ଚିନ୍ତା ବଢାଉଛି ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ

ଲଣ୍ଡନ,୧୪ ।୧୨: କରୋନା ଭାଇରସର ନୂଆ ଓମିକ୍ରନ୍ ଭାରିଏଣ୍ଟ ଏବେ ପାଖାପାଖି ୬୩ ଦେଶକୁ ବ୍ୟାପି ସାରିଲାଣି । ଏହାର ଦ୍ରୁତ ସଂକ୍ରମଣ ଲୋଙ୍କୁ ଡରାଇ ଦେଇଥିବା ବେଳେ ଏହାକୁ ହାଲକା ଭାବେ ନ ନେବାକୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ସୋମବାର ବ୍ରିଟେନରେ ପ୍ରଥମ ଓମିକ୍ରନ୍ ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ଏବେ ଏହା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ବ୍ରିଟେନରେ ଜଣେ ଓମିକ୍ରନ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଓମିକ୍ରନ୍‌କୁ ଏବେ ଆଉ ହାଲକା ଭାବେ ଗ୍ରହଣ ନ କରିବାକୁ ସେ ପରାମର୍ଶ ଦେଇଥିଲେ । କାରଣ ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାର ଭୟାବହତା ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ସମସ୍ତେ କରୋନାର ପୂର୍ବ ନିୟମକୁ କଡାକଡି ଭାବେ ପାଳନ କଲେ ଆମେ ଓମିକ୍ରନ୍‌କୁ ହରାଇ ପାରିବା ବୋଲି ସେ କହିଛନ୍ତି । ଏହାକୁ ନେଇ ଏବେ ବିଭିନ୍ନ ଓମିକ୍ରନ୍ ସଂକ୍ରମିତ ଦେଶ ସତର୍କ ହୋଇଯାଇଛନ୍ତି ।

Share