ପ୍ରତି ୫ ଜଣରେ ଜଣେ ସ୍ବାସ୍ଥ୍ୟକର୍ମୀ ନେଇ ନାହାନ୍ତି ଦ୍ୱିତୀୟ ଡୋଜ୍‌…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଛି। ଦେଶରେ କରୋନା ଟିକାକରଣକୁ ଇତିମଧ୍ୟରେ ୭ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶର ପ୍ରତି ୫ ଜଣରେ ଜଣେ ସ୍ବାସ୍ଥ୍ୟକର୍ମୀ ଯିକାର ଦ୍ୱିତୀୟ ଡୋଜ୍‌ ନେଇ ନାହାନ୍ତି। ସରକାରୀ ରିପୋର୍ଟ ଅନୁସାରେ ଦେଶର ପଞ୍ଜାବ, ଦିଲ୍ଲୀ ଏବଂ କର୍ନାଟକ ସମେତ ବହୁୂ ରାଜ୍ୟରେ କରୋନା ଯୋଦ୍ଧାର ମାନ୍ୟତା ମିଳିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍‌ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଦେଶର ୧.୦୩ କୋଟିରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ସେହିପରି ୮୪ ଲକ୍ଷରୁ ଅଧିକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆ ଯାଇସାରିଛି। ସେହିପରି ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କରଙ୍କ ମଧ୍ୟରୁ ୧.୮୪ କୋଟିଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୧.୮୩ କୋଟିଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି।
ପଞ୍ଜାବ, ଦିଲ୍ଲୀ ଏବଂ କର୍ନାଟକ ବ୍ୟତିତ ଦେଶର ଅନ୍ୟ ଅଞ୍ଚଳରେ ୯୫ ପ୍ରତିଶତ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ଅପରପକ୍ଷରେ ୮୫ ପ୍ରତିଶତଙ୍କୁ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇଛି।
ଏଥି ସହିତ କେରଳ, ହରିୟାଣା ଏବଂ ଝାଡଖଣ୍ଡରେ ପ୍ରାୟ ସମସ୍ତ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କର ଏବଂ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ନେଇଛନ୍ତି। ହିମାଚଳ ପ୍ରଦେଶରେ ୩୮ ପ୍ରତିଶତ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କର ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ତାମିଲନାଡୁରେ କେବଳ ୬୦ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ ନେଇଛନ୍ତି। ସେହିପରି ରାଜ୍ୟର ୪୦ ପ୍ରତିଶତ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କରଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ହିମାଚଳ ପ୍ରଦେଶରେ ୩୮ ପ୍ରତିଶତ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କରଙ୍କୁ ଦ୍ୱିତୀୟ ଡୋଜ୍‌ କରୋନା ଟିକା ପ୍ରଦାନ କରାଯାଇଛି। ଦିଲ୍ଲୀରେ ୫୭ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କର ଦ୍ୱିତୀୟ ଡୋଜ ନେଇଛନ୍ତି। ରାଜସ୍ଥାନ, ଓଡ଼ିଶା, ଗୁଜୁରାଟ ଏବଂ ଆସାମରେ ସର୍ବାଧିକ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କରଙ୍କୁ ଟିକା ଦିଆଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share