ହାତୀ ଆକ୍ରମଣରେ ଜଣେ ଗୁରୁତର

ମୋରଡା,୪।୫(ଡି.ଏନ.ଏ.): ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧିନ ସଂଘାଡ଼ିହି ଗ୍ରାମର ମଙ୍ଗଲ ହେମ୍ବ୍ରମ (୩୮) ବୁଧବାର ରାତିରେ ବିଲକୁ ଯାଇଥିବା ସମୟରେ ସେଠାରେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଯାହା ଫଳରେ ହାତୀ ମଙ୍ଗଲଙ୍କୁ ଶୁଣ୍ଢରେ ଧରି କଚାଡିବା ସହିତ ଫିଙ୍ଗି ଦେଇଥିଲା। ମଙ୍ଗଲଙ୍କ ଛାତି ଏବଂ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ହାତୀ ପଲ ଘୋଉଡାଇବା ପାଇଁ ରେଞ୍ଜର ମହାବୀର ସିଂ ମୁର୍ମୁଙ୍କ ନେତୃତ୍ୱରେ ରହିଥିବା ଫୋରେଷ୍ଟ ଗାର୍ଡ ଅଶୋକ କୁମାର ନାୟକ ଏବଂ ଅନ୍ୟମାନେ ଗୁରୁତର ମଙ୍ଗଲଙ୍କୁ ଉଦ୍ଧାର କରି ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।