ଛେଳି ଚରାଇବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ

ଖଡ଼ିଆଳ,୨୭।୮(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କିରିକିଟା ପଞ୍ଚାୟତ ଜୁନାପାଣି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉଜ୍ଜଳ ମାଝି (୫୬)।

ମିଳିଥିବା ସୂଚନା ମୁତାବାକ, ରବିବାର ଉଜ୍ଜଳ ଗ୍ରାମର କିଛି ଲୋକଙ୍କ ସହ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେତିକିବେଳେ ଏକ ଭାଲୁ ଚାଲିଆସି ତାଙ୍କୁ ଆକ୍ରମଣ କରିଥିଲା। ଉଜ୍ଜ୍ୱଳ ଭାଲୁ ସହିତ ଲଢ଼େଇ କରି ଭାଲୁକୁ ତଳେ ପକାଇ ଦେଇଥିବା ବେଳେ ଆଉ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ପରେ ସେ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଭାଲୁ ଉଜ୍ଜ୍ବଳଙ୍କ କପାଳ ଓ ଖପୁରୀର ମାଂସ ନେଇ ଯାଇଥିବା ବେଳେ ବାମ ହାତକୁ କାମୁଡି ଦେଇଥିବାରୁ ଗଭୀର ଆଘାତ ଲାଗିିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।