ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ ବ୍ୟାଙ୍କର ନୀତି ପ୍ରଣୟନ କରି ଗ୍ରାମୀଣ ବ୍ୟାଙ୍କଗୁଡିକରେ ଏକ ବୈପ୍ଳବିକ ରୂପାନ୍ତରଣ ଆଣିବାକୁ ଯାଉଛନ୍ତି। ଏହା ନିଶ୍ଚିତ ଭାବରେ ଦେଶରେ ପ୍ରାୟୋଜକ ବ୍ୟାଙ୍କମାନଙ୍କ ସଂଖ୍ୟା ହ୍ରାସ କରିବା ସହ ଗ୍ରାମୀଣ ବ୍ୟାଙ୍କମାନଙ୍କୁ ରାଜ୍ୟସ୍ତରରେ ଅଧିକ ସୁଦକ୍ଷ,ସମୃଦ୍ଧ,ସଶକ୍ତ ଓ ଶୃଙ୍ଖଳିତ କରିବାରେ ସହାୟକ ହେବ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ସ୍ତରରେ ଏକକ ଜାତୀୟ ଗ୍ରାମୀଣ ବ୍ୟାଙ୍କ ଗଠନ କରିବାର ପଥକୁ ପ୍ରଶସ୍ତ କରିବ ବୋଲି ଆଶା କରାଯାଏ। ଏଥିନିମନ୍ତେ ବୁଦ୍ଧିଜୀବୀ ମହଲରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା, ହିସାବ ନିକାଶ କରାଯିବା ପରେ ଅର୍ଥ ମନ୍ତ୍ରଣାଳୟ ଏହି ପ୍ରକ୍ରିୟା ଆରମ୍ଭ କରିଛି ବୋଲି କୁହାଯାଏ। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ଏହି ସମ୍ମିଶ୍ରଣ ସଂକ୍ରାନ୍ତୀୟ ସମସ୍ତ ନିୟମାବଳୀର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଉଛି ଏବଂ ତାହା ସମ୍ବନ୍ଧିତ ସବିଶେଷ ବିବରଣୀକୁ ତର୍ଜମା କରିବା ପରେ ଅନ୍ତିମ ନିର୍ଣ୍ଣୟ ନିଆଯିବ ବୋଲି ଡିଏଫ୍‌ଏସ୍‌ର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଗ୍ରାମୀଣ ବ୍ୟାଙ୍କର ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଭାରତୀୟ ଗ୍ରାମାଞ୍ଚଳରେ ସାମାଜିକ, ଅର୍ଥନୈତିକ ଉନ୍ନତୀକରଣ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ୧୯୭୫ ସେପ୍ଟେମ୍ବର ୨୬ରେ ନରସିଂହମ୍‌ କମିଟିର ସୁପାରିସ ଅନୁଯାୟୀ ପାର୍ଲାମେଣ୍ଟରେ ପାରିତ ହୋଇଥିଲା ଗ୍ରାମୀଣ ବ୍ୟାଙ୍କ ଆକ୍ଟ। ଏହି ଆକ୍ଟ ଅନୁଯାୟୀ ସ୍ଥିର ହେଲା ଯେ ଦେଶର ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲାରେ ଗ୍ରାମୀଣ ବ୍ୟାଙ୍କମାନ ଖୋଲାଯିବ ଏବଂ ଏହି ବ୍ୟାଙ୍କଗୁଡ଼ିକର ଗଠନରେ କେନ୍ଦ୍ର ସରକାରଙ୍କ ଶତକଡା ପଚାଶ ଭାଗ ଅଂଶଧନ, ସେହି ଜିଲାର ଅଗ୍ରଣୀ ବ୍ୟାଙ୍କର ଶତକଡା ପଇଁତିରିଶ ଭାଗ ଅଂଶଧନ ଏବଂ ରାଜ୍ୟ ସରକାରଙ୍କ ଶତକଡା ପନ୍ଦର ଭାଗ ଅଂଶଧନ ରହିବ।
ସେହି ଅଗ୍ରଣୀ ବ୍ୟାଙ୍କଗୁଡ଼ିକ ଥିଲେ ୧୯୬୯ଦ୍‌ରେ ଜାତୀୟକରଣ ହୋଇଥିବା ରାଷ୍ଟ୍ରାୟତ୍ତ ବ୍ୟବସାୟିକ ବ୍ୟାଙ୍କ। କେବଳ ତତ୍କାଳୀନ ପଞ୍ଜାବ ଆଣ୍ଡ ସିନ୍ଦ୍‌ ବ୍ୟାଙ୍କକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଏକ କିମ୍ବା ତଦୂଦ୍ଧର୍‌ବ ଗ୍ରାମ୍ୟ ବ୍ୟାଙ୍କ ପ୍ରାୟୋଜିତ ହୋଇଥିଲା।
ଗ୍ରାମୀଣ ବ୍ୟାଙ୍କ ଆକ୍ଟ ଅନୁସାରେ ୧୯୭୫ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଉତ୍ତର ପ୍ରଦେଶର ମୌରଦାବାଦଠାରେ ଖୋଲିଥିଲା ଭାରତର ପ୍ରଥମ ଗ୍ରାମ୍ୟ ବ୍ୟାଙ୍କ ଏବଂ ତା’ ପରେ ଉତ୍ତର ପ୍ରଦେଶର ଗୋରଖପୁର କ୍ଷେତ୍ରିୟ ଗ୍ରାମ୍ୟ ବ୍ୟାଙ୍କ, ହରିୟାଣାର ହରିୟାଣା କୃଷି ଗ୍ରାମୀଣ ବ୍ୟାଙ୍କ, ପଶ୍ଚିମବଙ୍ଗର ଗୌର ଗ୍ରାମୀଣ ବ୍ୟାଙ୍କ ଏଂ ରାଜସ୍ଥାନର ଜୟପୁର ନାଗାଉର ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ।
ସେହି ବ୍ୟାଙ୍କଗୁଡ଼ିକର ସଫଳତା ଲକ୍ଷ୍ୟ କରି ପୁନଶ୍ଚ ଗ୍ରାମୀଣ ବ୍ୟାଙ୍କ ଆକ୍ଟର ତର୍ଜମା କରି ସେଥିରେ ଆଉ କେତେକ ପରିବର୍ତ୍ତନ ଅଣାଯାଇ ୧୯୭୬ରେ ପୁନଶ୍ଚ ନରସିଂହମ୍‌ କମିଟିର ସୁପାରିସ ଅନୁଯାୟୀ ଗ୍ରାମୀଣ ବ୍ୟାଙ୍କ ଆକ୍ଟ ସଂଶୋଧିତ ଧାରା(୪୨) ବଳରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ଆହୁରି ଅନେକ ରାଜ୍ୟରେ ଜିଲାଭିତ୍ତିକ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା।
ଗୋଟିଏ ପରେ ଗୋଟିଏ କରି ମୋଟ ୧୯୬ଟି ଗ୍ରାମ୍ୟ ବ୍ୟାଙ୍କ ଖୋଲିଥିଲା ଭାରତରେ। ସେଥିରୁ ଶତକଡା ବୟାନବେ ଭାଗ ଗ୍ରାମ୍ୟ ବ୍ୟାଙ୍କର ଶାଖା ଖୋଲିଥିଲା ଦେଶର ଦୁର୍ଗମ କୋଣ ଅନୁକୋଣରେ ଥିବା ଗ୍ରାମ ଏବଂ ସହରତଳି ଅଞ୍ଚଳରେ। ମୁଖ୍ୟତଃ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ କରିବାରେ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
ପ୍ରାୟୋଜକ ଏବଂ ପ୍ରାୟୋଜିତ ବ୍ୟାଙ୍କ, ଦୁହିଁଙ୍କର କାମ ସମାନ ଥିଲେ ମଧ୍ୟ ଦରମା ଏବଂ ଅନ୍ୟାନ୍ୟ ସୁବିଧାରେ ରହିଥିଲା ଆକାଶପାତାଳ ଫରକ। ଇକ୍ୟୁଏସନ କମିଟିର ସୁପାରିସ ଅନୁଯାୟୀ ପ୍ରାୟୋଜକ ଏବଂ ପ୍ରାୟୋଜିତ ବ୍ୟାଙ୍କର କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତାରେ ଥିବା ଅସମାନତା ଦୂର ହୋଇଥିଲା। ୨୦୦୫ରେ ଭାରତ ସରକାର ବ୍ୟାସ କମିଟି (୨୦୦୪)ର ସୁପାରିସ ଅନୁଯାୟୀ ସମସ୍ତ ରାଜ୍ୟରେ ପ୍ରାୟୋଜିତ ବ୍ୟାଙ୍କ ଅନୁଯାୟୀ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଦେଲେ। ଏହି ପ୍ରକ୍ରିୟାରେ ୨୦୧୦ ମସିହା ସୁଦ୍ଧା ଗ୍ରାମ୍ୟ ବ୍ୟାଙ୍କର ସଂଖ୍ୟା ମୋଟ ୧୯୬ରୁ କମି କମି ଆସି ବୟାଅଶିରେ ପହଞ୍ଚିଥିଲା।
ଅର୍ଥ ମନ୍ତ୍ରଣାଳୟର ୨୦୧୧ରେ ପୁନଃ ସମ୍ମିଶ୍ରଣ ପାଇଁ ଆରମ୍ଭ ହୋଇଥିବା ଆଲୋଚନା ପରେ ୨୦୧୨ ଅକ୍ଟୋବରରୁ ଆରମ୍ଭ ହୋଇଥିଲା ଭାରତ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ଯୋଜନା। ଏଥିରେ ଭୌଗୋଳିକ ସ୍ଥିତି ଅନୁଯାୟୀ ଗୋଟିଏ ରାଜ୍ୟରେ କାମ କରୁଥିବା ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ପ୍ରାୟୋଜିତ ବ୍ୟାଙ୍କ ନିର୍ବିଶେଷରେ ମିଶ୍ରଣ କରି ପ୍ରତ୍ୟେକ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ମଧ୍ୟମ ଆକାରର ଗ୍ରାମ୍ୟ ବ୍ୟାଙ୍କ ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଯୋଜନା ଅନୁସାରେ କାର୍ଯ୍ୟ ସରିବା ପରେ ବର୍ତ୍ତମାନ ସମଗ୍ର ଦେଶର ଛବିଶିଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ ବାରଗୋଟି ପ୍ରାୟୋଜିତ ବ୍ୟାଙ୍କ ପରିଚାଳନାରେ କାର୍ଯ୍ୟ କରୁଛନ୍ତି ସର୍ବମୋଟ ତେୟାଳିଶଟି ଗ୍ରାମ୍ୟ ବ୍ୟାଙ୍କ। ଏହି ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ୨୧୮୫୬ଟି ଶାଖା ଦେଶର ୭୦୨ ଜିଲାରେ କାମ କରୁଛନ୍ତି। ଏମାନଙ୍କ ପାଖରେ ପ୍ରାୟ ୩୦୦ କୋଟି ଜମା ଖାତା ଥିବାବେଳେ ପ୍ରାୟ ତିନି କୋଟି ଋ଼ଣ ଖାତା ରହିଛି।
ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟର ଏକ ରାଜ୍ୟ -ଏକ ଗ୍ରାମ୍ୟ ବ୍ୟାଙ୍କ ଭଳି ନିଷ୍ପତ୍ତିରେ ଦେଶର ଗ୍ରାମ୍ୟ ବ୍ୟାଙ୍କମାନଙ୍କରେ ଆଗକୁ ନିଶ୍ଚୟ ସଫଳତାର ନୂତନ ସୂର୍ଯ୍ୟୋଦୟ ହେବ ଏହା ନିଃସନ୍ଦେହରେ କୁହାଯାଇପାରେ।
ଶାରଳା ଭବନ, ପୋତାପୋଖରୀ, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri