ମହାନଦୀ ବନ୍ୟାଜଳ ଘେରରୁ ଜଣେ ଉଦ୍ଧାର, ୧ ନିଖୋଜ

ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )ମହାନଦୀ ମଧ୍ୟଭାଗରେ ଥିବା କୁଦରେ ବୁଧବାର ୨ଜଣ ଗାଈ ଚରାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗାଈ ଓ ମେଣ୍ଢା ଫସି ରହି ଯାଇଥିଲେ। ଗାଈ, ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ମହାନଦୀର ବନ୍ୟା ଜଳ ବୃଦ୍ଧି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି।
କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଶଙ୍ଖାମେରୀ ଗ୍ରାମ ନିକଟସ୍ଥ ମହାନଦୀ ମଧ୍ୟ ଭାଗରେ ଥିବା କୁଦକୁ ପ୍ରତିଦିନ ପରି ବୁଧବାର ଶଙ୍ଖାମେରୀ ପଞ୍ଚାୟତର ବସନ୍ତ ବେହେରା ଓ ଅମିନ ନାଏକ ଗାଈ ଓ ମେଣ୍ଢା ଚରାଇବାକୁ ଯାଇଥିଲେ। ଅପରାହ୍ନରେ ମହାନଦୀରେ ବନ୍ୟାଜଳ ଆସି କୁଦ ଚତୁଃପାର୍ଶ୍ୱରେ ଘେରି ଯାଇଥିଲା। ତେବେ ସେମାନେ ଠିକ୍‌ ସମୟରେ ନ ଫେରିବାରୁ ଅମିନଙ୍କ ପୁଅ ରାକେଶ ବନ୍ୟାଜଳରେ ପହଁରି ସେଠାରେ ପହଞ୍ଚତ୍ଥିଲେ। ବସନ୍ତକୁ ଦେଖିବାକୁ ପାଇଥିବା ବେଳେ ତାଙ୍କ ବାପାଙ୍କୁ ନ ପାଇ ଫେରି ଆସି ଗଁା ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ବଡ଼ମ୍ବା ଅଗ୍ନିଶମ ଦଳ ଖବରପାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସନ୍ତ ଓ ୨୦ରୁ ଊର୍ଦ୍ଧ୍ୱ ମେଣ୍ଢାକୁ ଉଦ୍ଧାର କରାଯାଇଥିବା ବେଳେ ଅମିନଙ୍କ କୌଣସି ସନ୍ଧାନ ପାଇନାହାନ୍ତି। ଅନ୍ୟପକ୍ଷରେ ୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଖବରପାଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଜିଲାପାଳ ଓ ଜିଲା ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଅମିନଙ୍କୁ ଖୋଜିବା ଲାଗି କହିଛନ୍ତି। ସେହିଭଳି ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ସଦାନନ୍ଦ ସ୍ବାଇଁଙ୍କ ସମେତ ସରପଞ୍ଚଙ୍କ ପ୍ରତିନିଧି ମାନସ ମୁଦୁଲି, ସମିତିସଭ୍ୟ ପ୍ରତିନିଧି ଦିଲୀପ ପଙ୍ଗାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହାୟତା କରୁଛନ୍ତି। କଳାପଥର ଅଗ୍ନିଶମ ଦଳ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri