୭ ବିଷୟକୁ ଜଣେ ଶିକ୍ଷୟିତ୍ରୀ

ବଅଁରପାଳ,୩ା୮(ଡି.ଏନ.ଏ.) ୧୯୮୫ରେ ସ୍କୁଲ ସ୍ଥାପନ ବେଳେ ନିଯୁକ୍ତି ପାଇଥିଲେ ୭ ଶିକ୍ଷକ। ହେଲେ ୩୫ ବର୍ଷ ପରେ ନବମ ଓ ଦଶମ ଶ୍ରେଣୀର ୭ ବିଷୟ ପଢ଼ାଇବାକୁ ବିଦ୍ୟାଳୟରେ ଅଛନ୍ତି ମାତ୍ର ଜଣେ ଶିକ୍ଷୟିତ୍ରୀ। ଏପରି ସରକାରୀ ଅବହେଳାର ଶିକାର ହୋଇଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲ୍‌କୋ ଅଞ୍ଚଳରେ ଥିବା କୁଲାଡ଼ ଆଲୁମିନିୟମ ହାଇସ୍କୁଲ।
ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉଦ୍ୟମରେ ସ୍ଥାପିତ ଏହି ବିଦ୍ୟାଳୟର ପ୍ରଥମେ ନାମ ରଖାଯାଇଥିଲା ଆଲୁମିନିୟମ ସ୍କୁଲ ଅଫ୍‌ ସାଇନ୍ସ ଟେକ୍ନୋଲୋଜି। ୨ଟି ଶ୍ରେଣୀ ଗୃହ ଓ ୭ ଶିକ୍ଷକଙ୍କ ସହ ଆରମ୍ଭ ହୋଇଥିବା ଏହି ହାଇସ୍କୁଲରେ ସେତେବେଳେ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିଲା। ପରବର୍ତ୍ତୀ ଅବସ୍ଥାରେ ନାମ ପରିବର୍ତ୍ତନ ସହ ବୈଷୟିକ ଶିକ୍ଷା ବନ୍ଦ ହୋଇଯାଇଥିଲା। ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ସଫଳତା ପାଉଥିବା ଏହି ବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ଏବେ ସମାଜରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି। ପୂର୍ବରୁ ଏଠାରେ ୮ ଜଣ ଶିକ୍ଷକ ରହିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣ ଜଣ କରି ଚାକିରିରୁ ଅବସର ନେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ୨ ଜଣ ଶିକ୍ଷକଙ୍କ ଅବସର ପରେ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ସହ ଜଣେ ଖେଳ ଶିକ୍ଷକ ସ୍କୁଲରେ ଅଛନ୍ତି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୯ମ ଓ ୧୦ମ ଶ୍ରେଣୀରେ ୯୭ ଛାତ୍ରୀଛାତ୍ର ଥିବାରୁ ସ୍କୁଲ ଖୋଲିଲେ ଇଂଲିଶ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସାହିତ୍ୟ, ସଂସ୍କୃତ ଓ ହିନ୍ଦୀ କିପରି ଜଣେ ମାତ୍ର ଶିକ୍ଷୟିତ୍ରୀ ପଢ଼ାଇବେ ତାହା ଚିନ୍ତାର ବିଷୟ ହୋଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ରେ ପୁରାତନ ଛାତ୍ରୀଛାତ୍ରମାନେ ପ୍ରାୟ ୪ ଲକ୍ଷ ଟଙ୍କା ସ୍କୁଲକୁ ସହାୟତା ଦେଇଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମଧ୍ୟ ୧୧ ଲକ୍ଷରୁ ଅଧିକ ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଦାନ କରାଯାଇଛି। କିନ୍ତୁ ନୂତନ ଶିକ୍ଷକ ନିଯୁକ୍ତି ଦିଗରେ ସରକାର ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରମା ମାଝି କହିଛନ୍ତି, ପୁରାତନ ଛାତ୍ରୀଛାତ୍ରମାନେ ସର୍ବାଧିକ ଅର୍ଥ ଆଦାୟ କରି ଉଦାହରଣ ସୃଷ୍ଟି କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ନେଇ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
କ’ଣ କୁହନ୍ତି ଏମାନେ
ବହୁ ବାଧାବିଘ୍ନ ଭିତରେ ବିଦ୍ୟାଳୟ ସ୍ଥାପନ ସହ ଏଠାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିଲା, ଯାହା ଏବେ ବନ୍ଦ ହୋଇଯାଇଛି। ଏଠାରୁ ପାସ୍‌ କରିଥିବା ପ୍ରାୟ ୨ ହଜାର ଛାତ୍ରୀଛାତ୍ର ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି। କିନ୍ତୁ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରା ନ ଯିବା ଏବେ ସମସ୍ୟା ସୃଷ୍ଟି କରିଛି।
– ରମେଶ ଚନ୍ଦ୍ର ଜେନା,
ବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ
ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରୀଛାତ୍ରମାନଙ୍କ ସହଯୋଗ ଯୋଗୁ ବିଦ୍ୟାଳୟର ଭଲ ଉନ୍ନତି ହୋଇଛି। କିନ୍ତୁ ଜଣେ ପରେ ଜଣେ ଶିକ୍ଷକ ଅବସର ନେଉଥିବା ବେଳେ ସରକାର ନୂଆ ନିଯୁକ୍ତି ଦେଉ ନ ଥିବା ଚିନ୍ତାର ବିଷୟ ହୋଇଛି।
– ମିନତି ନନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ
ପୁରାତନ ଛାତ୍ରୀଛାତ୍ରମାନେ ଦାନ କରିଥିବା ଅର୍ଥରେ ସ୍କୁଲ ଫାଟକ, ପେଣ୍ଡାଲ, ପାଚେରି ନିର୍ମାଣ ସହ ଛାତ୍ରୀଛାତ୍ରଙ୍କ ପାଇଁ ବିଶୁଦ୍ଧପାନୀୟ ଜଳ ବ୍ୟବସ୍ଥା କରାଯାଇପାରିଛି। ଆଗାମୀ ଦିନରେ ଅଧିକ ଅର୍ଥ କିଭଳି ଆଦାୟ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି।
– ସୁଜିତ ସେଠ, ପୁରାତନ ଛାତ୍ର ସଂସଦ ସଭାପତି
ସ୍କୁଲର ଉନ୍ନତି ଦିଗରେ ପୁରାତନ ଛାତ୍ରୀଛାତ୍ରମାନେ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଯେତିକି ଅର୍ଥ ଆଦାୟ କରିଛନ୍ତି ବ୍ଲକର ଅନ୍ୟ କୌଣସି ସ୍କୁଲକୁ ସେତିକି ଅର୍ଥ ମିଳିପାରି ନାହିଁ। ଏହି ସ୍କୁଲର ସମସ୍ୟା ସମାଧାନ ଦିଗରେ ସରକାର ଦୃଷ୍ଟିଦେବା ଆବଶ୍ୟକ।
– ଜିତେନ୍ଦ୍ର ଜେନା, ପୁରାତନ ଛାତ୍ର ସଂସଦ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri