
ନୂଆଦିଲ୍ଲୀ,୧୩।୨: ଆଇସିସି ତିନି ଜଣ ପାକିସ୍ତାନୀ ଖେଳାଳିଙ୍କ ଉପରେ ଜୋରିମନା ଲଗାଇଛି। ପାକିସ୍ତାନ ଶାହିନ ଆଫ୍ରିଦି, ସୌଦ ଶକିଲ ଏବଂ କମରାନ ଗୁଲାମଙ୍କୁ ଆଇସିସି ଦଣ୍ଡ ଦେଇଛନ୍ତି। ଗୁରୁବାର ଆଇସିସି ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛି। ତ୍ରିକୋଣୀୟ ସିରିଜର ତୃତୀୟ ମ୍ୟାଚ୍ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ ପାକିସ୍ତାନର ୩ ଖେଳାଳି ଆଇସିସିର ନିୟମ ଭାଙ୍ଗିଥିଲେ।
ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ଉପରେ ସବୁଠାରୁ ଅଧିକ ଜୋରିମନା ଲାଗିଛି। ଆଇସିସି ଶାହିନଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଜୋରିମନା ଲଗାଇଛି। ମ୍ୟାଚ ସମୟରେ ଶାହିନ ଦକ୍ଷିଣ ଆଫ୍ରିକା ଖେଳାଳି ମାଥ୍ୟୁ ବ୍ରିଟଜେଙ୍କ ସହ ଝଗଡ଼ା କରିଥିଲେ। ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲା ହୋଇଥିଲା। ଏହି କାରଣରୁ ଆଇସିସି ଶାହିନଙ୍କୁ ଦଣ୍ଡ ଦେଇଛି।
ଆଇସିସି ସୌଦ ଶକିଲ ଏବଂ କମରାନ ଗୁଲାମଙ୍କ ମ୍ୟାଚ ଫିସର ୧୦ ପ୍ରତିଶତ ଜରିମାନା ଲଗାଇଛି। କମରାନ ବଦଳ ଖେଳାଳି ଭାବରେ ପଡ଼ିଆକୁ ଆସିଥିଲେ। ଦକ୍ଷିଣ ଆଫ୍ରିକା ଇନିଂସର ୨୯ତମ ଓଭରରେ ତେମ୍ବା ବାଭୁମା ରନ ଆଉଟ ହୋଇଥିଲେ। ଏହା ପରେ, ଦୁହେଁ ବାଭୁମାଙ୍କ ପାଖକୁ ଆସିଲେ ଏବଂ ଆକ୍ରମଣାତ୍ମକ ମନୋଭାବ ଦେଖାଇଲେ। ଦୁହେଁ ଆଇସିସିର ନିୟମ ଉଲ୍ଲଂଘନ କରିଛନ୍ତି। ସେଥିପାଇଁ ଦଣ୍ଡ ଦିଆଯାଇଛି।