ଓ୍ବାନ୍‌ ଶୋଲ୍ଡର ଟପ୍ସ

ଅଫିସ୍‌ ହେଉ ଅବା ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଅନେକେ ଜିନ୍ସ ଓ ଟପ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ କମ୍ଫର୍ଟେବଲ୍‌ ଲାଗିଥାଏ। ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଟପ୍ସ ମିଳିଲାଣି, ତନ୍ମଧ୍ୟରୁ ଓ୍ବାନ୍‌ ଶୋଲ୍ଡର ଟପ୍ସ ହେଉଛି ଅନ୍ୟତମ। ଖାସ୍‌କରି ଏହାକୁ ଶଟର୍‌ସ ହେଉ ଅବା ଜିନ୍ସ ପ୍ୟାଣ୍ଟ କିମ୍ବା ସ୍କର୍ଟ ଅଥବା ଅନ୍ୟ ଯେକୌଣସି ଲୋୟର୍ସ ସହ ପେୟାର୍‌ କରି ପିନ୍ଧିଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ବିଭିନ୍ନ ଡିଜାଇନ୍‌ର ଓ୍ବାନ୍‌ ଶୋଲ୍ଡର ଟପ୍ସ ସମ୍ପର୍କରେ…

ଷ୍ଟ୍ରାଇପ୍‌ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଷ୍ଟ୍ରାଇପ୍‌ ପ୍ରିଣ୍ଟ୍‌ର ଯେ କୌଣସି ଆଉଟ୍‌ଫିଟ୍‌ ହେଉନା କାହିଁକି, ତାହାକୁ ପିନ୍ଧିଲେ ଲୁକ୍‌ ଟିକେ ଡିଫ୍‌ରେଣ୍ଟ ଲାଗେ। ଖାସ୍‌ କରି ଏହି ପ୍ରିଣ୍ଟର ଓ୍ବାନ୍‌ ଶୋଲ୍ଡର ଟପ୍ସ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ ପିନ୍ଧିବାକୁ ସେମିତି କମ୍ଫର୍ଟେବଲ୍‌ ଲାଗିଥାଏ। ବିଶେଷକରି ମିଡି ସ୍କର୍ଟ କିମ୍ବା ଶଟର୍‌ସ ସହ ଏହି ଟପ୍ସକୁ ପେୟାର୍‌ କରି ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ। ସେହିପରି ଏହା ସହିତ ଆପଣ ଚାହିଁଲେ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ବି ଟ୍ରାଏ କରିପାରିବେ।

ବ୍ଲାକ୍‌ ଲେସ୍‌ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଲେସ୍‌ କାମ ହୋଇଥିବା କଳା ରଙ୍ଗର ଓ୍ବାନ୍‌ ଶୋଲ୍ଡର ଟପ୍ସକୁ ଇଭିନିଂ କିମ୍ବା ନାଇଟ୍‌ ପାର୍ଟିରେ ପିନ୍ଧିଲେ ଗର୍ଜିୟସ୍‌ ଦେଖାଯାଇଥାଏ। ଏହା ସହିତ ଫିଟେଡ୍‌ ଡେନିମ୍‌ ଓ ହିଲ୍‌ ମଧ୍ୟ ବେଶ୍‌ ଭଲ ମାନିଥାଏ।

ଫ୍ଲୋରାଲ୍‌ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଫ୍ଲୋରାଲ୍‌ ପ୍ରିଣ୍ଟ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏନାହିଁ। ଖାସ୍‌ କରି ଖରାଦିନେ ଏହି ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଫ୍ରେଶ୍‌ ଅନୁଭବ ହୁଏ। ତେବେ ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା ଓ୍ବାନ୍‌ ଶୋଲ୍ଡର ଟପ୍ସକୁ ପ୍ଲାଜୋ ପ୍ୟାଣ୍ଟ ସହ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

ଚେକ୍‌ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଚେକ୍‌ ପ୍ରିଣ୍ଟ ବାଲା ଆଉଟ୍‌ଫିଟ୍‌। ଏହି ପ୍ରିଣ୍ଟ ଥିବା ଓ୍ବାନ୍‌ ଶୋଲ୍ଡର ଟପ୍ସ ବି ଯୁବତୀଙ୍କୁ ପ୍ରେଟ୍ଟି ଲୁକ୍‌ ଦେଇଥାଏ। ଖାସ୍‌ କରି ଆଙ୍କେଲ୍‌ ଲେଙ୍ଗ୍‌ଥ ପ୍ୟାଣ୍ଟ ସହ ଏହି ଧରଣର ଟପ୍ସ ବେଶ୍‌ ଭଲ ମାନିଥାଏ।

ରଫଲ୍ସ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଆଜିକାଲି ରଫଲ୍ସ ଫ୍ୟାଶନ୍‌ର ଚଳଣି ମଧ୍ୟ ବେଶ୍‌ ଚାଲିଛି। ଏହାର ଟପ୍ସ ବି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଖାସ୍‌ କରି ଡେନିମ୍‌୍‌ ସହ ଏହି ଟପ୍ସକୁ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ।

ଆନିମଲ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଆନିମଲ ପ୍ରିଣ୍ଟ ଫ୍ୟାଶନ୍‌କୁ ବି ଅନେକେ ଏଭର୍‌ଗ୍ରୀନ୍‌ ଫ୍ୟାଶନ୍‌ ବୋଲି କହିଥାନ୍ତି। ଏହି ପ୍ରିଣ୍ଟ ଥିବା ଯେକୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଲୁକ୍‌ ଟିକେ ଡିଫରେଣ୍ଟ ଲାଗିଥାଏ। ବିଶେଷକରି ଏହି ପ୍ରିଣ୍ଟର ଓ୍ବାନ୍‌ ଶୋଲ୍ଡର ଟପ୍ସକୁ ଜିନ୍ସ କିମ୍ବା ଶଟର୍‌ସ ସହ ପେୟାର୍‌ କରି ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri