ପ୍ରତି ୫ ଜଣରେ ଜଣେ ଗର୍ଭବତୀ କରୁଛନ୍ତି ଗର୍ଭପାତ …

ଓ୍ବାଶିଂଟନ, ୧୬।୬ : ଆମେରିକାରେ ଗର୍ଭପାତ ମାମଲା ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାୟୀ, ଦୀର୍ଘ ଦିନ ଧରି କମ ମାମଲା ପରେ ୨୦୧୭ ତୁଳନାରେ ୨୦୨୦ ରେ ଦେଶରେ ଗର୍ଭପାତ ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୦ ରେ ପ୍ରତି ପାଞ୍ଚଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭପାତ କରିଥିଲେ।

୧୯୭୩ ର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଶୀର୍ଷ ଅଦାଲତ ପ୍ରସ୍ତୁତ ହେଉଥିବା ସମୟରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗର୍ଭପାତ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ଏକ ଅନୁସନ୍ଧାନ ଗୋଷ୍ଠୀ ଗୁଟମାଚର୍‌ ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁଯାୟୀ, ୨୦୨୦ରେ ଆମେରିକାରେ ୯,୩୦,୦୦୦ରୁ ଅଧିକ ଗର୍ଭପାତ ହୋଇଥିଲା। ୨୦୧୭ରେ ଏହି ସଂଖ୍ୟା ୮,୨୬,୦୦୦ଥିଲା।

୧୯୭୩ରେ ଆମେରିକାର ସୁପ୍ରିମକୋର୍ଟଙ୍କ ରାୟ ପରେ ଜାତୀୟ ଗର୍ଭପାତ ସଂଖ୍ୟା ସର୍ବନିମ୍ନ ରହିଥିଲା। ୧୯୭୩ର ବିଚାରରେ, କୋର୍ଟ ସାରା ଦେଶରେ ଗର୍ଭପାତ ପ୍ରକ୍ରିୟାକୁ ଆଇନଗତ କରିଥିଲେ। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଗୁଟମାଚର୍‌ ଇନଷ୍ଟିଚ୍ୟୁଟ ଅନୁଯାୟୀ, ୨୦୨୦ରେ ୫୪ ପ୍ରତିଶତ ମାମଲାରେ ମହିଳାମାନେ ଗର୍ଭପାତ ପାଇଁ ଔଷଧର ବ୍ୟବହାର କରିଥିଲେ। ତେବେ, କୋଭିଡ-୧୯ ଯୋଗୁ ଆମେରିକାର କେତେକ ରାଜ୍ୟରେ ଗର୍ଭପାତ ମାମଲା ମଧ୍ୟ ହ୍ରାସ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୦ ରେ କମ ମହିଳା ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ଗର୍ଭପାତ କରିଥିଲେ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୦ ରେ ଗର୍ଭପାତ ହାର ୧୫-୪୪ ବର୍ଷ ବୟସ୍କା ମହିଳା ବର୍ଗରେ ପ୍ରତି ୧୦୦୦ ମହିଳାଙ୍କ ପିଛା ୧୪.୪ ପ୍ରତିଶତଥିଲା। ଏହା ୨୦୧୭ରେ ପ୍ରତି ୧୦୦୦ ମହିଳାଙ୍କ ପିଛା ୧୩.୫ ପ୍ରତିଶତ ଥିଲା। ପଶ୍ଚିମ ଆମେରିକାରେ ଗର୍ଭପାତ ୧୨ ପ୍ରତିଶତ, ମଧ୍ୟ-ପଶ୍ଚିମରେ ୧୦ପ୍ରତିଶତ, ଦକ୍ଷିଣରେ ୮ ପ୍ରତିଶତ ଏବଂ ଉତ୍ତର-ପୂର୍ବରେ ୨ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri