କାର ଚକା ଫାଟି ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଛତ୍ରପୁର,୨୮।୧: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଗୁରୁବାର ଏକ କାର ଚକା ଫାଟିଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଙ୍ଗୀ ଅଞ୍ଚଳର ସାଜିଦ୍‌। ସିଦ୍ଧାର୍ଥ ପଟ୍ଟନାୟକ ଏବଂ ରଜତ କୁମାର ନାହାକ ଗୁରୁତର ଆହତ ହୋଇଛନ୍ତି। ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରଜତ ଛୁଟିରେ ଆସିଥିଲେ ା ଏକ କାରରେ ରଜତ, ସାଜିଦ୍‌ ଓ ସିଦ୍ଧାର୍ଥ କୌଣସି କାମରେ ଯାଉଥିବା ବେଳେ ରମ୍ଭା ଥାନା ଅଧୀନ ବିରୁଳିଗଡ଼ ଛକ ନିକଟ ଜାତୀୟ ରାଜପଥରେ ଚକା ଫାଟି ଯିବାରୁ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସାଜିଦ୍‌ଙ୍କୁ ମୃତ ଘୋଷଣା କରିଥିଲେ ା ଅନ୍ୟ ଆହତ ଦ୍ୱୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।