ଚାଇନା ବସ୍‌ରେ ବିସ୍ଫୋରଣ: ଜଣେ ମୃତ ୪୨ ଆହତ

ବେଜିଂ,୧୩ ।୨: ଚାଇନାର ଲିଆଓନିଂ ଅଞ୍ଚଳରେ ଥିବା ସେନୟାଙ୍ଗ ସହରରେ ବସରେ ଏକ ବିସ୍ଫୋରଣ ହୋଇଛି । ଶନିବାର ହୋଇଥିବା ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଗୁରୁତର ରହିଛନ୍ତି । ବିସ୍ଫୋରଣର କାରଣ ଓ ଏଥିପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

Share