Posted inଫୁରସତ

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ ରହିଛି, ଯାହା ନିଜ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ଅପେକ୍ଷା କେବଳ ବର୍ଷେ କିମ୍ବା ୨ ବର୍ଷ ନୁହେଁ ବରଂ ୨ରୁ ୩ଗୁଣା ଅଧିକ ସମୟ ବଞ୍ଚି ରେକର୍ଡ ସୃଷ୍ଟି କରିଛି। ଗତ ୧୬ ତାରିଖରେ ବିଶ୍ୱର ସବୁଠାରୁ ବୟସ୍କ ହମ୍‌ବୋଲ୍ଡଟ ପେଙ୍ଗୁଇନ୍‌ ସ୍ପନେବ ନିଜର ୩୭ତମ ଜନ୍ମଦିନ ପାଳନ କରି ରେକର୍ଡ କରିଛି। ଏହି ଅବସରରେ ସ୍ପନେବ ଥିବା ଇଂଲଣ୍ଡର କର୍ନୱାଲ ଅନ୍ତର୍ଗତ ହାୟଲେସ୍ଥିତ ପାରାଡାଇଜ୍‌ ପାର୍କ ପ୍ରାଣୀ ଉଦ୍ୟାନରେ ବରଫ ଏବଂ ମାଛରେ ତିଆରି ଏକ କେକ୍‌ କରାଯାଇଥିଲା। ସାଧାରଣତଃ ଏକ ହମ୍‌ବୋଲ୍ଡଟ ପ୍ରଜାତିର ପେଙ୍ଗୁଇନ୍‌ଙ୍କ ଆୟୁ ସାଧାରଣତଃ ୧୦ରୁ ୧୫ ବର୍ଷ ହୋଇଥିବା ବେଳେ ସ୍ପନେବର ବର୍ତ୍ତମାନର ବୟସ ଏହାଠାରୁ ପ୍ରାୟ ୩ ଗୁଣା ଅଧିକ। ୧୯୮୮ ମସିହାରୁ ଏହି ପେଙ୍ଗୁଇନ୍‌ଟି ପାରାଡାଇଜ୍‌ ପାର୍କ ପ୍ରାଣୀ ଉଦ୍ୟାନରେ ରହିଆସୁଛି।

ସ୍ପନେବର ଯତ୍ନ ନେଉଥିବା ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ କହିଛନ୍ତି, ସାରା ବିଶ୍ୱରୁ ସଂଗୃହିତ ରେକର୍ଡ ଅନୁଯାୟୀ ସ୍ପନେବ ହେଉଛି ନିଜ ପ୍ରଜାତିର ସବୁଠାରୁ ବୟସ୍କ ପେଙ୍ଗୁଇନ୍‌। ତେବେ ବୃଦ୍ଧାବସ୍ଥାରେ ଥିଲେ ମଧ୍ୟ ସ୍ପନେବ ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ସହ ଠିକ୍‌ ଭାବେ ଚାଲି ପାରୁଛି ବୋଲି ସେମାନେ କହିଛନ୍ତି। ସ୍ପନେବ ହମ୍‌ବୋଲ୍ଡଟ ପ୍ରଜାତିର ସବୁଠାରୁ ବୟସ୍କ ପେଙ୍ଗୁଇନ୍‌ ହୋଇଥିବା ବେଳେ ଏବେ ମଧ୍ୟ ଏହା ବିଶ୍ୱର ସବୁଠାରୁ ବୟସ୍କ ପେଙ୍ଗୁଇନ୍‌ ହେବାର ରେକର୍ଡକୁ ହାସଲ କରିପାରିନାହିଁ। ଏହି ଅନନ୍ୟ ରେକର୍ଡ ଦକ୍ଷିଣ ଆଫ୍ରିକାର ଏକ ପେଙ୍ଗୁଇନ୍‌ ନାମରେ ରହିଛି, ଯାହାର ମୃତ୍ୟୁ ୨୦୨୩ରେ ହୋଇଥିଲା। ସ୍ପନେବ ୧୯୮୮ରେ ଇଂଲଣ୍ଡର ସରେରେ ଜନ୍ମ ହୋଇଥିଲା। ଏହାପରେ ସ୍ପନେବକୁ ପାରାଡାଇଜ୍‌ ପାର୍କ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri