୬ ଦିନରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଟପୁଛି ଲକ୍ଷେ: ସପ୍ତାହେ ମଧ୍ୟରେ ସଂକ୍ରମଣର ତୃତୀୟ ସ୍ଥାନରେ ରହିବା ଆଶଙ୍କା

ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହାରାହାରି ୧୭ହଜାରରୁ ଅଧିକ ରହୁଛି। ଫଳରେ ଏବେ ପ୍ରତି ୬ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପୁଛି। ଏହି ଧାରା ଜାରି ରହିଲେ ଆସନ୍ତା ସପ୍ତାହେ ମଧ୍ୟରେ ଭାରତ ସଂକ୍ରମଣ ତାଲିକାର ତୃତୀୟ ସ୍ଥାନରେ ରହିବାର ଆଶଙ୍କା ଦେଖାଦେଇଛି। ପୂର୍ବରୁ ଏକ ସପ୍ତାହ ମଧ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରେ ପହଞ୍ଚୁଥିବାବେଳେ ଏବେ ଏଥି ପାଇଁ ୬ ଦିନ ସମୟ ଲାଗୁଛି। ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ ହାର କମ୍‌ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୧୬ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାରରୁ ଅଧିକ ଥିବାବେଳେ ଜୁନ ୨୩ ସୁଦ୍ଧା ଏହା ୪ ଲକ୍ଷ ୫୫ ହଜାରରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଦୋରେ ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଥିଲା। ପରବର୍ତ୍ତୀ ସମୟରେ ୧୫ ଦିନରେ ସଂଖ୍ୟା ୨ ଲକ୍ଷ ପାର କରିଥିଲା। ଏହାପରେ ୩ ଲକ୍ଷରୁ ୪ ଲକ୍ଷରେ ପହଞ୍ଚିବା ପାଇଁ ୮ ଦିନ ସମୟ ଲାଗିଥିଲା। ଏବେ ୪ରୁ ୫ ଲକ୍ଷରେ ପହଞ୍ଚିବା ଲାଗି ମାତ୍ର ୬ ଦିନ ସମୟ ଲାଗିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନା…

ଶ୍ରୀନଗର,୨୪।୧୨ : ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଏଲଓସିରେ ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପାକିସ୍ତାନର ଏକ ବଡ଼ ପ୍ରୟାସକୁ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି।...

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା...

ଅକବରୁଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ସାନଭାଇଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଅପିଲ୍‌ କଲେ ଓଓ୍ବେସୀ

ହାଇଦ୍ରାବାଦ,୧୧।୬: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସବରୁଦ୍ଦିନ ଓଓ୍ବେସୀଙ୍କ ଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କର ଲଣ୍ଡନ ସ୍ଥିତ ଏକ...

ଲକଡାଉନ୍ ଥାଇ ଗହଳି ବଢ଼ୁଛି

ନୟାଗଡ ଅଫିସ,୪ା୪: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସରକାର ଭୁବନେଶ୍ୱର, କଟକ, ଭଦ୍ରକ ସହର ସମେତ ଯାଜପୁର ଜିଲାର କେତେକ ଅଞ୍ଚଳକୁ ଶଟଡାଉନ୍...

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ହାସଲ କରିବ ଶ୍ରେଷ୍ଠତ୍ୱ: ଶାହ

ନୂଆଦିଲ୍ଲୀ,୨୯।୬: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଆୟୋଜିତ ହୋଇଥିବା...

ବନ୍ଦ ହେବ ‘କଳା-ହଳଦିଆ’ ପଦ୍ମିନୀ ଟ୍ୟାକ୍ସି

ମୁମ୍ବାଇ,୧୨।୧୦: ‘କଳା-ହଳଦିଆ’ ରଙ୍ଗର ପଦ୍ମିନୀ ଟ୍ୟାକ୍ସି ଏବେ ଆଉ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ୨୦୨୦ ସୁଦ୍ଧା ଏହାକୁ ବନ୍ଦ କରି ଦିଆଯିବ ବୋଲି...

ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ମିଳିବ ନାହିଁ ଖାଦ୍ୟ

ନୂଆଦିଲ୍ଲୀ, ୧୨ା୪- ଦୁଇ ଘଣ୍ଟାରୁ କମ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିବା ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ଆଉ ଖାଦ୍ୟ ପରିବେଷଣ କରାଯିବ ନାହିଁ। କୋଭିଡ୍‌ ସଂକ୍ରମଣ ହାରକୁ କମ୍‌...

୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲା ଭାରତ

ନୂଆଦିଲ୍ଲୀ,୧୮ା୫: ଭାରତ ୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ଳାଭ କରିଥିଲା। ୧୯୭୪ ମେ ୧୮ରେ ରାଜସ୍ଥାନ ପୋଖରାନରେ ଏନେଇ ସଫଳ...

Advertisement
Archives

Model This Week