କରୋନା ନେଲା ମାସକର ଶିଶୁ ଜୀବନ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖା କମ୍‌ ରହିଛି। ତେବେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୧୮ପ୍ରତିଶତ ୧୮ବର୍ଷରୁ କମ୍‌ ବୟସର ପିଲା ରହୁଛନ୍ତି। ଏପରି ସ୍ଥିତିରେ ବୁଧବାର କରୋନାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସୂଚନାନୁସାରେ, ରାଜ୍ୟରେ ଆଉ ୨ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଗତ୍‌ସିଂହପୁରର ଜଣେ ୮୪ବର୍ଷୀୟା ମହିଳା ଥିବାବେଳେ ଆଉଜଣେ ନୟାଗଡ଼ର ଏକମାସର ଶିଶୁ ରହିଛନ୍ତି। ଶିଶୁ ପୁତ୍ରଟି ଅନ୍ୟ କୌଣସି ରୋଗରେ ପୀଡିତ ନ ଥିଲେ। କେବଳ କରୋନାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୨୯୬ରେ ପହଞ୍ଚିଛି।