୬ ଦିନରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଟପୁଛି ଲକ୍ଷେ: ସପ୍ତାହେ ମଧ୍ୟରେ ସଂକ୍ରମଣର ତୃତୀୟ ସ୍ଥାନରେ ରହିବା ଆଶଙ୍କା

ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହାରାହାରି ୧୭ହଜାରରୁ ଅଧିକ ରହୁଛି। ଫଳରେ ଏବେ ପ୍ରତି ୬ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପୁଛି। ଏହି ଧାରା ଜାରି ରହିଲେ ଆସନ୍ତା ସପ୍ତାହେ ମଧ୍ୟରେ ଭାରତ ସଂକ୍ରମଣ ତାଲିକାର ତୃତୀୟ ସ୍ଥାନରେ ରହିବାର ଆଶଙ୍କା ଦେଖାଦେଇଛି। ପୂର୍ବରୁ ଏକ ସପ୍ତାହ ମଧ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରେ ପହଞ୍ଚୁଥିବାବେଳେ ଏବେ ଏଥି ପାଇଁ ୬ ଦିନ ସମୟ ଲାଗୁଛି। ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ ହାର କମ୍‌ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୧୬ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାରରୁ ଅଧିକ ଥିବାବେଳେ ଜୁନ ୨୩ ସୁଦ୍ଧା ଏହା ୪ ଲକ୍ଷ ୫୫ ହଜାରରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଦୋରେ ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଥିଲା। ପରବର୍ତ୍ତୀ ସମୟରେ ୧୫ ଦିନରେ ସଂଖ୍ୟା ୨ ଲକ୍ଷ ପାର କରିଥିଲା। ଏହାପରେ ୩ ଲକ୍ଷରୁ ୪ ଲକ୍ଷରେ ପହଞ୍ଚିବା ପାଇଁ ୮ ଦିନ ସମୟ ଲାଗିଥିଲା। ଏବେ ୪ରୁ ୫ ଲକ୍ଷରେ ପହଞ୍ଚିବା ଲାଗି ମାତ୍ର ୬ ଦିନ ସମୟ ଲାଗିଥିବା କୁହାଯାଉଛି।

Share