ରାପ୍ତ ଅଧ୍ୟାପକ ନାହାନ୍ତି। କେବଳ ଅତିଥି ଅଧ୍ୟାପକଙ୍କ ସହଯୋଗରେ ଶିକ୍ଷାଦାନ ଚାଲିଛି। ସେହିଭଳି ଝରିଗାଁରେ ମୋଟ ୭୬୮ ସିଟ୍‌। କିନ୍ତୁ ଅଧ୍ୟାପକ ଅଛନ୍ତି କେବଳ ୫ ଜଣ। କୋଡିଙ୍ଗାରେ ୬୪୦ ସିଟ୍‌ ଥିବାବେଳେ ଅଧ୍ୟାପକ ୬ ଜଣ, ନବରଙ୍ଗପୁର ଓ ଉମରକୋଟ ମହିଳା ମହାବିଦ୍ୟାଳୟରେ ୬୪୦ ଲେଖାଏ ସିଟ୍‌ ଅଛି। କିନ୍ତୁ ଅଧ୍ୟାପକ ୬ ଜଣ ଲେଖାଏ। ମଇଦଲପୁରରେ ୫୧୨ ସିଟ୍‌ , କିନ୍ତୁ ଅଧ୍ୟାପକ ଅଛନ୍ତି ୫ ଓ ରାଇଘରରେ ୯୦୪ ସିଟ୍‌ ପାଇଁ ଅଧ୍ୟାପକ ଅଛନ୍ତି ୮। ଖାତିଗୁଡାରେ ୭୬୮ ସିଟ୍‌ ରହିଛି, କିନ୍ତୁ ଅଧ୍ୟାପକ ଅଛନ୍ତି ୧୦ ଜଣ। ଏଭଳି ଜିଲାର ପ୍ରାୟ ସମସ୍ତ କଲେଜରେ ସମାନ ସ୍ଥିତି। ସେହିଭଳି ଏମ୍‌ଆଇଏଲ୍‌ ଓ ଓଡ଼ିଆ (ଅପ୍ସନାଲ) ବିଷୟ ପାଇଁ ମଧ୍ୟ ଜଣେ ଲେଖାଏ ଅଧ୍ୟାପକ ହିଁ ନିଯୁକ୍ତି ପାଇଛନ୍ତି। ଯଦି ୧୨୮ ପିଲାଙ୍କୁ ନେଇ ଗୋଟିଏ ସେକ୍ସନ କରାଯାଏ, ତା’ହେଲେ ଜଣେ ଅଧ୍ୟାପକ ସକାଳୁ ଶିକ୍ଷାଦାନ ଆରମ୍ଭ କଲେ ସା ପର୍ଯ୍ୟନ୍ତ ପଢ଼ାଇବାକୁ ପଡ଼ିବ; ଯାହାକି ଅସମ୍ଭବ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।
ସରକାର ସିଟ୍‌ ସଂଖ୍ୟା ବଢ଼ାଇଲେ କଲେଜଗୁଡ଼ିକ ଉପରେ ଅତିରିକ୍ତ ଚାପ ପଡ଼ିବ। ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିଲେ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା ବଢ଼ିବ। ନୂଆ ଭିତ୍ତିଭୂମି ନିର୍ମାଣ କରିବାକୁ ସମୟ ଲାଗିବ। ଏମିତି ସ୍ଥିତିରେ ଗୋଟିଏ ଗୋଟିଏ ଶ୍ରେଣୀରେ ଏତେ ସଂଖ୍ୟକ ପିଲାଙ୍କୁ ବସାଇ ପାଠ ପଢ଼ାଇବାକୁ ବାଧ୍ୟ ହେବେ କଲେଜ କର୍ତ୍ତୃପକ୍ଷ। ଉକ୍ତ ପିଲାମାନଙ୍କ ଆଗାମୀ ପରୀକ୍ଷା ସମୟରେ ବି ଜଟିଳ ପରିସ୍ଥିତି ସୃଷ୍ଟି ହେବ ବୋଲି ଶିକ୍ଷାବିତ୍‌ ମତ ଦେଇଛନ୍ତି। କିଛି ନିର୍ଦ୍ଦିଷ୍ଟ ବିଭାଗରେ ଜଣେ କିମ୍ବା ଆଦୌ ଅଧ୍ୟାପକ ନ ଥିବାରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି । ଅଭିଭାବକ ଓ ଶିକ୍ଷାବିତ ମୂଳଦୁଆ ସଜାଡିବାକୁ ଦାବି କରିଛନ୍ତି।
ଚଳିତ ବର୍ଷ ନବରଙ୍ଗପୁର ଜିଲାରୁ ୧୪,୪୪୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌ କରିଛନ୍ତି। ଜିଲାରୁ ଅଧାରୁ ବି କମ୍‌ ସଂଖ୍ୟାରେ ଯୁକ୍ତ୨ ସିଟ୍‌ ରହିଛି। ୨୩ଟି ସରକାରୀ ଅନୁଦାନପ୍ରାପ୍ତ ଓ ମଙ୍ଗଳ ବିଭାଗ ବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ମାତ୍ର ୬୩୭୫ ସିଟ୍‌ ରହିଛି। କଳା ପାଠ୍ୟକ୍ରମରେ ସର୍ବାଧିକ ୩୬୨୯ ସିଟ୍‌ ରହିଥିବାବେଳେ ବିଜ୍ଞାନରେ ୧୭୯୪ ଓ ବାଣିଜ୍ୟରେ ୯୪୨ ସିଟ୍‌ ରହିଛି। ସରକାର ଏବେ ଆଉ ୯ ବିଦ୍ୟାଳୟକୁ ଉନ୍ନୀତ କରି ଯୁକ୍ତ୨ ଖୋଲୁଥିବାବେଳେ ୮୯୬ଟି କଳା ଓ ୨୫୬ଟି ବିଜ୍ଞାନ ସିଟ୍‌ ବୃଦ୍ଧି କରାଯାଇଛି। ଅଧ୍ୟାପକଙ୍କ ସଂଖ୍ୟା ଯାହା ସ୍ଥିତି ଥିଲା ସେୟା ହିଁ ରହିଛି। ଏହାକୁ ନେଇ ସମସ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri