ପୋଲିସ ମାଡ଼ରେ ଜଣେ ଗୁରୁତର

ଭଦ୍ରକ,୩୧ା୧୨(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ପୋଲିସ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ପୋଲିସ ଶନିବାର ରାତିରେ ଏହି ଘଟିଛି ଘଟଣା। ବାଲେଶ୍ୱର ଜିଲା ଖଇରା ଥାନା ରାମପୁର ଗାଁର ଗୋପୀନାଥ ନାୟକ ଭଦ୍ରକରୁ ନିଜ ଘରକୁ କାର୍‌ ଯୋଗେ ଫେରୁଥିବା ବେଳେ ରାତି ୧୧.୩୦ ସମୟରେ ଆଗରପଡ଼ା ପୋଲିସର ପାଟ୍ରୋଲିଂ ଭ୍ୟାନ୍‌ ତାଙ୍କୁ ଅଟକାଇଥିଲା। ଏଥିରେ ବସିଥିବା ୪ଜଣ ପୋଲିସ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପୋଲିସ ଗାଡ଼ିର ଡ୍ରାଇଭରଙ୍କ ସମେତ ୪ଜଣ ନିଶାସକ୍ତ ଅସ୍ଥାରେ ଥିବା ବେଳେ ତାଙ୍କୁ ଗାଡ଼ି କାଗଜପତ୍ର ମାଗିଥିଲେ। ସେ ଦେଖାଇଲେ ମଧ୍ୟ ତାଙ୍କ ଟଙ୍କା ଓ ମୋବାଇଲ ଛଡ଼ାଇଥିଲେ। ଏଥିରେ ସେ ବିରୋଧ କରିବାରୁ ୪ଜଣ ତାଙ୍କୁ ଗୋରୁଙ୍କ ଭଳି ପିଟି ପକାଇଲେ। ଘଟଣା ବିଷୟରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏନେଇ ଗୋପୀନାଥଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।