ବିଦ୍ୟୁତଖୁଣ୍ଟରେ ପିଟିହେଲା ସ୍କୁଟି: ଜଣେ ଛାତ୍ର ମୃତ, ଦୁଇ ଗୁରୁତର

ଚାନ୍ଦବାଲି,୧୫ା୯(ଅଶୋକ କୁମାର ପଣ୍ଡା): ଚାନ୍ଦବାଲି କଲେଜ ଇଣ୍ଡୋର ଷ୍ଟାଡିୟମ ରୋଡ୍‌ରେ ଶୁକ୍ରବାର ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ, ତିନି କଲେଜ ଛାତ୍ର ଏକ ସ୍କୁଟିରେ କଲେଜ ଯାଉଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲେ। ସମସ୍ତ ଗୁରୁତରଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରେ ସତ୍ୟବ୍ରତ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ମୃତ ସତ୍ୟବ୍ରତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଅନ୍ୟ ଦୁଇ ଗୁରୁତରଙ୍କ ମଧ୍ୟରେ ଲକି ଦାସ ଓ ବିଜୟ ପରିଡ଼ାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।