ବଜ୍ରପାତରେ ଜଣେ ମୃତ, ୨ ଆହତ

ଠାକୁରମୁଣ୍ଡା,୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଭିନ୍ନଭିନ୍ନ ଗ୍ରାମରେ ଶନିବାର ବଜ୍ରପାତ ହୋଇ ଜଣେ ବାଳିକାଙ୍କ ମତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବାଳିକା ଜଣକ ହେଲେ ହରିଡାଗୁଠ ଗ୍ରାମର ଚମ ଦିଗିର ଝିଅ ପାଲ (୧୦) । ପାଲ ଖାଉଥିବା ବେଳେ ବଜ୍ରପାତ ହୋଇଥିଲା।
ସେହିପରି ବନିଅଯୋଡି ଗ୍ରାମର ଗହ୍ମା ଗଡ଼ସେରା ଓ କେଲା ଗଡ଼ସେରା ମଧ୍ୟ ବଜ୍ରପାତ ଆହତ ହୋଇଥିଲେ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।